Posted inଫୁରସତ

ଏହି ଆଣ୍ଟିନା ପ୍ରଥମେ ଦେଇଥିଲା ଟାଇଟନିକ୍‌ ବୁଡ଼ିବା ବାର୍ତ୍ତା

ଆଜିର ସମୟରେ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ମୋବାଇଲ ଯୋଗେ ସଙ୍ଗେ ସଙ୍ଗେ ବାର୍ତ୍ତା ପହଞ୍ଚିପାରୁଛି। ବିନା ତାରରେ ଅନାୟସରେ ଦୂର ସମ୍ପର୍କୀୟଙ୍କ ସହ ଯୋଗାଯୋଗ ହୋଇପାରୁଛି। କିନ୍ତୁ ବିନା ତାରରେ ଲୋକଙ୍କ ନିକଟରେ ପ୍ରଥମେ ବାର୍ତ୍ତା ପହଞ୍ଚାଇବାରେ ଯିଏ ସଫଳ ହୋଇଥିଲେ ସେ ହେଉଛନ୍ତି ମାର୍କୋନି। ଯେ କି  ରେଡିଓ ଉଦ୍‌ଭାବନ କରିଥିଲେ। ଇଟାଲୀରେ ରହୁଥିବା ମାର୍କୋନି ପ୍ରଥମେ ଆଟ୍‌ଲାଣ୍ଟିକ୍‌ ମହାସାଗର ଗୋଟିଏ ପାର୍ଶ୍ୱରୁ ଆଉ ଗୋଟିଏ ପାର୍ଶ୍ୱକୁ ବାର୍ତ୍ତା ପଠାଇଥିଲେ। ୧୯୦୧ରେ ଅର୍ଥାତ୍‌ ୧୧୯ ବର୍ଷ ପୂର୍ବେ ଏହି ବାର୍ତ୍ତା ପଠାଇବାରେ ସଫଳତା ହାସଲ କରିଥିଲେ। ବାର୍ତ୍ତାଟି ଇଂଲଣ୍ଡ ତଟସ୍ଥିତ ପୋଲ୍‌ଢୁ ନାମକ ଏକ ସ୍ଥାନରୁ କାନାଡାର ସେଣ୍ଟ୍‌ ଜୋନ୍‌ସ ନାମକ ସହର ନିକଟରେ ଥିବା ଏକ ପାହାଡ଼କୁ ପଠାଇଥିଲେ। ପରେ ଉତ୍ତର ଆଟ୍‌ଲାଣ୍ଟିକ୍‌ ମହାସାଗରସ୍ଥିତ ଉକ୍ତ ସ୍ଥାନକୁ ମାର୍କୋନି ବହୁ ବୁଝିବିଚାରି ବାଛିଥିଲେ। ଏହି ସ୍ଥାନର ଯାଞ୍ଚ କରାଯାଇ ଏକ ମେଶିନ ଲଗାଯାଇଥିଲା। ଦୀର୍ଘଦିନ ପରେ ଏଠାରେ ଏକ ଆଣ୍ଟିନା ଲଗାଇବାରେ ମାର୍କୋନି ସଫଳ ହୋଇଥିଲେ। ଏହି ସମୟରେ ସେ ପ୍ରତିଦିନ ଇଂଲଣ୍ଡରୁ ରେଡିଓ ଯୋଗେ ବାର୍ତ୍ତା ପଠାଉଥିଲେ। ୧୯୦୧ ଡିସେମ୍ବରରେ ଇଂଲଣ୍ଡରୁ ପଠାଇଥିବା ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍‌ ବାର୍ତ୍ତା ଆଟ୍‌ଲାଣ୍ଟିକ୍‌ ମହାସାଗର ପାର ହୋଇ ମାର୍କୋନୀଙ୍କ ସିଗ୍‌ନାଲ ଆଣ୍ଟିନା ଜରିଆରେ ପହଞ୍ଚିଥିଲା। ଯାହା ସବୁଠୁ ବଡ଼ ସଫଳତା ଥିଲା। ଏହି ଆଣ୍ଟିନା ଜରିଆରେ ଟାଇଟନିକ୍‌ ବୁଡ଼ିବା ଖବର ମଧ୍ୟ ସମଗ୍ର ବିଶ୍ୱ ନିକଟରେ ପହଞ୍ଚିପାରିଥିଲା। ସିଗ୍‌ନାଲ ହିଲ୍‌ଟି ବର୍ତ୍ତମାନଙ୍କ ପର୍ଯ୍ୟଟନସ୍ଥଳୀ ଭାବରେ ପରିଗଣିତ। ଛୁଟିଦିନରେ ଲୋକେ ଏଠାକୁ ହଜାର ହଜାର ସଂଖ୍ୟାରେ ଆସିଥାନ୍ତି। ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ ଯେ, ଏହି ପାହାଡ଼କୁ ସଂଚାର କ୍ରାନ୍ତି କେନ୍ଦ୍ର ମଧ୍ୟ କୁହାଯାଇଥାଏ। ମାର୍କୋନି ଇଂଲଣ୍ଡରୁ ପଠାଇଥିବା ରେଡିଓ ବାର୍ତ୍ତା ପଢ଼ିବା ପାଇଁ ଏଠାରେ ଏକ ରାଡାର ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିତ୍ୱ: ବି.ସରୋଜା ଦେବୀ

ଭାରତୀୟ ସିନେମା ଜଗତର ଜଣେ ଅନ୍ୟତମ ସଫଳ ଅଭିନେତ୍ରୀ ହେଉଛନ୍ତି ବି.ସରୋଜା ଦେବୀ। ହିନ୍ଦୀ, ତେଲୁଗୁ, ତାମିଲ ଏବଂ କନ୍ନଡ଼ ଭାଷାରେ ସେ ଦୁଇଶହରୁ ଅଧିକ...

ଏମିତି ଜେଲ୍‌, ଯେଉଁଠିକି ଗଲେ କେହି କେବେ ଫେରନ୍ତିନି ଜୀବନ୍ତ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ପୁଟିନ ଅନେକ ଦେଶର ବିରୋଧର ସମ୍ମୁଖୀନ ହେଉଛନ୍ତି। ଇତି ମଧ୍ୟରେ ରୁଷିଆର ଅନେକ ଗୁପ୍ତ ଖବର...

ପିଲାଙ୍କୁ ଏମିତି ଢଙ୍ଗରେ ସ୍କୁଲକୁ ସ୍ବାଗତ ଜଣାଇଲେ ଶିକ୍ଷୟିତ୍ରୀ, ଭିଡିଓ ଦେଖିଲେ…

ପିଲାଙ୍କର ଛୁଟିଦିନ ଶେଷ ହୋଇଥିବାରୁ ସେମାନେ ପୁଣି ଥରେ ସ୍କୁଲକୁ ଆସିଛନ୍ତି। ତେଣୁ ପିଲାମାନଙ୍କୁ ବିଭିନ୍ନ ସ୍କୁଲରେ ଭିନ୍ନ ଭିନ୍ନ ଢଙ୍ଗରେ ସ୍ବାଗତ କରାଯାଇଛି। ଏବେ...

ନୂଆ ବାୟୋମେଟ୍ରିକ ଲେନ୍ସ: ପାଖ ଦୂର ଜିନିଷ ଦେଖିହେବ

କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଗବେଷକମାନେ ଏକ ସ୍ବତନ୍ତ୍ର ଧରଣର ଲେନ୍ସ ପ୍ରସ୍ତୁତ କରିଛନ୍ତି ଯାହା ମାଧ୍ୟମରେ ଦୂର କିମ୍ବା ପାଖ ଜିନିଷ ଭଲ ଭାବରେ ଦେଖିହେବ। ଯେଉଁମାନଙ୍କର...

ହସ୍ପିଟାଲରୁ ଘରକୁ ଫେରି ପୁଅକୁ କୋଳେଇ ପାରିଲେନି ଡାକ୍ତର, ଭିଡିଓ ଦେଖିଲେ ଆଖିରେ ରହିବନି ଲୁହ

ରିୟାଦ: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହି ପରିସ୍ଥିତିରେ ଡାକ୍ତରମାନେ ରୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି...

ଓକିଲଙ୍କ ହାତରୁ ଲକ୍ଷେ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା ମାଙ୍କଡ଼, ଆଉ ତା’ ପରେ…

ଉତ୍ତରପ୍ରଦେଶର ରାମପୁରରେ ଏକ ମାଙ୍କଡ଼ ଜଣେ ଓକିଲଙ୍କ ହାତରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇ ଗଛରେ ଚଢ଼ିଗଲା। ଆଉ ତା’ ପରେ ନୋଟ୍‌ଗୁଡ଼ିକୁ ଉଡ଼ାଇବାରେ...

ମିଳିଲା ୮୦୦ ବର୍ଷ ତଳର ଲୁହା ଚେନ୍‌ରେ ତିଆରି ଶର୍ଟ, ତଥାପି ଲାଗିନି କଳଙ୍କି

ସାଧାରଣତଃ ଲୁହା ସାମଗ୍ରୀ କିଛିଦିନ ରହିବା ପରେ ଏଥିରେ କଳଙ୍କ ଲାଗିଯାଇଥାଏ। ମାତ୍ର ୮୦୦ ବର୍ଷର ତଳର ଲୁହା ଚେନ୍‌ରେ ତିଆରି ଏକ ଶର୍ଟ ମିଳିଛି...

ଗୋଇଠା କରାମତି

ନଟଖଟିଆ ନଟବରବାବୁ ବନାମ ମୋ ସାଙ୍ଗ ନଟିଆ ଯେମିତି ଢଙ୍ଗରେ ମୁହଁକୁ ଶୁଖେଇ ଆସୁଥିଲା, ତାକୁ ଦେଖି ମୋ ହାଲୁକ ଶୁଖିଗଲା । ମତେ ଲାଗୁଥିଲା...

Advertisement
Archives

Model This Week