Posted inଫୁରସତ

ଏହି ଆଣ୍ଟିନା ପ୍ରଥମେ ଦେଇଥିଲା ଟାଇଟନିକ୍‌ ବୁଡ଼ିବା ବାର୍ତ୍ତା

ଆଜିର ସମୟରେ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ମୋବାଇଲ ଯୋଗେ ସଙ୍ଗେ ସଙ୍ଗେ ବାର୍ତ୍ତା ପହଞ୍ଚିପାରୁଛି। ବିନା ତାରରେ ଅନାୟସରେ ଦୂର ସମ୍ପର୍କୀୟଙ୍କ ସହ ଯୋଗାଯୋଗ ହୋଇପାରୁଛି। କିନ୍ତୁ ବିନା ତାରରେ ଲୋକଙ୍କ ନିକଟରେ ପ୍ରଥମେ ବାର୍ତ୍ତା ପହଞ୍ଚାଇବାରେ ଯିଏ ସଫଳ ହୋଇଥିଲେ ସେ ହେଉଛନ୍ତି ମାର୍କୋନି। ଯେ କି  ରେଡିଓ ଉଦ୍‌ଭାବନ କରିଥିଲେ। ଇଟାଲୀରେ ରହୁଥିବା ମାର୍କୋନି ପ୍ରଥମେ ଆଟ୍‌ଲାଣ୍ଟିକ୍‌ ମହାସାଗର ଗୋଟିଏ ପାର୍ଶ୍ୱରୁ ଆଉ ଗୋଟିଏ ପାର୍ଶ୍ୱକୁ ବାର୍ତ୍ତା ପଠାଇଥିଲେ। ୧୯୦୧ରେ ଅର୍ଥାତ୍‌ ୧୧୯ ବର୍ଷ ପୂର୍ବେ ଏହି ବାର୍ତ୍ତା ପଠାଇବାରେ ସଫଳତା ହାସଲ କରିଥିଲେ। ବାର୍ତ୍ତାଟି ଇଂଲଣ୍ଡ ତଟସ୍ଥିତ ପୋଲ୍‌ଢୁ ନାମକ ଏକ ସ୍ଥାନରୁ କାନାଡାର ସେଣ୍ଟ୍‌ ଜୋନ୍‌ସ ନାମକ ସହର ନିକଟରେ ଥିବା ଏକ ପାହାଡ଼କୁ ପଠାଇଥିଲେ। ପରେ ଉତ୍ତର ଆଟ୍‌ଲାଣ୍ଟିକ୍‌ ମହାସାଗରସ୍ଥିତ ଉକ୍ତ ସ୍ଥାନକୁ ମାର୍କୋନି ବହୁ ବୁଝିବିଚାରି ବାଛିଥିଲେ। ଏହି ସ୍ଥାନର ଯାଞ୍ଚ କରାଯାଇ ଏକ ମେଶିନ ଲଗାଯାଇଥିଲା। ଦୀର୍ଘଦିନ ପରେ ଏଠାରେ ଏକ ଆଣ୍ଟିନା ଲଗାଇବାରେ ମାର୍କୋନି ସଫଳ ହୋଇଥିଲେ। ଏହି ସମୟରେ ସେ ପ୍ରତିଦିନ ଇଂଲଣ୍ଡରୁ ରେଡିଓ ଯୋଗେ ବାର୍ତ୍ତା ପଠାଉଥିଲେ। ୧୯୦୧ ଡିସେମ୍ବରରେ ଇଂଲଣ୍ଡରୁ ପଠାଇଥିବା ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍‌ ବାର୍ତ୍ତା ଆଟ୍‌ଲାଣ୍ଟିକ୍‌ ମହାସାଗର ପାର ହୋଇ ମାର୍କୋନୀଙ୍କ ସିଗ୍‌ନାଲ ଆଣ୍ଟିନା ଜରିଆରେ ପହଞ୍ଚିଥିଲା। ଯାହା ସବୁଠୁ ବଡ଼ ସଫଳତା ଥିଲା। ଏହି ଆଣ୍ଟିନା ଜରିଆରେ ଟାଇଟନିକ୍‌ ବୁଡ଼ିବା ଖବର ମଧ୍ୟ ସମଗ୍ର ବିଶ୍ୱ ନିକଟରେ ପହଞ୍ଚିପାରିଥିଲା। ସିଗ୍‌ନାଲ ହିଲ୍‌ଟି ବର୍ତ୍ତମାନଙ୍କ ପର୍ଯ୍ୟଟନସ୍ଥଳୀ ଭାବରେ ପରିଗଣିତ। ଛୁଟିଦିନରେ ଲୋକେ ଏଠାକୁ ହଜାର ହଜାର ସଂଖ୍ୟାରେ ଆସିଥାନ୍ତି। ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ ଯେ, ଏହି ପାହାଡ଼କୁ ସଂଚାର କ୍ରାନ୍ତି କେନ୍ଦ୍ର ମଧ୍ୟ କୁହାଯାଇଥାଏ। ମାର୍କୋନି ଇଂଲଣ୍ଡରୁ ପଠାଇଥିବା ରେଡିଓ ବାର୍ତ୍ତା ପଢ଼ିବା ପାଇଁ ଏଠାରେ ଏକ ରାଡାର ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri