ଏହିସବୁ ଖାଦ୍ୟ ସଜ ଅପେକ୍ଷା ବାସି ହୋଇଥାଏ ଅଧିକ ସ୍ବାଦିଷ୍ଠ

ପ୍ରାୟ ସମସ୍ତଙ୍କୁ ଗରମ ଖାଦ୍ୟ ପସନ୍ଦ। ଏହା ସ୍ବାଦିଷ୍ଠ ହେବା ସହ ସ୍ବାସ୍ଥପକ୍ଷେ ହିତକର ମଧ୍ୟ। ଅପରପକ୍ଷେ ଶୀତଦିନେ ଥଣ୍ଡା ଖାଦ୍ୟ କଥା ଭାବିଲେ ମନ ପାଣିଚିଆ ହୋଇଯାଏ। ହେଲେ କ’ଣ ଆପଣ ଜାଣନ୍ତି, ଏପରି କିଛି ଖାଦ୍ୟ ରହିଛି ଯାହାକୁ ଶୀତଦିନେ ସଜ ଅପେକ୍ଷା ବାସି ଖାଇଲେ ବେଶି ସ୍ବାଦିଷ୍ଠ ଲାଗିଥାଏ।
ଅନେକ ସମୟରେ ଶୀତଦିନେ ରୋଷେଇ କରିବାକୁ ଇଚ୍ଛା ହୋଇ ନ ଥାଏ। ଏହି ଦିନଗୁଡିକରେ ନିମ୍ନରେ ଦିଆଯାଇଥିବା ଖାଦ୍ୟର ମଜା ନେଇପାରିବେ। ତେବେ ଜାଣନ୍ତୁ ସେ ସମ୍ପର୍କରେ….

ଶାଗ:
ଶୀତଦିନେ ପାଳଙ୍ଗ, ମେଥି ଓ ସୋରିଷ ପତ୍ରରେ ପ୍ରସ୍ତୁତ ଶାଗ ଜାତୀୟ ଖାଦ୍ୟ ଭାରତୀୟଙ୍କର ଖୁବ୍‌ ପସନ୍ଦ ହୋଇଥାଏ। ରାତିରେ ଏହାକୁ ପ୍ରସ୍ତୁତ କରି ଫ୍ରିଜ୍‌ରେ ରଖି ସକାଳେ ଗରମ କରି ଦେଶୀ ଘିଅ ପକାଇ ମକା ରୁଟି ସହ ଖାଇଲେ
ଏହା ସଜ ଅପେକ୍ଷା ଅଧିକ ସ୍ବାଦିଷ୍ଠ ଲାଗିଥାଏ।

ସାହି ପନିର:
ଟମାଟୋ, କାଜୁ ଓ ବିଭିନ୍ନ ମସଲାରେ ପ୍ରସ୍ତୁତ ସାହି ପନିର ଖାଇବାକୁ ଅଧିକ ସ୍ବାଦିଷ୍ଠ ଲାଗିଥାଏ। ମାତ୍ର ରାତିରେ ବଳି ଯାଇଥିବା ଏହି ଖାଦ୍ୟକୁ ସକାଳେ ପରଟାରେ ଖାଇଲେ ମଧ୍ୟ ଅଧିକ ସୁସ୍ବାଦୁ ଲାଗିଥାଏ।

ରାଜମା:
ଭାରତର ଅଧିକାଂଶ ଲୋକ ରାଜମାକୁ ପସନ୍ଦ କରିଥାନ୍ତି। ଏହାକୁ ଖାଲି ଖାଇବା ଅପେକ୍ଷା ଜିରା ରାଇସ୍‌ରେ ଖାଇବାକୁ ଭଲ ଲାଗିଥାଏ। ଏହାର ସଜ ଅପେକ୍ଷା ବାସି ଅଧିକ ଭଲ ଲାଗିଥାଏ।

ଗାଜର ହାଲୁଆ:
ଶୀତଦିନେ ଗାଜର ହାଲୁଆର ମଜା ନେବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଗରମ ଗରମ ଅବସ୍ଥାରେ ଏହାକୁ ଖାଇଲେ ସୁଆଦିଆ ଲାଗିଥାଏ। ରାତିରେ ରଖି ସକାଳେ ଥଣ୍ଡାଥଣ୍ଡା ଖାଇଲେ ଭଲ ଲାଗିଥାଏ।

କଡି: ଭାରତୀୟ ଦହି କଡିକୁ ଅଧିକ ପସନ୍ଦ କରିଥାନ୍ତି। ମାତ୍ର ଏହାକୁ ସଜ ଅପେକ୍ଷା ବାସି ଖାଇଲେ ରୁଚିକର ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀର ଉତୁରିଲେ ଦେଇଥାଏ ଏସବୁ ଅଶୁଭ ସଙ୍କେତ

ହିନ୍ଦୁଧର୍ମରେ କ୍ଷୀରକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ। ଏହା ସହିତ କ୍ଷୀର ଉତୁରିପଡ଼ିଲେ ଘରକୁ କେହି ବନ୍ଧୁ ଆସିବାର ସଙ୍କେତ ଦେଇଥାଏ। କିନ୍ତୁ କ୍ଷୀର ଉତୁରିବା...

ୟାକୁ ହିଁ କହନ୍ତି ବନ୍ଧୁତା

କୁହାଯାଏ ଯିଏ ବିପଦବେଳେ ସାହା ହୁଅନ୍ତି ସେ ପ୍ରକୃତ ବନ୍ଧୁ। ଖରାପ ସମୟରେ ହିଁ ଜଣାପଡ଼େ କିଏ ପ୍ରକୃତ ବନ୍ଧୁ ଓ କିଏ ବନ୍ଧୁ ମୁଖାଧାରୀ...

କ୍ୟାନସର ଦୂର କରିବ ଏହି ୪ ଜିନିଷ

କ୍ୟାନସର ଏମିତି ଏକ ରୋଗ, ଯାହାକୁ ଥରେ ଗ୍ରାସ କଲା ସେ କିଛି ମାସ ମଧ୍ୟରେ ମରିବା ଏକପ୍ରକାର ନିଶ୍ଚିତ। କିନ୍ତୁ ଆମ ଚତୁଃପାର୍ଶ୍ୱରେ ଏମିତି...

ଏହି ୫ ବ୍ୟକ୍ତିଙ୍କୁ ନିଜ ବ୍ୟବସାୟ ସହ ଜଡିତ କିଛି କଥା କୁହନ୍ତୁ ନାହିଁ: ନଚେତ ହୋଇପାରନ୍ତି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ କଥା ବିଷୟରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

ବିନା କଏଲ୍‌ରେ ଦୂର ହେବ ମଶା

ସନ୍ଧ୍ୟା ହେବା ପରେ ଅନେକଙ୍କ ଘରେ ମଶାଙ୍କ ସମସ୍ୟା ଦେଖିବାକୁ ମିଳିଥାଏ। ସେଥିପାଇଁ ଅନେକେ ମଶା ଦୂରକରିବା ପାଇଁ ବଜାରରେ ମିଳୁଥିବା ଲିକ୍ୟୁଡି, କଏଲ୍‌ ତଥା...

ଶରୀର ପାଇଁ ଉପକାରୀ ଖଜୁରି

ଖଜୁରି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏଥିରେ ଫାଇବର, କ୍ୟାଲ୍‌ସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ...

ସମସ୍ତଙ୍କ ଥାନ୍ତି ୫ ମା’: ଜାଣନ୍ତୁ କିପରି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କର ୫ ପିତା ଥିବା ଉଲ୍ଲେଖ କରିଥିବା ବେଳେ ୫ ଜଣ ମାତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ତେବେ...

କାଶ ସମସ୍ୟା ଦୂର କରେ ଡାର୍କ ଚକୋଲେଟ୍‌

କାଶ ଏକ ସାଧାରଣ ସମସ୍ୟା। ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଏଥିପାଇଁ କେହି...

Advertisement
Archives

Model This Week