ଏସ୍‌ସିବିର ୬ ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ୍‌

କଟକ ଅଫିସ୍‌,୧୨ା୩: କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ବିଭିନ୍ନ ସମୟରେ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ୬ଜଣକ ନମୁନା ରିପୋର୍ଟ ଆସିଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ବୁଧବାର ଡିସ୍‌ଚାର୍ଜ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ପାରାଦୀପରୁ ଆସିଥିବା ଦମ୍ପତ୍ତି। ଅନ୍ୟମାନଙ୍କୁ ଆଗାମୀ ଦିନରେ ଡିସ୍‌ଚାର୍ଜ କରାଯିବ ବୋଲି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ରବିବାର କଟକ ସହର ରାଣୀହାଟ ଅଞ୍ଚଳ ଜଣେ ଯୁବକ ଏବଂ ସୋମବାର କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ କରୋନା ସନ୍ଦେହରେ ଏସ୍‌ସିବି ମେଡିକାଲ୍‌ର ଆଇସୋଲେଶନ୍‌ ୱାର୍ଡରେ ଭର୍ତ୍ତି ହୋଇଥିଲେ। କଟକର ଯୁବକ ଜଣକ ଦିଲ୍ଲୀ ଏବଂ ଆଗ୍ରା ଭ୍ରମଣ କରି ଘରକୁ ଫେରିବା ପରେ ତାଙ୍କୁ ଥଣ୍ଡା କାଶ ହୋଇଥିଲା। ଏଣୁ ପରିବାରବର୍ଗ ତାଙ୍କୁ ରବିବାର ଏସ୍‌ସିବିରେ ଭର୍ତ୍ତି କରିଥିଲେ। ସେହିଭଳି ଓମାନ୍‌ରୁ ଫେରିଥିବା କେନ୍ଦ୍ରାପଡ଼ାର ଯୁବକ ଜଣକ ମଧ୍ୟ କାଶ ଏବଂ ଜ୍ୱରରେ ପୀଡ଼ିତ ହେବା ପରେ ସୋମବାର ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। କଟକ ଯୁବକଙ୍କ ନମୁନା ପୁଣେ ଏବଂ କେନ୍ଦ୍ରାପଡ଼ା ଯୁବକଙ୍କ ନମୁନା ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିଲା। ଉଭୟ ନମୁନାର ରିପୋର୍ଟ ନେଗେଟିଭ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦର ବର ପାଇଁ ସେବାୟତ ଘର କୁମାରୀଙ୍କ ନେତ ପୂଜା

ପୁରୀ ଅଫିସ,୨ା୧୦:ବଳିରେ ବଳି ନ କର କଳି… କାଲି ଆଣି ଦେବୀ ସରୁ ଚକୁଳି…ଏହି ଗୀତରେ ବୁଧବାର ଝଙ୍କୁରିତ ହୋଇଥିଲା ମାର୍କଣ୍ଡ ପୁଷ୍କରିଣୀ କୂଳ। ସେବାୟତ...

ଷ୍ଟାଣ୍ଡପୋଷ୍ଟରେ ଜଳ ଯୋଗାଣ ବନ୍ଦ

ବ୍ରହ୍ମପୁର ଅଫିସ,୧।୩:  ବ୍ରହ୍ମପୁର ସହରରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ଓ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ...

ଅଜଣା ରୋଗ:୧୦ ଗୋରୁ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରଣପୁର,୨୬।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ଦିନ...

ପୂଜାଥାଳି ଖୋଜୁଛନ୍ତି ପୂଜାରୀ

ବଅଁରପାଳ,୩ା୬ – ପୂର୍ଣ୍ଣମୀ ହେଉ କି ଅମାବାସ୍ୟା, ସଂକ୍ରାନ୍ତି ହେଉ ଅବା ସୋମବାର, ସକାଳୁ ଗହଳିଚହଳିରେ ପୂରି ଉଠୁଥିଲା ମନ୍ଦିର ପରିବେଶ। ପୂଜା ପାଇଁ ଥାଳି...

ରଥ ରଙ୍ଗକାମ ଆରମ୍ଭ

ପୁରୀ ଅଫିସ,୨୫।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ରଥଖଳାରେ ପ୍ରଥମ ପର୍ଯ୍ୟାୟ ଭୂଇଁ ଖଞ୍ଜା ସରିବା ପରେ ରଥରେ ଛ’କାଠ ଉଠିଥିଲା। ଏବେ ଦ୍ୱିତୀୟ...

ମୁକୁଳା ପଡ଼ିଛି ଆଡ଼ିବନ୍ଧ

ଭଦ୍ରକ ଅଫିସ, ୧୮।୬ – ପ୍ରତିବର୍ଷ ବର୍ଷାଋତୁ ଆସିଲେ ଚିନ୍ତା ବଢ଼େ। ପ୍ରଶାସନ ପକ୍ଷରୁ ବର୍ଷାକୁ ଆଖି ଆଗରେ ରଖି ବିଭିନ୍ନ ନଦୀବନ୍ଧ, ଆଡିବନ୍ଧକୁ ସୁଦୃଢ଼...

ପ୍ରତିରକ୍ଷା ବିଭାଗର ୨ ଯବାନ କରୋନା ସଂକ୍ରମିତ : ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଏକ୍ସଇ ବନ୍ଦ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପିଏକ୍ସଇ(ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ) ମିଲଟାରୀ ୱିଙ୍ଗ୍‌ସର ୨ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି...

ନୟାଗଡ଼ର ୨ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୮।୧୦: ୫ ଟି ଅଭିଯୋଗ ଏବଂ ଏକ ମାମଲାରେ ଗୋଟିଏ ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଅଭିଯୋଗରେ...

Advertisement
Archives

Model This Week