ଏସ୍‌ସିବିରେ ଚତୁର୍ଥ କରୋନା ପଜିଟିଭ୍‌

କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍‌ସରେ ତାଙ୍କ ନମୁନା ପରୀକ୍ଷା ବେଳେ କରୋନା ପଜିଟିଭ୍‌ ମିଳିଥିଲା। ବୁଧବାର ଭୋରୁ ତାଙ୍କୁ କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ଏଠାରେ ଆଇସୋଲେଶନ୍‌ ୱାର୍ଡ଼ରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ଅନେକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କାରଣ ସମ୍ପୃକ୍ତ ଯୁବକଙ୍କ ପାଖରେ କରୋନା ଭୂତାଣୁ ନେଇ କୌଣସି ଲକ୍ଷଣ ଦେଖାଯାଉ ନାହିଁ । ଖାସ, ଛିଙ୍କ ନାହିଁ କିମ୍ବା ତାଙ୍କ ଶରୀରର ତାପମାତ୍ରା ମଧ୍ୟ ସ୍ବାଭାବିକ ରହିଛି। ଡାକ୍ତରୀ ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିଥିଲେ ବି କୌଣସିି ସିମ୍‌ଟୋମାଟିକ ଟ୍ରିଟମେଣ୍ଟ ବା ଲକ୍ଷଣାଗତ ଚିକିତ୍ସା କରାଯାଇପାରୁନାହିଁ।
ଏହି ଯୁବକ ମାର୍ଚ୍ଚ ୧୮ରେ ବିମାନରେ ଦୁବାଇରୁ କୋଲକାତା ଆସିଥିଲେ। ସେହିଦିନ ସେଠାରୁ ଟ୍ୟାକ୍ସିରେ ହାୱଡା ଷ୍ଟେଶନ ଆସି ଟ୍ରେନରେ ଭଦ୍ରକ ପହଞ୍ଚତ୍ଥିଲେ। ଭଦ୍ରକ ଷ୍ଟେଶନରୁ ଅଟୋରେ ଘରକୁ ଫେରିଥିଲେ। ୩୦ ତାରିଖରେ ହୋମ କ୍ବାରେଣ୍ଟାଇନ୍‌ରେ ରହିବା ସହ ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା। ୩୧ ତାରିଖରେ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କୁ ଜେଲ ଯନ୍ତ୍ରଣା: ଜାମିନ ପାଇବି ଶଢ଼ୁଛନ୍ତି ୬ ବନ୍ଦୀ

ବ୍ରହ୍ମପୁର ଅଫିସ,୧୯ ।୬: ଜାମିନଦାର ଏବଂ ସିକ୍ୟୁରିଟି ଜମା ଦାଖଲ କରିପାରୁ ନ ଥିବାରୁ ଜାମିନ ପାଇ ବି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳି ପାରୁନାହାନ୍ତି...

ଟୋକନ ମିଳିଲା, ମିଳିନି ଚାଉଳ

କେନ୍ଦୁଝର,୮ା୪ (ସ୍ବ.ପ୍ର.) – କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ବିଭିନ୍ନ ସ୍କୁଲ ଛୁଟି କରାଯାଇ ଛାତ୍ରୀଛାତ୍ରଙ୍କୁ ୩ ମାସର ମଧ୍ୟାହ୍ନଭୋଜନ ଚାଉଳ...

୨୪ ଘଣ୍ଟା ଭିତରେ ଧରା ପଡ଼ିଲେ ୫ ଡକାୟତ

ନୂଆପଡା ଅଫିସ,୧୬ା୪- କରୋନା ମୁକାବିଲା କାମରେ ପୋଲିସ ନିଦ ହଜି ଯାଇଛି। ହେଲେ ଅସାମାଜିକ ବ୍ୟକ୍ତି ଏହାର ସୁଯୋଗରେ ଅପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। ନୂଆପଡ଼ା ଜିଲା...

ବୁଧବାର ବନକଲାଗି, ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ...

ଲକ୍‌ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ

ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ...

ଯେତେ ଖୋଜିଲେ ସେତେ ମିଳୁଛି

କଟକ ଅଫିସ,୨୭ା୧୨: ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଘରେ ପୋଲିସ ଯେତେ ଖୋଜୁଛି ସେତେ ମିଳୁଛି ବନ୍ଧୁକ, ଗୁଳି ଓ ଟଙ୍କା। ଦୁଇଦିନର ତନାଘନା ପରେ କମିଶନରେଟ...

ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଉ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ):କରୋନା ଲଢ଼େଇରେ ଆରମ୍ଭରୁ ନିଜକୁ ସାମିଲ କରିଥିବା ଶିକ୍ଷକଙ୍କୁ ତୁରନ୍ତ କରୋନା ଯୋଦ୍ଧାର ମାନ୍ୟତା ମିଳୁ। ରାଜ୍ୟ ସରକାର ଶିକ୍ଷକଙ୍କୁ ଯୋଦ୍ଧା ଭାବେ ଘୋଷଣା...

‘ପ୍ରାପ୍ୟ ନ ଦେଲେ ରଥ ଖୋଲିବୁନି’

ପୁରୀ ଅଫିସ,୫ା୮: ଚଳିତବର୍ଷ ତିନିରଥ ଭଙ୍ଗା ନ ଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷଣ କରି ରଖାଯିବ। ଶ୍ରୀମନ୍ଦିର ପ୍ରଶାସନର ଏହି...

Advertisement
Archives

Model This Week