ଏସ୍‌ବିଆଇ ଆକାଉଣ୍ଟଧାରୀଙ୍କୁ ରଖିବାକୁ ହେବ ସର୍ବନିମ୍ନ ୩ ହଜାର ଜମା

ନୂଆଦିଲ୍ଲୀ,୧୪-୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଅକ୍ଟୋବର ପହିଲାରୁ କେତେକ ସର୍ଭିସ ଚାର୍ଜରେ ପରିବର୍ତ୍ତନ କରାଯିବ। ଜମାଖାତାରେ ମାସକୁ ସର୍ବନିମ୍ନ ଜମା ରାଶି ନ ରଖିଲେ ଜରିମାନାକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏନ୍‌ଇଏଫ୍‌ଟି ଓ ଆର୍‌ଟିଜିଏସ୍‌ ମାଧ୍ୟମରେ ଅନ୍‌ଲାଇନରେ ନେଣଦେଣ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଟ୍ରାଞ୍ଜାକ୍‌ଶନକୁ ଶସ୍ତା କରାଯାଇଛି। ଏଣିକି ମେଟ୍ରୋ ସହର ଏବଂ ସହରାଞ୍ଚଳରେ ହାରାହାରି ମାସିକ ଜମା ଯଥାକ୍ରମେ ୫୦୦୦ ଟଙ୍କା ଏବଂ ୩ ହଜାର ଟଙ୍କା ବଦଳରେ ୩ ହଜାର ଟଙ୍କା ରଖାଯାଇଛି। ଏହାଠାରୁ କମ୍‌ ଅର୍ଥ ଜମା ରହିଲେ ପରିମାଣ ହିସାବରେ ଶୁଳ୍କ ଆଦାୟ କରାଯିବ। ସହରାଞ୍ଚଳରେ ଆକାଉଣ୍ଟଧାରୀଙ୍କୁ ୩ ହଜାର ଟଙ୍କା ବାଲାନ୍ସ ନ ରଖି ପାରିଲେ ତାଙ୍କ ବାଲାନ୍ସ ୭୫%ରୁ କମ୍‌ ହୋଇଥିଲେ ୧୫ ଟଙ୍କା ପେନାଲ୍ଟି ଏବଂ ଜିଏସ୍‌ଟି ଦେବାକୁ ହେବ। ବର୍ତ୍ତମାନ ୮୦ ଟଙ୍କା ଏବଂ ଜିଏସ୍‌ଟି ଆଦାୟ କରାଯାଉଛି। ସେହିଭଳି ୫୦ରୁ ୭୫% କମ୍‌ ବାଲାନ୍ସ ରହିବା କ୍ଷେତ୍ରରେ ୧୨ ଟଙ୍କା ଏବଂ ଜିଏସ୍‌ଟି ଆଦାୟ ହେବ ଯାହା କି ବର୍ତ୍ତମାନ ୬୦ ଟଙ୍କା ଏବଂ ଜିଏସ୍‌ଟି ରହିଛି। ୫୦%ରୁ କମ୍‌ ବାଲାନ୍ସ ରହିବା କ୍ଷେତ୍ରରେ ୧୦ ଟଙ୍କା ଏବଂ ଜିଏସ୍‌ଟି ଆଦାୟ କରାଯିବ। ବର୍ତ୍ତମାନ ସାଲାରି ଆକାଉଣ୍ଟ, ବେସିକ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟ, ପିଏମ୍‌ ଜନଧନ ଯୋଜନା ଆକାଉଣ୍ଟର ହାରାହାରି ମାସିକ ବାଲାନ୍ସ ରଖିବାର ନିୟମ ନାହିଁ। ତେବେ ଅକ୍ଟୋବର ପହିଲାରୁ ନୋ ଫିଲ୍‌ ଆକାଉଣ୍ଟ, ପ୍ରଥମ ପଦକ୍ଷେପ ଓ ପ୍ରଥମ ଉଡ଼ାଣ ଆକାଉଣ୍ଟ, ୧୮ ବର୍ଷରୁ କମ୍‌ ନାବାଳକ, ପେନସନର, ସିନିୟର ସିଟିଜେନ ଏବଂ ୨୧ ବର୍ଷ ପର୍ଯ୍ୟନ୍ତ ଛାତ୍ରୀଙ୍କ ଆକାଉଣ୍ଟ ଉକ୍ତ ନିୟମରୁ ବାଦ୍‌ ପଡିବେ। ଜୁଲାଇ ପହିଲାରୁ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ମାଧ୍ୟମରେ ଟ୍ରାଞ୍ଜାକ୍‌ଶନ ମାଗଣା ହୋଇଛି। ତେବେ ଶାଖାରୁ ଏଭଳି ମାଧ୍ୟମରେ ଟଙ୍କା ନେଣଦେଣ ପାଇଁ ଶୁଳ୍କ ହ୍ରାସ କରାଯାଇଛି। ଶାଖାରୁ ୧୦ ହଜାର ପର୍ଯ୍ୟନ୍ତ ଏନ୍‌ଇଏଫ୍‌ଟି କରିବା ଲାଗି ୨ ଟଙ୍କା, ୧ରୁ ୨ ଲକ୍ଷ ଟଙ୍କା ପାଇଁ ୧୨ ଟଙ୍କା, ୨ ଲକ୍ଷରୁ ଅଧିକ ପାଇଁ ୨୦ ଟଙ୍କା ବ୍ୟତୀତ ଜିଏସ୍‌ଟି ଆଦାୟ କରାଯିବ। ସେହିଭଳି ୨ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍‌ଟିଜିଏସ୍‌ ପାଇଁ ୨୦ ଟଙ୍କା ଏବଂ ୫ ଲକ୍ଷରୁ ଅଧିକ ଟଙ୍କା ପାଇଁ ୪୦ ଟଙ୍କା ଦେବାକୁ ହେବ। ସମସ୍ତ କ୍ଷେତ୍ରରେ ଜିଏସ୍‌ଟି ଆଦାୟ ହେବ। ସେହିଭଳି ଏସ୍‌ବିଆଇ ଏଟିଏମ୍‌ ଚାର୍ଜରେ ପରିବର୍ତ୍ତନ କରିଛି। ଗ୍ରାହକ ୬ ମେଟ୍ରୋ ସହରରେ ନଗଦ ଉଠାଣ ପାଇଁ ୧୦ ଥର ମାଗଣାରେ ଟ୍ରାଞ୍ଜାକ୍‌ଶନ କରିପାରିବେ। ଅନ୍ୟ ସହର ପାଇଁ ଏହା ୧୨ ରଖାଯାଇଛି। ସମସ୍ତ ସହରରେ ସାଲାରି ଆକାଉଣ୍ଟରେ ଏସ୍‌ବିଆଇ ଏଟିଏମ୍‌ରେ ଅଧିକ ଟ୍ରାଞ୍ଜାକ୍‌ଶନ କରିହେବ। ସେହିଭଳି ସେଭିଙ୍ଗ୍‌ସ ଆକାଉଣ୍ଟଧାରୀଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ପ୍ରଥମେ ୧୦ ଟିକିଆ ଚେକ୍‌ ବହି ଜାରି କରାଯିବ। ଏହାପରେ ୧୦ ଚେକ୍‌ ବିଶିଷ୍ଟ ବହି ପାଇଁ ୪୦ ଟଙ୍କା ଏବଂ ଜିଏସ୍‌ଟି ଦେବାକୁ ହେବ। ସେହିପରି ୨୫ ଚେକ୍‌ ଥିବା ବହି ପାଇଁ ୭୫ ଟଙ୍କା ଓ ଜିଏସ୍‌ଟି ଆଦାୟ ହେବ। ତେବେ ସିନିୟର ସିଟିଜେନ ଓ ସାଲାରି ଆକାଉଣ୍ଟଧାରୀଙ୍କୁ ମାଗଣାରେ ଚେକ୍‌ ବହି ଜାରି କରାଯିବ ବୋଲି ଏସ୍‌ବିଆଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ପାନୀୟ ଜଳ ପାଇ ରାଜ୍ୟ ରାଜପଥ ଅବରୋଧ, ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ

ଭାପୁର,୧୬।୬(ପ୍ରଭାତ ବରାଡ): ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ପାନୀୟ ନପାଇ ୪୮ନଂ ରାଜ୍ୟ ରାଜପଥ ରାସ୍ତା ଉପରେ ଗରା, ବାଲ୍‌ଟି ରଖି ବିକ୍ଷୋଭ ପ୍ରଦର୍ଶନ।…

ଗାଁରେ ମାତିଲା ପାଗଳ ମାଙ୍କଡ, ସକାଳ ହେଲେ ପଡିଯାଉଛି ତାଟି କବାଟ, ଆତଙ୍କିତ ଅବସ୍ଥାରେ ଲୋକେ

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୮ରୁ ଅଧିକ ଜଣ ପାଗଳ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri