ଏସ୍‌ବିଆଇ ଆକାଉଣ୍ଟଧାରୀଙ୍କୁ ରଖିବାକୁ ହେବ ସର୍ବନିମ୍ନ ୩ ହଜାର ଜମା

ନୂଆଦିଲ୍ଲୀ,୧୪-୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଅକ୍ଟୋବର ପହିଲାରୁ କେତେକ ସର୍ଭିସ ଚାର୍ଜରେ ପରିବର୍ତ୍ତନ କରାଯିବ। ଜମାଖାତାରେ ମାସକୁ ସର୍ବନିମ୍ନ ଜମା ରାଶି ନ ରଖିଲେ ଜରିମାନାକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏନ୍‌ଇଏଫ୍‌ଟି ଓ ଆର୍‌ଟିଜିଏସ୍‌ ମାଧ୍ୟମରେ ଅନ୍‌ଲାଇନରେ ନେଣଦେଣ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଟ୍ରାଞ୍ଜାକ୍‌ଶନକୁ ଶସ୍ତା କରାଯାଇଛି। ଏଣିକି ମେଟ୍ରୋ ସହର ଏବଂ ସହରାଞ୍ଚଳରେ ହାରାହାରି ମାସିକ ଜମା ଯଥାକ୍ରମେ ୫୦୦୦ ଟଙ୍କା ଏବଂ ୩ ହଜାର ଟଙ୍କା ବଦଳରେ ୩ ହଜାର ଟଙ୍କା ରଖାଯାଇଛି। ଏହାଠାରୁ କମ୍‌ ଅର୍ଥ ଜମା ରହିଲେ ପରିମାଣ ହିସାବରେ ଶୁଳ୍କ ଆଦାୟ କରାଯିବ। ସହରାଞ୍ଚଳରେ ଆକାଉଣ୍ଟଧାରୀଙ୍କୁ ୩ ହଜାର ଟଙ୍କା ବାଲାନ୍ସ ନ ରଖି ପାରିଲେ ତାଙ୍କ ବାଲାନ୍ସ ୭୫%ରୁ କମ୍‌ ହୋଇଥିଲେ ୧୫ ଟଙ୍କା ପେନାଲ୍ଟି ଏବଂ ଜିଏସ୍‌ଟି ଦେବାକୁ ହେବ। ବର୍ତ୍ତମାନ ୮୦ ଟଙ୍କା ଏବଂ ଜିଏସ୍‌ଟି ଆଦାୟ କରାଯାଉଛି। ସେହିଭଳି ୫୦ରୁ ୭୫% କମ୍‌ ବାଲାନ୍ସ ରହିବା କ୍ଷେତ୍ରରେ ୧୨ ଟଙ୍କା ଏବଂ ଜିଏସ୍‌ଟି ଆଦାୟ ହେବ ଯାହା କି ବର୍ତ୍ତମାନ ୬୦ ଟଙ୍କା ଏବଂ ଜିଏସ୍‌ଟି ରହିଛି। ୫୦%ରୁ କମ୍‌ ବାଲାନ୍ସ ରହିବା କ୍ଷେତ୍ରରେ ୧୦ ଟଙ୍କା ଏବଂ ଜିଏସ୍‌ଟି ଆଦାୟ କରାଯିବ। ବର୍ତ୍ତମାନ ସାଲାରି ଆକାଉଣ୍ଟ, ବେସିକ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟ, ପିଏମ୍‌ ଜନଧନ ଯୋଜନା ଆକାଉଣ୍ଟର ହାରାହାରି ମାସିକ ବାଲାନ୍ସ ରଖିବାର ନିୟମ ନାହିଁ। ତେବେ ଅକ୍ଟୋବର ପହିଲାରୁ ନୋ ଫିଲ୍‌ ଆକାଉଣ୍ଟ, ପ୍ରଥମ ପଦକ୍ଷେପ ଓ ପ୍ରଥମ ଉଡ଼ାଣ ଆକାଉଣ୍ଟ, ୧୮ ବର୍ଷରୁ କମ୍‌ ନାବାଳକ, ପେନସନର, ସିନିୟର ସିଟିଜେନ ଏବଂ ୨୧ ବର୍ଷ ପର୍ଯ୍ୟନ୍ତ ଛାତ୍ରୀଙ୍କ ଆକାଉଣ୍ଟ ଉକ୍ତ ନିୟମରୁ ବାଦ୍‌ ପଡିବେ। ଜୁଲାଇ ପହିଲାରୁ ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ମାଧ୍ୟମରେ ଟ୍ରାଞ୍ଜାକ୍‌ଶନ ମାଗଣା ହୋଇଛି। ତେବେ ଶାଖାରୁ ଏଭଳି ମାଧ୍ୟମରେ ଟଙ୍କା ନେଣଦେଣ ପାଇଁ ଶୁଳ୍କ ହ୍ରାସ କରାଯାଇଛି। ଶାଖାରୁ ୧୦ ହଜାର ପର୍ଯ୍ୟନ୍ତ ଏନ୍‌ଇଏଫ୍‌ଟି କରିବା ଲାଗି ୨ ଟଙ୍କା, ୧ରୁ ୨ ଲକ୍ଷ ଟଙ୍କା ପାଇଁ ୧୨ ଟଙ୍କା, ୨ ଲକ୍ଷରୁ ଅଧିକ ପାଇଁ ୨୦ ଟଙ୍କା ବ୍ୟତୀତ ଜିଏସ୍‌ଟି ଆଦାୟ କରାଯିବ। ସେହିଭଳି ୨ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍‌ଟିଜିଏସ୍‌ ପାଇଁ ୨୦ ଟଙ୍କା ଏବଂ ୫ ଲକ୍ଷରୁ ଅଧିକ ଟଙ୍କା ପାଇଁ ୪୦ ଟଙ୍କା ଦେବାକୁ ହେବ। ସମସ୍ତ କ୍ଷେତ୍ରରେ ଜିଏସ୍‌ଟି ଆଦାୟ ହେବ। ସେହିଭଳି ଏସ୍‌ବିଆଇ ଏଟିଏମ୍‌ ଚାର୍ଜରେ ପରିବର୍ତ୍ତନ କରିଛି। ଗ୍ରାହକ ୬ ମେଟ୍ରୋ ସହରରେ ନଗଦ ଉଠାଣ ପାଇଁ ୧୦ ଥର ମାଗଣାରେ ଟ୍ରାଞ୍ଜାକ୍‌ଶନ କରିପାରିବେ। ଅନ୍ୟ ସହର ପାଇଁ ଏହା ୧୨ ରଖାଯାଇଛି। ସମସ୍ତ ସହରରେ ସାଲାରି ଆକାଉଣ୍ଟରେ ଏସ୍‌ବିଆଇ ଏଟିଏମ୍‌ରେ ଅଧିକ ଟ୍ରାଞ୍ଜାକ୍‌ଶନ କରିହେବ। ସେହିଭଳି ସେଭିଙ୍ଗ୍‌ସ ଆକାଉଣ୍ଟଧାରୀଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ପ୍ରଥମେ ୧୦ ଟିକିଆ ଚେକ୍‌ ବହି ଜାରି କରାଯିବ। ଏହାପରେ ୧୦ ଚେକ୍‌ ବିଶିଷ୍ଟ ବହି ପାଇଁ ୪୦ ଟଙ୍କା ଏବଂ ଜିଏସ୍‌ଟି ଦେବାକୁ ହେବ। ସେହିପରି ୨୫ ଚେକ୍‌ ଥିବା ବହି ପାଇଁ ୭୫ ଟଙ୍କା ଓ ଜିଏସ୍‌ଟି ଆଦାୟ ହେବ। ତେବେ ସିନିୟର ସିଟିଜେନ ଓ ସାଲାରି ଆକାଉଣ୍ଟଧାରୀଙ୍କୁ ମାଗଣାରେ ଚେକ୍‌ ବହି ଜାରି କରାଯିବ ବୋଲି ଏସ୍‌ବିଆଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri