ଏସ୍‌ଏଚ୍‌ଜି ଜମାରାଶି ଧରି ଚମ୍ପଟ

ଜଳେଶ୍ୱର, ୨୯।୧୨(ସ୍ବ.ପ୍ର.)-ସରକାର ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଋଣ ପ୍ରଦାନ କରି ସେମାନଙ୍କର ଆର୍ଥତ୍କ ମାନଦଣ୍ଡର ବିକାଶ ଲାଗି ଚେଷ୍ଟା କରୁଥିବା ବେଳେ କେତେକ ଅସାଧୁ ସଂସ୍ଥା ଏହାର ସୁଯୋଗ ନେଇ ଠକି ଚାଲିଛନ୍ତି । ଜଳେଶ୍ୱର ମ୍ୟୁନିସିସିପାଲଟିର ଷ୍ଟେସନବଜାର ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଂସ୍ଥାର କର୍ମଚାରୀ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଋଣ ଦେବା ବାହାନାରେ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଥିବା ଜଣାଯାଇଛି।
ସାଟେନ୍‌ କେଡିଟ୍‌ କେୟାର ନେଟ୍‌ୱର୍କ ଲିମିଟେଡ୍‌ ନାମକ ଏକ ସଂସ୍ଥା ସୋର ଅଞ୍ଚଳରୁ ଆସି ଜଳେଶ୍ୱରର ଷ୍ଟେଟବ୍ୟାଙ୍କ ନିକଟ ଏକ କୋଠାରେ ତା ୨୪ା୧୧ା୧୭ରେ ଏକ ଶାଖା ଖୋଲି ତାର ବ୍ୟବସାୟ ଆରମ୍ଭ କରିଥିଲା । କିନ୍ତୁ ପରେ ଏହା ତା୧ା୧୨ା୧୯ରେ ଜଳେଶ୍ୱର ଷ୍ଟେଶନବଜାରସ୍ଥିତ ନିରଞ୍ଜନ ଦାସଙ୍କ ଘରକୁ ଅଫିସ୍‌ ସ୍ଥାନାନ୍ତର କରାଯାଇଥିଲା। ମାତ୍ର କମ୍ପାନୀର ଫିଲ୍ଡ ମ୍ୟାନେଜର ପ୍ରକାଶ ଚନ୍ଦ୍ର ଅଗସ୍ତି ବିଭିନ୍ନ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି ା ଏହାସହ ଗୋବରଘଟ୍ଟା ଅଞ୍ଚଳରେ ଥିବା ଲକ୍ଷ୍ମଣନାଥ ଟାଉନ୍‌ ମହିଳା ସ୍ବୟଂସହାୟକ ଗୋଷ୍ଠୀର ଛବିରାଣୀ ପାତ୍ର, ସବିତା ପାତ୍ର, ଅଞ୍ଜନା ନାୟକ, ସବିତା ନାୟକ, ମଲ୍ଲିକ ଦଳାଇ, ରବିତା ନାଥ ପ୍ରମୁଖ ୯ଜଣ ମହିଳାଙ୍କଠାରୁ ୧୬, ୨୪୦ଟଙ୍କା ନେଇଥିବା ସେମାନେ ଅଭିଯୋଗ କରିଛନ୍ତି ା ଦୁର୍ନୀତି ଓ ଅନିୟମିତତା ଦେଖି ତା୧୫ା୧୨ା୧୯ରିଖରୁ ଫିଲ୍ଡ ମ୍ୟାନେଜର ଅଗସ୍ତିଙ୍କୁ ନିଲମ୍ବନ କରାଯାଇଥିବା ସଂସ୍ଥାର ମ୍ୟାନେଜର ନରେଶ ଚନ୍ଦ୍ର ବେହେରା କହିଛନ୍ତି। ଅନ୍ୟପକ୍ଷରେ ତା୨୪ା୧୨ା୧୯ରିଖରେ ସେମାନଙ୍କଠାରୁ ଅର୍ଥ ନିଆଯାଇଥିବା ଅଭିଯୋଗକାରିଣୀମାନେ ଅଭିଯୋଗ କରିଛନ୍ତି। ଫିଲ୍ଡ ମ୍ୟାନେଜର ଅଗସ୍ତିଙ୍କୁ ସଂସ୍ଥା ପକ୍ଷରୁ ନିଲମ୍ବନ କରାଯାଇଥିବା କୁହାଯାଉଥିବା ବେଳେ ଏହାପରେ ମଧ୍ୟ ସେ ଗୋଷ୍ଠୀଗୁଡିକରୁ ଅର୍ଥ ଆଦାୟ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ କେତେକ ଜମାକାରୀ ଜଳେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଢୁଆଳରେ ଚାଲିଛି ଖଣିଜ ଲୁଟ୍‌

ଖଇରା, ୫।୧(ଡି.ଏନ.ଏ.) ନିର୍ବାଚନରେ ରାଜସ୍ବ ଅଧିକାରୀଙ୍କ ବ୍ୟସ୍ତତାର ସୁଯୋଗ ନେଇ ଏବେ ଖଣି ମାଫିଆମାନେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରୁ ପଥର...

ହାଟରେ ଚାଲିଛି ଜୁଆଖେଳ

ଖଇରା, ୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ହରିପୁର ପଞ୍ଚାୟତ ଅଧୀନ ଦୋମୁହାଁଣି ହାଟରେ ଏବେ ଜୁଆଖେଳ ବ୍ୟାପକ ଆକାର ଧାରଣ କଲାଣି। ଜୁଆଖେଳ ସାଙ୍ଗକୁ ମହୁଲି...

ଚାଷ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୫।୭(ଡି.ଏନ.ଏ.)-ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ ଧାନ...

‘ମହାଦ୍ରୁମରୁ କେବଳ ପତ୍ର ଝଡ଼ିଛି’

ଖଇରା, ୪ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରାଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ରାଧାକାନ୍ତ ପାତ୍ର ଓ...

ପଞ୍ଚଲିଙ୍ଗେଶ୍ୱର ସଂରକ୍ଷିତ ଜଙ୍ଗଲରେ ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ

ନୀଳଗିରି,୧୭ା୪(ସ୍ବ.ପ୍ର.): ଓଡ଼ିଶାରେ ପ୍ରଥମ କରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱରର ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ। ଏହାକୁ ବିଶିଷ୍ଟ ପକ୍ଷୀବିତ୍‌ ଓ...

ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ

ବାହାନଗା/ସୋର, ୨୮।୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍‌ରେ ଆସି...

ଲଘୁଚାପଜନିତ ବର୍ଷା, ଚାଷୀ ଆଶ୍ୱସ୍ତ

ବାଲେଶ୍ୱର ଅଫିସ, ୫।୮-ବାଲେଶ୍ୱର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଚାଷୀକୁଳ ଆଶ୍ୱସ୍ତ ହୋଇଛନ୍ତି। ଗତ ସୋମବାରଠାରୁ ଜିଲାରେ ମୋଟ୍‌ ୩୩୮ମି.ମି. ବର୍ଷା ହୋଇଥିବା ବେଳେ ହାରାହାରି...

ଆଜି ବିଶ୍ୱ ପରିବେଶ ଦିବସ: ବିକାଶ ନାମରେ ନଷ୍ଟ ହେଉଛି ପରିବେଶ

କେନ୍ଦୁଝର, ୫ା୬ (ସ୍ବ.ପ୍ର.)-ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ ଚାଲିିଛି କିନ୍ତୁ କାହାରି...

Advertisement
Archives

Model This Week