‘ନିର୍ବାଚନରେ କଳାଧନ ରୋକିବାକୁ ନିଆଯିବ ପଦକ୍ଷେପ’

କଟକ ଅଫିସ,୭ା୩: ଗତ ସାଧାରଣ ନିର୍ବାଚନରେ ବିପୁଳ ପରିମାଣରେ କଳାଧନ ବ୍ୟବହାର ହୋଇଛି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନଗଦ ଟଙ୍କା, ନିଶାଦ୍ରବ୍ୟ ଏବଂ ଅଳଙ୍କାର ବଣ୍ଟନ କରାଯାଇଛି। କେଉଁ ରାଜ୍ୟରେ କେତେ ପରିମାଣର କଳାଧନ ବ୍ୟବହାର ହୋଇଥିଲା ସେ ନେଇ ଅନେକ ସୂଚନା ମିଳିଛି। ଫଳରେ ଆଗାମୀ ନିର୍ବାଚନ ସମୟରେ କିଭଳି ଭାବେ କଳାଧନର ବ୍ୟବହାର ରୋକାଯାଇପାରିବ ସେ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଏଜେନ୍ସି ଜରିଆରେ କଳାଧନ ଧରପଗଡ଼ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କଳାଧନ ପ୍ରସଙ୍ଗରେ ଗଠିତ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଟିମ୍‌(ଏସ୍‌ଆଇଟି)ର ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ। କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ୍‌ ପଶାୟତଙ୍କ ବାସଭବନରେ ଶନିବାର କଳାଧନ ସମ୍ପର୍କିତ ଏସ୍‌ଆଇଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ନିର୍ବାଚନ ଆୟୋଗ(ଇସିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ସିବିଆଇ, ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ, ଆୟକର ବିଭାଗ, ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି), ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମ୍‌ସ(ସିବିଆଇଟିସି), ଅର୍ଥନୈତିକ ଗୋଇନ୍ଦା ୟୁନିଟ୍‌(ଏଫ୍‌ଆଇୟୁ), ରାଜ୍ୟ ଭିଜିଲାନ୍ସ, ବାଣିଜ୍ୟକର, ଦ୍ରବ୍ୟ ଓ ସେବାକର ଆୟୁକ୍ତଙ୍କ ସହ ପ୍ରାୟ ୧୮ଟି ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଶିଶୁ ଅପପୁଷ୍ଟିର ଶିକାର

କଳିଙ୍ଗନଗର,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ସଂସାଇଲୋ ପଞ୍ଚାୟତ ଅଧୀନ ନାକଦେଇ ଗ୍ରାମ। ସେହି ଗ୍ରାମର ୪ ଆଦିବାସୀ ଭାଇଭଉଣୀ ଏବେ ଅପପୁଷ୍ଟିର ଶିକାର ହୋଇଛନ୍ତି।...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ୪ର୍ଥ ଶ୍ରେଣୀ କର୍ମଚାରୀ

ମୋରଡ଼ା,୧୨ା୫(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ବର୍ତ୍ତମାନ ରାଜ୍ୟର ପ୍ରାୟ ସମସ୍ତ ବିଦ୍ୟାଳୟ ୫-ଟି ଅନ୍ତର୍ଭୁକ୍ତ...

ଦେଶସାରା ଲକ୍‌ଡାଉନ୍‌: ଶ୍ରମିକଙ୍କୁ କାମରେ ନିୟୋଜିତ କରିଛନ୍ତି ଠିକାଦାର

ନାଉଗଁା, ୨୭।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ କୌଣସି ଜରୁରୀ...

କେସିଙ୍ଗାରେ ୭୧ ତମ ସାଧାରଣତନ୍ତ୍ର ଦିବସ

କେସିଙ୍ଗା,୨୬।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟାପୀଠ ଖେଳପଡ଼ିଆ ପରିସରରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି...

ଚିରଞ୍ଜୀବଙ୍କ ନୀରବତାକୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ କର୍ମୀ

ଜଗତ୍‌ସିଂହପୁର ଅଫିସ, ୧୬।୪: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ପରାଜୟ ହୋଇଥିଲା। ଏହା ପରଠୁ...

ହ୍ବାଟସ୍‌ ଆପ୍‌ର ଡିପିରେ ଜିଲାପାଳଙ୍କ ଫଟୋ : ମାଗୁଛନ୍ତି ଟଙ୍କା

ବୌଦ୍ଧ,୩୦।୪(ସ୍ବ.ପ୍ର.): ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋ ହ୍ବାଟସ୍‌ ଆପ୍‌ ଡିପି ରଖି ବିଭିନ୍ନ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ...

ବଜ୍ରପାତରେ ଯୁବତୀଙ୍କ ଜୀବନଗଲା

ଭଞ୍ଜନଗର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ହାତୀଗୁଡ଼ାରେ ଗୁରୁବାର ମଧ୍ୟାହ୍ନରେ ବଜ୍ରପାତ ଘଟି ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଟୁନି ପୋଲାଇ।...

ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଶହୀଦଙ୍କୁ ମନେ ପକାଇଲେ ମନ୍ତ୍ରୀ

କେନ୍ଦୁଝର,୧୫।୮(ବ୍ୟୁରୋ): କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ...

Advertisement
Archives

Model This Week