ଏସବୁ ରୋଗରୁ ଦୂରେଇ ରହିବା ପାଇଁ, ସକାଳେ ପିଅନ୍ତୁ ଅଧାକପ ନାଲି ଚା’…

ନାଲି ଚା’ ପିଇବା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଜାପାନର ଯୁବପିଢି ଓ ବୟସ୍କ ଲୋକ ନିୟମିତ ଭାବେ ନାଲି ଚା’ ପିଉଥିବାରୁ ସେମାନଙ୍କ ଶାରୀରିକ ସାମର୍ଥ୍ୟ ଭଲ ରହିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି। ପ୍ରତିଦିନ ସକାଳେ ଅଧାକପ ନାଲି ଚା’ ପିଇଲେ ଶରୀରର ଚର୍ବି କମ୍‌ ହେବା ସହ ଓଜନ ନିୟନ୍ତ୍ରିତ ହୋଇଥାଏ। ଏହାସହ ନାଲି ଚା’ ପିଇବା ଦ୍ୱାରା ଶରୀରରେ କୋଲେଷ୍ଟରଲ ନିୟନ୍ତ୍ରିତ ରହିବା ସହ ରକ୍ତସଞ୍ଚାଳନ ଭଲ ଭାବରେ ହୁଏ। ହୃଦ୍‌ରୋଗୀ ନିୟମିତ ନାଲି ଚା’ ପିଇବା ଆବଶ୍ୟକ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ନାଲି ଚା’ ପିଇଲେ କ୍ୟାନସର ପ୍ରତିରୋଧ ଶକ୍ତି ବୃଦ୍ଧି ପାଏ। ଏହା ମାନସିକ ଚାପ କମ୍‌ କରେ। ନାଲି ଚା’ ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ହେବା ସହ ପେଟରୋଗ ଦୂର ହୁଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରାଏ ଭିଟାମିନ୍‌-ଡି

ଏକ ଅନ୍ତଃରାଷ୍ଟ୍ରୀୟ ଗବେଷଣାରୁ ଜଣାପଡ଼ିଛି ଯେ, ଶରୀରରେ ଭିଟାମିନ୍‌-ଡି’ର ଉଚ୍ଚସ୍ତର କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରିଥାଏ। ଏହାର ଗବେଷଣା ହାର୍ଭାର୍ଡ ଟିଏଚ୍‌ ଚାନ୍‌ ସ୍କୁଲ୍‌...

ନିୟମିତ ଖାଆନ୍ତୁ ପିଜୁଳି

ପିଜୁଳିରେ ପ୍ରଚୁର ପରିମାଣରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଥାଏ। ଏହାକୁ ନିୟମିତ ବ୍ୟବଧାନରେ ସେବନ କରିବା ଦ୍ୱାରା ଆମ ଶରୀରକୁ ଅନେକ ଉପକାର ମିଳିଥାଏ।...

ପ୍ରେମ ମାମଲାରେ ଏହି ୭ ରାଶିଙ୍କ ପାଇଁ ଶୁଭ ୨୦୨୧ : ଏହି ବର୍ଷ ମିଳିଯିବେ ସ୍ବପ୍ନର ସାଥୀ, ବଦଳିଯିବ ଭାଗ୍ୟ

ଶୁକ୍ର ଗ୍ରହକୁ ପ୍ରେମର ଏକ କାରଣ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିଫଳରେ ଶୁକ୍ରଙ୍କ ସ୍ଥିତି ଦ୍ୱାରା ସମ୍ପର୍କ ଗଢ଼ିଥାଏ ଭାଙ୍ଗିଥାଏ। ୨୦୨୧ରେ ଶୁକ୍ର...

ଏଭଳି ନାରୀଙ୍କୁ ବିବାହ କଲେ ଜୀବନ ହୁଏ ସଫଳ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳ ରାଜନୀତିଜ୍ଞ ହେବା ସହ କୁଟନୀତିଜ୍ଞ ମଧ୍ୟ ଥିଲେ। ତାଙ୍କର ନୀତି ଆଜି ବି ଲୋକଙ୍କ ମାର୍ଗଦର୍ଶନ କରିଥାଏ। ସେଥିରେ ଗୃହସ୍ଥ...

ସୁସ୍ଥ କିଡ୍‌ନୀ ପାଇଁ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ଆମେ...

ବିଜ୍ଞାନରେ ବ୍ରେକ୍‌ଥ୍ରୁ ପୁରସ୍କାର

‘ପଦାର୍ଥ ବିଜ୍ଞାନ ପାଇଁ ମିଳିତଭାବେ ୩୪୭ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ପ୍ରଥମ ଥର ପାଇଁ ଗୋଟିଏ...

ପକ୍ଷୀ ବି ଦେଇଥାନ୍ତି ଭବିଷ୍ୟତର ସଙ୍କେତ

କେତେକ ପକ୍ଷୀ ଦେଖିବାକୁ ଯେମିତି ସୁନ୍ଦର ହୋଇଥାନ୍ତି ସେମିତି ଆକର୍ଷଣୀୟ ବି ହୋଇଥାଏ ସେମାନଙ୍କ ସ୍ବର। ଆଉ ଏହି ପକ୍ଷୀମାନେ ମଧ୍ୟ ବେଳେବେଳେ ଆମକୁ ଭବିଷ୍ୟତର...

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …

ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ...

Advertisement
Archives

Model This Week