ଏଲ୍‌ଆଇସି ଅଂଶଧନ ବିକ୍ରିକୁ ବିରୋଧ

ବ୍ରହ୍ମପୁର ଅଫିସ,୩ା୨-ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ସରକାରଙ୍କ ଅଂଶଧନରୁ କିଛି ପ୍ରତିଶତ ଷ୍ଟକ୍‌ ବଜାର ମାଧ୍ୟମରେ ତଥା ଆଇପିଓ ରୂପେ ବିକ୍ରି କରାଯିବା ଲୋକ ସଭାରେ ଅର୍ଥମନ୍ତ୍ରୀ ଆଗତ କରିଥିବା ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ସୂଚାଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଜୀବନ ବୀମା ନିଗମ ଉନ୍ନୟନ ଅଧିକାରୀ ସଂଘ ବ୍ରହ୍ମପୁର ମଣ୍ଡଳ ଶାଖା ବିରୋଧ କରିଛି। ଆଗାମୀ ଦିନରେ ଅଧିକ ଅଂଶଧନ ବିକ୍ରି କରାଯିବାର ଏହା ଚକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଇଛି। ଏହାର ପ୍ରତିବାଦରେ ଆସନ୍ତା ୪ ତାରିଖ ମଧ୍ୟାହ୍ନରେ ମଣ୍ଡଳ ଅଫିସ ଆଗରେ ଆନ୍ଦୋଳନ କରାଯିବାର ନିଷ୍ପତ୍ତି ନିଆଯାଇଛି। ସୋମବାର ମଧ୍ୟାହ୍ନରେ ମଧ୍ୟ ବିକ୍ଷୋଭ କରାଯିବାର କୁହାଯାଇଛି। ମଣ୍ଡଳ ଶାଖା ସମ୍ପାଦକ ପ୍ରଭାକର ନାହାକ ରବିବାର ଏ ସମ୍ପର୍କରେ ସୂଚାଇଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ଏଲଆଇସିର ମୂଳ ନିଷ୍ପତ୍ତିକୁ ବିକାଶ କରିବ ଓ ବୀମା ପଲିସିଧାରୀଙ୍କ ଭାବାବେଗକୁ ଆଘାତ ଦେବ। ସେମାନଙ୍କ ଆତ୍ମବିଶ୍ୱାସରେ ନାନା ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଏକ ଲାଭଜନକ ସଂସ୍ଥାରୁ ଅଂଶଧନ ବିକ୍ରି ପାଇଁ ମୋଦି ସରକାରଙ୍କ ପଦକ୍ଷେପକୁ ନିନ୍ଦା ମଧ୍ୟ କରିଛନ୍ତି ମଣ୍ଡଳ ସମ୍ପାଦକ। ସରକାର ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ମଣ୍ଡଳ ଶାଖା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ, ମନ୍ତ୍ରୀ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଧର୍ମଗଡ଼,୧୯।୨(ଡି.ଏନ୍‌.ଏ.): ବୁଧବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼...

‘ପଛୁଆବର୍ଗଙ୍କ ଅଧିକାର ଛଡ଼ାଇ ଦିଆ ନ ଯାଉ’

ଜଗତ୍‌ସିଂହପୁର ଅଫିସ, ୭ା୬:ପଛୁଆବର୍ଗଙ୍କ ଅଧିକାର ଛଡ଼ାଇ ନିଆ ନ ଯାଉ। ଜାତିଭିତ୍ତିକ ଜନଗଣନା କରାଯାଉ। ଯଦ୍ଦାରା ପ୍ରତ୍ୟେକ ଜାତିର ଅର୍ଥନୈତିକ, ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତା...

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶତାୟୁ ମହିଳା

ପ୍ରୀତିପୁର,୨୯ା୮(ଡି.ଏନ.ଏ.): ସରକାର ଦରିଦ୍ର, ଭିନ୍ନକ୍ଷମ, ନିଆଶ୍ର୍ରୀ ଓ ଅସହାୟଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରୁଛନ୍ତି। ସେମାନଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା...

ନିଶ୍ଚିହ୍ନ ଅବସ୍ଥାରେ କଳିଙ୍ଗ ଇଞ୍ଜିନିୟରିଂ

ପାରାଦୀପ,୨୯ା୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରାଞ୍ଚଳର ଅଠରବାଙ୍କିଠାରେ ହୋଇଥିବା ଘରୋଇ କମ୍ପାନୀ କଳିଙ୍ଗ ଇଞ୍ଜିନିୟରିଂ ଏବେ ନିଶ୍ଚିହ୍ନ ଅବସ୍ଥାରେ ପହଞ୍ଚିଯାଇଛି। କମ୍ପାନୀର କୋଠାକୁ ଭାଙ୍ଗିବା ପାଇଁ ପାରାଦୀପ ବନ୍ଦର...

ସଲମା ବିବିଙ୍କ ପରିବାରକୁ ଭଙ୍ଗା ଆଜବେଷ୍ଟ ସାହା

ବ୍ରହ୍ମବରଦା,୬।୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ମଙ୍ଗଳପୁର ପଞ୍ଚାୟତ କୋଠଢ଼ିହ ଗ୍ରାମର ସଲମା ବିବିଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଘରଖଣ୍ଡେ ନ...

ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ: ମୁକ୍ତିମଣ୍ଡପ

ପୁରୀ ଅଫିସ,୨୭।୪: ମହାମାରୀ କରୋନା ପାଇଁ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ରଥଯାତ୍ରା ଆୟୋଜନ ହେବ କି ନାହିଁ ସେ ନେଇ କୌଣସି...

ଭାଜପା ସଫଳତାରେ ବ୍ରେକ୍‌ ଲାଗିପାରେ

ଯାଜପୁର ଅଫିସ,୮ା୧: ଯାଜପୁର ଜିଲାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ଭାଜପା ଯେଭଳି ସଫଳତା ପାଇଥିଲା ତାହା ଆଗାମୀ...

କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଯାଜପୁରଟାଉନ, ୧୭ା୬(ଡି.ଏନ୍‌.ଏ.): ଯାଜପୁରସହର ନିକଟସ୍ଥ ଚିତାଳୋ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ରକରି ଶନିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ...

Advertisement
Archives

Model This Week