ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ଜିଲାପାଳ: ଔଷଧ ଚିଠାରେ କମ୍ପାନୀ ନାଁ ଦେଖି କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୧୧ା୧୧-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପୂର୍ବାହ୍ନରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ। ଜିଲାପାଳ ବିଭିନ୍ନ ୱାର୍ଡ଼ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ। ଡାକ୍ତରମାନେ ଔଷଧର କମ୍ପୋଜିସନ୍‌ ବଦଳରେ କମ୍ପାନୀ ନାମ ଲେଖୁଥିବା ନେଇ ସେ କ୍ଷୁବ୍ଧ ହୋଇଥିଲେ। ସମ୍ପୃକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ୍‌ରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।
କୁଲାଙ୍ଗେ ପ୍ରଥମେ ଆଶୁଚିକିତ୍ସା ବିଭାଗଠାରେ ପହଞ୍ଚି ରୋଗୀଙ୍କ ସହ କଥା ହୋଇଥିଲେ। ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ପିଏମ୍‌ଆର୍‌ ବିଭାଗ ହୋଇ ସୁପର ସ୍ପେଶିଆଲିଟି ୱାର୍ଡକୁ ଯାଇଥିଲେ । ଏହି ୱାର୍ଡ଼ରେ ମଧ୍ୟ ଜିଲାପାଳ ରୋଗୀଙ୍କ ସହ ଆଲୋଚନା କରିଥିଲେ। ପରେ ମେଡ଼ିସିନ ୱାର୍ଡ଼କୁ ଯିବାବେଳେ ବେଡ ଅଭାବରୁ ରୋଗୀମାନେ ଚଟାଣରେ ଶୋଇଥିବା ଦେଖିଥିଲେ। ତେଣୁ ଅଧିକ ସଂଖ୍ୟକ ବେଡ୍‌ ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମେଡିସିନ ଓ୍ବାର୍ଡରେ ରୋଗୀଙ୍କଠାରୁ ଜିଲାପାଳ ଔଷଧ ଚିଠା(ପ୍ରେସ୍‌କ୍ରିପଶନ୍‌) ନେଇ କ’ଣ ଔଷଧ ଲେଖାଯାଇଛି ତାହା ଦେଖିଥିଲେ। ନିୟମ ଅନୁଯାୟୀ, ଡାକ୍ତରମାନେ ଔଷଧର କମ୍ପୋଜିଶନ୍‌ ଲେଖିବା କଥା। ମାତ୍ର ଅଧିକାଂଶ ପ୍ରେସ୍‌କ୍ରିପଶନ୍‌ରେ କମ୍ପାନୀ ନାମ ଲେଖାଯାଇଥିବା ଦେଖି ଜିଲାପାଳ କ୍ଷୁବ୍ଧ ହୋଇଥିଲେ। ଯେଉଁ ଡାକ୍ତର ଏଭଳି ଔଷଧ କମ୍ପାନୀର ନାଁ ଲେଖିଛନ୍ତି, ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇବା ପାଇଁ ପ୍ରଶାସନିକ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅନେକ ଔଷଧ ‘ନିରାମୟ’ କେନ୍ଦ୍ରରେ ମିଳୁ ନ ଥିବା ଯୋଗୁ ବାହାରୁ କିଣିବାକୁ ପଡ଼ୁଥିବା ରୋଗୀମାନେ ପ୍ରକାଶ କରିଥିଲେ। ଯେଉଁ ଔଷଧ ନିରାମୟରେ ନାହିଁ ତାହାକୁ ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ପରିଦର୍ଶନ ବେଳେ କ୍ୟାମ୍ପସ୍‌ରେ ଥିବା ଘରୋଇ ଔଷଧ ଦୋକାନଗୁଡ଼ିକୁ ଜିଲାପାଳ ଯାଇ ସେମାନଙ୍କ ପ୍ରମାଣପତ୍ର ମାଗି ଦେଖିଥିଲେ। ଯେଉଁ ଔଷଧ ‘ନିରାମୟ’ କେନ୍ଦ୍ରରେ ମିଳୁଛି, ସେହି ଔଷଧଗୁଡ଼ିକ କ୍ୟାମ୍ପସ୍‌ରେ ଥିବା ଔଷଧ ଦୋକାନଗୁଡ଼ିକରେ ବିକ୍ରି କରାଯିବା ଉପରେ ଜିଲାପାଳ କଟକଣା ଘୋଷଣା କରିଥିଲେ। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଔଷଧ ନିରୀକ୍ଷକ(ଡିଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଔଷଧ ଦୋକାନୀ ଏହି ନିର୍ଦ୍ଦେଶ ନ ମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରକାଶ କରିଥିଲେ। ଜିଲାପାଳଙ୍କ ଗସ୍ତ ବେଳେ ପ୍ରଶାସନିକ ଅଧିକାରୀ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜଗତ୍‌ସିଂହପୁର ଜିଲା: ଅଭିମତ ବାକ୍ସ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୧।୯: ଜଗତ୍‌ସିଂହପୁର ଏକ ଶିକ୍ଷିତ ଜିଲା। ଜିଲାର କଳା, ସଂସ୍କୃତି, ସାହିତ୍ୟ ମହାନ୍‌। ବିଜ୍ଞାନ ଓ ରାଜନୀତି ଆଦି କ୍ଷେତ୍ରରେ ଜିଲାର ସ୍ବତନ୍ତ୍ର...

ଫିଟ୍‌ନେସ୍‌ ନ ଥିବାରୁ ସିଜ୍‌ ହେଲା ୨ଟି ବସ୍‌: ୫୧ ହଜାର ଫାଇନ୍‌

ଭୁବନେଶ୍ୱର, ୨।୩(ବ୍ୟୁରୋ): ଦୁଇ ଦୁଇ ଥର ମହଲତ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ରବିବାର ଟ୍ବିନ୍‌ ସିଟିରରୁ ସାଢ଼େ ୬ ଲକ୍ଷ...

ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ...

କେନ୍ଦୁପତ୍ର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ବଇଣ୍ଡା,୧୨।୫(ଡି.ଏନ.ଏ.): ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ଅଧୀନରେ ଥିବା ବଇଣ୍ଡା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟରେ ସର୍କଲ ଚେକର ନିଯୁକ୍ତିରେ ଅନିୟମିତତା ହୋଇଥିବା ବୁଧବାର ସର୍କଲ ଚେକର ବସନ୍ତ କୁମାର...

କ୍ରିକେଟ ଲାଗି ବେଟିଂ, ଜଣେ ଗିରଫ

ଜଳେଶ୍ୱର, ୨୦ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ଗ୍ୟାରେଜ୍‌ ବଜାର ଅଞ୍ଚଳର ଜୁଆ ଆଡ୍ଡାରେ ଚଢାଉ କରି କ୍ରିକେଟ ପାଇଁ ବେଟିଂ ଚାଲିଥିବା ବେଳେ ଜଣଙ୍କୁ ଗିରଫ...

IIFL ଲୁଟ୍‌ ଘଟଣା: ଭାଇ, ସାଙ୍ଗଙ୍କୁ ଲଗାଇ ଡକାୟତି କରିଥିଲେ କର୍ମଚାରୀ

କଟକ ଅଫିସ, ୨୪।୧୧: କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା। IIFLର ଲାଲା ଅମ୍ରିତ ରାୟ...

ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଜାରି

କୁଜଙ୍ଗ,୮ା୧ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ପୋଲିସ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତ ୪ ତାରିଖରେ...

କେରଳରେ ଓଡ଼ିଆ ମହିଳା ଶ୍ରମିକ ନିର୍ଯାତିତ

ଭୁବନେଶ୍ୱର, ୫।୫ (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ: କରୋନା କଟକଣା ପାଇଁ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ାର ୧ହଜାରରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଏବେ ନାନା ନିର୍ଯାତନାର...

Advertisement
Archives

Model This Week