ଏମ୍‌ଇଏ ସମ୍ମିଳନୀ ବାତିଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦି ସରକାରଙ୍କ ଦ୍ୱାରା ଧାରା ୩୭୦ର ଉଚ୍ଛେଦ ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ)ର ଦାୟିତ୍ୱ ଓ କାର୍ଯ୍ୟ କିଛି ବଢ଼ିଯାଇଛି। ଭାରତୀୟ କୂଟନୀତିଜ୍ଞମାନେ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା କରିବାରେ ଲାଗିପଡ଼ିଥିବା ବେଳେ ଆସନ୍ତା ସପ୍ତାହରେ ଗୁଜରାଟରେ ହେବାକୁ ଥିବା ବିଭିନ୍ନ ମିଶନ୍‌ର ମୁଖ୍ୟମାନଙ୍କ ବାର୍ଷିକ ବୈଠକକୁ ମନ୍ତ୍ରଣାଳୟ ବାତିଲ କରିଦେଇଛି। ୩୭୦ ଧାରା ଉଚ୍ଛେଦ ହେବାର ଦୁଇ ସପ୍ତାହ ପରେ ଉକ୍ତ ବୈଠକକୁ ବାତିଲ କରିବାର ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ଏମ୍‌ଇଏର ଦିଗ୍‌ଗଜମାନେ ଅବଶିଷ୍ଟ ବିଶ୍ୱକୁ ଭାରତର ନିଷ୍ପତ୍ତିର ଯୁକ୍ତିଯୁକ୍ତତା ବିଷୟରେ ବୁଝାଇ ଆସୁଛନ୍ତି। ପ୍ରାୟ ସମସ୍ତ ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ଏବେ ଉକ୍ତ ପ୍ରସଙ୍ଗ ଉପରେ ଅନେକ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସାମ୍ମୁଖ୍ୟରେ କୂଟନୈତିକ ଆଲୋଚନାରେ ବ୍ୟସ୍ତ। ଆହୁରି ମଧ୍ୟ ଜଣାପଡ଼ିଛି ଯେ, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ କି ଉକ୍ତ ସମ୍ମିଳନୀକୁ ଉଦ୍‌ଘାଟନ କରିବାର ଥିଲା, ସେମାନେ ସେ ସମୟରେ ଯାତ୍ରା କରୁଥିବେ। ତେବେ ଉକ୍ତ ସମ୍ମିଳନୀ ପାଇଁ ଆଉ କେବେ ସମୟ ଧାର୍ଯ୍ୟ କରାଯିବ କି ତାକୁ ପୂରାପୂରି ବାତିଲ କରିଦିଆଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରହସ୍ୟଭରା କାର୍ଯ୍ୟକାଳ
ନିକଟରେ ନୂତନ କ୍ୟାବିନେଟ୍‌ ସଚିବ, ପ୍ରତିରକ୍ଷା ସଚିବ, ପ୍ରତିରକ୍ଷା ଉତ୍ପାଦନ ସଚିବ ଏବଂ ଲୋକପାଳଙ୍କ ସଚିବଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି ପରେ କ୍ଷମତା ଅଳିନ୍ଦକୁ ନେଇ ନୂତନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବାଙ୍କୁ ନୂତନ କ୍ୟାବିନେଟ୍‌ ସଚିବ କରାଯିବା ନେଇ ହୋଇଥିବା ବିଜ୍ଞପ୍ତିରେ ତାଙ୍କର କାର୍ଯ୍ୟକାଳ ଦୁଇବର୍ଷ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ପ୍ରତିରକ୍ଷା ସଚିବ, ପ୍ରତିରକ୍ଷା ଉତ୍ପାଦନ ସଚିବ ଓ ଲୋକପାଳଙ୍କ ସଚିବଙ୍କ କାର୍ଯ୍ୟକାଳ ବିଷୟରେ କିଛି ଉଲ୍ଲେଖ ନାହିଁ। ତେବେ ଏଥିରେ କିଛି ଗୁରୁତ୍ୱ ଅଛି କି ନା ସେ ନେଇ ବାବୁ-ନିରୀକ୍ଷକମାନେ ସନ୍ଦେହରେ ଅଛନ୍ତି। ପର୍ଯ୍ୟବେକ୍ଷକମାନଙ୍କ ମତରେ ଗୌବାଙ୍କୁ କ୍ୟାବିନେଟ୍‌ ସଚିବ ଭାବେ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା ଏବଂ ତ୍ରୁଟିଶୂନ୍ୟଭାବେ ସରକାରଙ୍କ ୩୭୦ ଧାରା ଉଚ୍ଛେଦ ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଲା ବୋଲି କୁହାଯାଉଛି। ନୂତନ ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ତାଙ୍କ ପୂର୍ବସୁରିଙ୍କ ଧାରାରେ ନିଯୁକ୍ତି ଦିଆଯାଇଥିବା ପରି ମନେହେଉଛି। ସଞ୍ଜୟ ମିତ୍ରଙ୍କୁ ମଧ୍ୟ ଦୁଇବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ଅବସର ଓ ଅବଧିରେ ଥିବା ଫାଙ୍କ ପୂରଣ ପାଇଁ ଏହା ତାଙ୍କୁ ସାହାଯ୍ୟ କରିପାରି ନ ଥିଲା। ତେବେ କୁମାର ଅକ୍ଟୋବର ୨୦୨୨ରେ ଅବସର ନେବାର ଅଛି। ତେଣୁ ଅବସର ପର୍ଯ୍ୟନ୍ତ ତିନିବର୍ଷରୁ ଅଧିକ ସେ ପ୍ରତିରକ୍ଷା ସଚିବ ପଦରେ ରହିବେ କି ନାହିଁ, ସେ ନେଇ ବାବୁମାନେ ସନ୍ଦେହ ପ୍ରକାଶ କରିଛନ୍ତି। କାର୍ଯ୍ୟକାଳ ସମ୍ପର୍କରେ ସ୍ପଷ୍ଟ ନ କରି ସରକାର ନାନା ପ୍ରକାର କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଛନ୍ତି। ପ୍ରତିରକ୍ଷା ଉତ୍ପାଦନ ବିଭାଗର ନୂତନ ସଚିବ ସୁଭାଷ ଚନ୍ଦ୍ରଙ୍କ ଚାକିରି ଆଉ ମାତ୍ର ଚାରିମାସ ବାକି ଅଛି। ତେଣୁ ଡିସେମ୍ବର ୨୦୧୯ ପରେ ସରକାର ତାଙ୍କୁ ପୁନର୍ନିଯୁକ୍ତି ଦେବେ କି ନା ସେ ନେଇ ବାବୁମାନେ ସନ୍ଦେହରେ ପଡ଼ିଛନ୍ତି।
ଶାସ୍ତିଜନିତ ବଦଳି
ଦକ୍ଷିଣ ରେଳପଥର ଚିଫ୍‌ ମେକାନିକାଲ ଇଞ୍ଜିନିୟର ଶୁଭ୍ରାଂଶୁଙ୍କୁ ସରକାର ହଠାତ୍‌ ବିହାରକୁ ବଦଳି କରିଦେଇଛନ୍ତି। ଏକ ପ୍ରଶାସନିକ ମାମଲାରେ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇଥିବାରୁ ଉପରିସ୍ଥଙ୍କ ରୋଷର ଶିକାର ହୋଇ ସେ ଏପରି ବଦଳିର ସମ୍ମୁଖୀନ ହେଲେ ବୋଲି କୁହାଯାଉଛି। ବଦଳି ପୂର୍ବରୁ ଭାରତର ପ୍ରଥମ ସେମିହାଇସ୍ପିଡ୍‌ ‘ଟ୍ରେନ୍‌ ୧୮’ ବା ପରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଭାବେ ପୁନର୍ନାମିତ ଟ୍ରେନ୍‌ର ଡିଜାଇନ ଓ ବିକାଶ ପାଇଁ ତାଙ୍କର ଖୁବ୍‌ ପ୍ରଶଂସା କରାଯାଉଥିଲା। କିନ୍ତୁ ଯେତେବେଳେ ସେ ପାଣ୍ଠି ଅଭାବରୁ ଅନେକ ଟ୍ରେନ୍‌ରେ ଅନ୍‌ବୋର୍ଡ ହାଉସ୍‌କିପିଙ୍ଗ୍‌ ସର୍ଭିସ୍‌କୁ ବନ୍ଦ କରିଦେବାକୁ ଆଦେଶ ଦେଲେ ତାହା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦେହରେ ଯାଇ ନ ଥିଲା। ପ୍ରାପ୍ତ ସୂଚନା ଅନୁସାରେ ରେଳ କଣ୍ଟ୍ରାକ୍ଟରମାନଙ୍କୁ ଟଙ୍କା ଦେବା ପାଇଁ ପାଣ୍ଠିର ଅଭାବ କଥା ଯେତେବେଳେ ପଦାକୁ ଆସିଲା, ସେତେବେଳେ ରେଳ ମନ୍ତ୍ରଣାଳୟ ତତ୍କାଳ କିଛି ପାଣ୍ଠି ଯୋଗାଇଦେଲେ ଏବଂ ଏହାକୁ ନେଇ ନକାରାତ୍ମକ ପ୍ରଚାର ବାବୁଙ୍କ ପାଇଁ କାଳ ହେଲା। କୌତୂହଳର କଥା ହେଲା ଶୁଭ୍ରାଂଶୁଙ୍କ ମତକୁ ଦକ୍ଷିଣ ରେଳପଥର ଜେନେରାଲ ମ୍ୟାନେଜର ରାହୁଲ ଜୈନ ସମର୍ଥନ କରିଥିଲେ। ସେ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ସତର୍କ କରାଇ ଦେଇଥିଲେ ଯେ ଯଥାସମୟରେ ଯଥେଷ୍ଟ ପାଣ୍ଠି ଯୋଗାଇ ନ ଦେଲେ ଯାତ୍ରୀମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ପ୍ରତ୍ୟାହାର କରି ନିଆଯିବ। ତେବେ ପାଣ୍ଠି ଯୋଗାଣ ଓ ଶୁଭ୍ରାଂଶୁଙ୍କ ବଦଳି ଏକ ସମୟରେ ହୋଇଥିବା ଜଣାପଡ଼ିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri