Posted inଜାତୀୟ

‘ଏମିତି ହୁଏନି ଭାଇ’ କହି ସୁଷମାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜ ଓ ତାଙ୍କ କାର୍ଯ୍ୟଶୈଳୀକୁ ମନେପକାଇଛନ୍ତି। ଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରେ ସ୍ବର୍ଗତା ସୁଷମାଙ୍କ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୋଦି ସୁଷମାଙ୍କ ସ୍ମୃତିଚାରଣ କରି କହିଛନ୍ତି ଯେ, ସେ ତାଙ୍କଠାରୁ ବହୁତ କିଛି ଶିକ୍ଷାଲାଭ କରିଛନ୍ତି। ସୁଷମାଙ୍କ କାର୍ଯ୍ୟଶୈଳୀ ଯୋଗୁ ବହିିର୍ବ୍ୟାପାର ମନ୍ତ୍ରଣାଳୟର ଚିତ୍ର କିଛି ଅନନ୍ୟ ରହିଛି। ଏହା କହି ସେ ୫ବର୍ଷ ପୂର୍ବକୁ ଫେରିଯାଇଥିଲେ। ବହିର୍ବ୍ୟାପାର ମନ୍ତ୍ରଣାଳୟରେ କିଛି ପରମ୍ପରା ରହିଛି, ଯେଉଁଗୁଡ଼ିକ ଭାରି ଉତ୍ତମ ବୋଲି ମୋଦି କହିଥିଲେ। ୨୦୧୪ରେ ଯେବେ ମୋଦି ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ଜାତିସଂଘରେ ତାଙ୍କର ଭାଷଣ ଦେବାର ଥିଲା, ପ୍ରଥମ ଥର ପାଇଁ ସେ ସେଠାକୁ ଯାଇଥିଲେ। ତେବେ ପୂର୍ବରୁ ସୁଷମାଜୀ ସେଠାରେ ପହଞ୍ଚି ତାଙ୍କୁ ସ୍ବାଗତ କରିଥିଲେ। ପରଦିନ ଜାତିସଂଘରେ ମୋଦିଙ୍କ ଭାଷଣ ରହିଥିବା ବେଳେ ସେ ସୁଷମାଙ୍କୁ ଏନେଇ ଆଲୋଚନା କରିବାକୁ କହିଥିଲେ। ଏହାପରେ ସୁଷମା ତାଙ୍କୁ ଆପଣଙ୍କ ଭାଷଣ କାହିଁ ବୋଲି ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ସେମିତି କହି ଦେବେ। ସେହି ସମୟରେ ସୁଷମା କହିଥିଲେ, ଭାଇ ଏମିତି ହୁଏନି। ବିଶ୍ୱ ଆଗରେ ଭାରତର କଥା ରଖିବାକୁ ହେଲେ ସେମିତି ମନଇଚ୍ଛା କୁହାଯାଏନି। ତାଙ୍କର ଏହି କଥା ମୋତେ ବହୁତ କିଛି ଶିଖାଇଛି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀକୁ ଛାଡପତ୍ର ଦେବେ ଆଇଏଏସ୍‌ ଟିନା ଡାବି

ଜୟପୁର,୨୦।୧୧-୨୦୧୫ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି)ରେ ଟପ୍ପର ହୋଇଥିବା ଟିନା ଡାବି ତାଙ୍କ ସ୍ବାମୀ ଅଥର ଅମିର ଖାନଙ୍କଠୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଜୟପୁରର...

ସାମ୍ନାକୁ ଆସିଲା ଭାରତର ପ୍ରଥମ ହାଇଡ୍ରୋଜେନ କାର: ସଂସଦ ଯାଏ ଯାତ୍ରା କଲେ ଗଡ଼କରୀ

ନୂଆଦିଲ୍ଲୀ,୩୦ା୩: ବର୍ତ୍ତମାନ ଖୁବ୍‌ଶୀଘ୍ର ଭାରତୀୟ ରାସ୍ତାରେ ହାଇଡ୍ରୋଜେନ କାରକୁ ଦେଖିବାକୁ ମିଳିବ। ବହୁ ପ୍ରତୀକ୍ଷିତ ପ୍ରଥମ ହାଇଡ୍ରୋଜେନ କାର ଭାରତରେ ନିଜର ଯାତ୍ରା ଆରମ୍ଭ କରିଛି।...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଶାହାପୁର-କିରନି-କ୍ୱାସବା ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧।୧୧: ଜମ୍ମୁୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ରବିବାର ସକାଳ ୭ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ...

ଥମୁନି ଦାଦନଙ୍କ ଗଣପଳାୟନ

ନୂଆଦିଲ୍ଲୀ,୩୦ା୩(ପି.ଟି.): କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଲକ୍‌ଡାଉନ୍‌ ଡାକରା ପଞ୍ଚମ ଦିନରେ ପହଞ୍ଚତ୍ଛି। ସାମ୍ପ୍ରତିକ ଅଚଳାବସ୍ଥା ଦେଶର ବଡ଼ ବଡ଼ ସହରରେ...

ଭାକ୍ସିନ୍‌ ନେଲେ ୨ ବର୍ଷ ମଧ୍ୟରେ ହେବ ମୃତ୍ୟୁ: ଭାଇରାଲ ଟୁଇଟ୍‌ ସତ କି ମିଛ, ପିଆଇବି ଦେଲା ସୂଚନା…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...

ସ୍କୁଲ ଖୋଲିବା ନିର୍ଦ୍ଦେଶ ଜାରି କରିବାକୁ ମନାକଲେ ଏସ୍‌ସି, ରାଜ୍ୟ ସରକାର ଏନେଇ ନିଅନ୍ତୁ ନିଷ୍ପତ୍ତି …

ନୂଆଦିଲ୍ଲୀ,୨୦।୯: ଦେଶରେ ସ୍କୁଲ ଖୋଲିବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ମନା କରିଛନ୍ତି। କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏ...

୪୦୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କଲେ ଯୋଗୀ ସରକାର

ନଏଡା,୮।୮: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ହୋଇଥିବା ଭୂମିପୂଜନରେ ସାମିଲ ହୋଇ ଫେରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ମହାମାରୀ କରୋନା ଯୁଦ୍ଧରେ...

ସପ୍ତାହେ ମଧ୍ୟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ବିଏସ୍‌ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗିବାର ମାତ୍ର ୩ ଦିନ...

Advertisement
Archives

Model This Week