Posted inଫୁରସତ

ଏବେ ବି ହଲ୍‌ରେ ଫିଲ୍ମ ଦେଖିବାକୁ ଯାଉଛନ୍ତି ୯୨ ବର୍ଷୀୟ ଆଡ୍‌ଭାନୀ

ଏକଦା ରାଜନୈତିକ ଜଗତରେ ଭାଜପାର ଭୀଷ୍ମ କୁହାଯାଉଥିବା ଲାଲକୃଷ୍ଣ ଆଡ୍‌ଭାନୀ ୯୨ ବର୍ଷରେ ବି ଖୁବ୍‌ ସକ୍ରିୟ। ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହୁଥିବା ଆଡ୍‌ଭାନୀଙ୍କୁ ନିକଟରେ ସାଧାରଣତନ୍ତ୍ର ଦିବସ ପରେଡରେ ଦେଖାଯାଇଥିଲା। କେବଳ ଏତିକି ନୁହେଁ, ସେ ପୃଥ୍ବୀରାଜ ରୋଡ୍‌ରେ ଥିବା ଘରେ ମଧ୍ୟ ପତାକା ଉତ୍ତୋଳନ କରିଥିଲେ। ଏବେ ଏହି ବରିଷ୍ଠ ନେତାଙ୍କ ବାସ୍ତବ ଜୀବନ ବିଷୟରେ ଏକ ରୋଚକ କଥା ପଦାକୁ ଆସିଛି। ତାହା ହେଲା ତାଙ୍କ ଫିଲ୍ମ ଦେଖିବାର ସଉକ।

ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ଆଡ୍‌ଭାନୀ। ଯେକୌଣସି ଭଲ ଫିଲ୍ମ ରିଲିଜ୍‌ ହେବାମାତ୍ରେ ଆଡ୍‌ଭାନୀ ତାହା ଦେଖିଥାଆନ୍ତି। ଯଦି ଆପଣ ଭାବୁଥାନ୍ତି ସେ ଘରେ ଦେଖୁଥିବେ, ତାହା ଭୁଲ୍‌। ସେ ହଲ୍‌ ଯାଇ ମଧ୍ୟ ଫିଲ୍ମ ଦେଖନ୍ତି। ଶେଷ ଥର ପାଇଁ ଆଡ୍‌ଭାନୀ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ୍‌ ଅଖତର ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ଦେଖିଥିଲେ।

ଆଡ୍‌ଭାନୀଙ୍କ ରାଜନୈତିକ ଜୀବନ ଦେଖିଲେ, ସେ ଭାରତୀୟ ଜନତା ପାର୍ଟି (ଭାଜପା)ର ସହ-ସଂସ୍ଥାପକ। ୧୯୪୨ ମସିହାରେ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ବର୍ଷ ଧରି ଭାଜପା ଅଧ୍ୟକ୍ଷ ଥିଲେ। ୨୦୧୫ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏନ୍‌ଡିଏ ସରକାରରେ ସେ ଗୃହମନ୍ତ୍ରୀ ରହିଥିଲେ। ଏବେ ସେ ଦଳର ମାର୍ଗଦର୍ଶକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

ପୁଣି ବୃଦ୍ଧି ପାଇଲା CNG ମୂଲ୍ୟ, କିଲୋ ପିଛା ବଢିଲା…

ନୂଆଦିଲ୍ଲୀ,୩୦।୫: ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳର CNG ଗ୍ରାହକମାନଙ୍କୁ ଏବେ ଅଧିକ ଦେୟ ଦେବାକୁ ପଡିବ। CNGର ଖୁଚୁରା ବିକ୍ରୟ ମୂଲ୍ୟ (RSP) ପ୍ରତି କିଲୋଗ୍ରାମ ୨…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

କର୍ନାଟକ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ଆଜି

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୫: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦାରାମାୟାଙ୍କ ଇସ୍ତଫା ପରେ ନୂଆ ନେତା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସିଦ୍ଦରାମାୟାଙ୍କ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri