ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ନୈରାଶ୍ୟ ଭରିରହିଥିବାବେଳେ ୧୭ରୁ ୧୬ ଲୋକ ସଭା ଆସନ ଦଖଲ ଲକ୍ଷ୍ୟରେ ରହିଛି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌। ତେବେ ଭାଜପା ଓ କଂଗ୍ରେସ ଏଥର ଭିନ୍ନ ରଣନୀତି ଆପଣାଇଥିବାରୁ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହିଦିନ ସର୍ବନୂତନ ରାଜ୍ୟ ତେଲେଙ୍ଗାନାର ଆଦିଲାବାଦ, ପେଡ୍ଡାପଲ୍ଲୀ, କରିମନଗର, ନିଜାମାବାଦ, ଜାହିରାବାଦ, ମେଡକ୍‌, ମାଲକାଜଗିରି, ସିକନ୍ଦରାବାଦ, ହାଇଦ୍ରାବାଦ, ଚେଭେଲ୍ଲା, ମେହବୁବ୍‌ନଗର, ନଗରକୁର୍ନୁଲ, ନାଲଗୋଣ୍ଡା, ଭୋଙ୍ଗିର, ଓ୍ବାରଙ୍ଗଲ, ମେହବୁବାବାଦ ଓ ଖମ୍ମାମରେ ଭୋଟଗ୍ରହଣ କରାଯିବ।

ଟିଆର୍‌ଏସ୍‌ ମିଶନ ୧୬ ପାଇଁ ଅଣ୍ଟା ଭିଡ଼ିଥିବାବେଳେ ଏହାର ସହଯୋଗୀ ତଥା ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ହାଇଦ୍ରାବାଦ ଆସନ ବଞ୍ଚାଇବା ଲାଗି ଉଦ୍ୟମ କରୁଛି। ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପ୍ରୟାସରତ କେସିଆର୍‌ ଏବଂ ତାଙ୍କ ପୁଅ ତଥା ଟିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ କେ.ଟି. ରାମାରାଓ (କେଟିଆର୍‌) ଦଳୀୟ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। କେନ୍ଦ୍ରରେ ଅଣଭାଜପା ଏବଂ ଅଣକଂଗ୍ରେସ ସରକାର ଗଠନ ପାଇଁ ଟିଆର୍‌ଏସ୍‌ ତଥା ଏହାର ସହଯୋଗୀ ଦଳକୁ ଭୋଟ ଦେବା ପାଇଁ ମତଦାତାଙ୍କୁ କେସିଆର୍‌ ଅନୁରୋଧ କରିଛନ୍ତି। କେଟିଆର୍‌ କହିଛନ୍ତି, ୨୦୧୮ ଡିସେମ୍ବର ୭ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ ୪୭% ଭୋଟ ପାଇ ୭୫% ଆସନ ଦଖଲ କରିଥିଲା। ଚଳିତ ନିର୍ବାଚନରେ ଲୋକେ କଂଗ୍ରେସ ଓ ଭାଜପାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ତେଣୁ ଏଥର ମଧ୍ୟ ଆମେ ଜିତିବୁ। ପ୍ରକାଶ ଯେ, ୧୧୯ ସଦସ୍ୟତା ବିଶିଷ୍ଟ ବିଧାନସଭା ନିର୍ବାଚନରେ ଟିଆର୍‌ଏସ୍‌ ୮୮ ଆସନରେ ସଫଳତା ପାଇଥିଲା। କଂଗ୍ରେସ ୧୯, ଏଆଇଏମ୍‌ଆଇଏମ୍‌ ୭, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ୨ ଆସନ ଜିତିଥିବାବେଳେ ଭାଜପା ଏବଂ ଅଲ୍‌ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ୍‌ କେବଳ ଖାତା ଖୋଲି ପାରିଥିଲେ। ୨ ସ୍ବାଧୀନ ଏବଂ ଜଣେ ଟିଡିପି ବିଧାୟକ ଟିଆର୍‌ଏସ୍‌ରେ ସାମିଲ ହୋଇଛନ୍ତି। ନିକଟରେ ୯ କଂଗ୍ରେସ ବିଧାୟକ ଟିଆର୍‌ଏସ୍‌ରେ ଯୋଗଦେବା ପରେ ଶାସକ ଦଳର ବିଧାୟକ ସଂଖ୍ୟା ୧୦୦ ଛୁଇଁଛି। ୨୦୧୪ ଲୋକ ସଭା ନିର୍ବାଚନରେ ଟିଆର୍‌ଏସ୍‌ ୧୧ ଓ କଂଗ୍ରେସ ୨ ଆସନ ଦଖଲ କରିଥିଲେ। ସେହିପରି ଟିଡିପି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ଭାଜପା ଏବଂ ଏଆଇଏମ୍‌ଆଇଏମ୍‌କୁ ଗୋଟିଏ ଲେଖାଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସରେ କୌଣସି ଆକର୍ଷଣୀୟ ନେତୃତ୍ୱ ନ ଥିବା ସତ୍ତ୍ୱେ ଦଳ ୫ ଆସନରେ ଟିଆର୍‌ଏସ୍‌କୁ କଡ଼ା ଟକ୍କର ଦେବ। ସେହିପରି ସିକନ୍ଦରାବାଦ, ନିଜାମାବାଦ, ମେହବୁବନଗର ଓ କରିମନଗରରେ ଭାଜପା ସ୍ଥିତି ଭଲ ଥିବାରୁ ଏହି ଆସନଗୁଡ଼ିକରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଛି। ଟିଆର୍‌ଏସ୍‌ ସିକନ୍ଦରାବାଦ ଓ ଖମ୍ମାମ ସମେତ ୪ ଆସନର ବିଦାୟୀ ଏମ୍‌ପିଙ୍କ ଟିକେଟ କାଟି ନୂଆମୁହଁଙ୍କୁ ସୁଯୋଗ ଦେଇଛି। ଅନ୍ୟପକ୍ଷରେ ତେଲେଙ୍ଗାନାର ଜଣେ ମାତ୍ର ଭାଜପା ଏମ୍‌ପି ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଗୈରିକ ଦଳ ଏଥର ଟିକେଟ ଦେଇନାହିଁ। ତାଙ୍କ ସ୍ଥାନରେ ସିକନ୍ଦରାବାଦରୁ ଜି. କ୍ରିଷନ୍‌ଙ୍କୁ ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳିଛି। ଏହି ଆସନରେ କଂଗ୍ରେସ ପୂର୍ବତନ ଏମ୍‌ପି ଅଞ୍ଜନ କୁମାର ଯାଦବଙ୍କୁ ପ୍ରାର୍ଥୀ କରିଥିବାବେଳେ କେସିଆର୍‌ କ୍ୟାବିନେଟର ମନ୍ତ୍ରୀ ଟି. ଶ୍ରୀନିବାସ ଯାଦବଙ୍କ ପୁଅ ସାଇ କିରନ ଯାଦବଙ୍କୁ ଟିଆର୍‌ଏସ୍‌ ଟିକେଟ ଦେଇଛି। ବିରୋଧୀ ସିପିଆଇ ଏବଂ ତେଲେଙ୍ଗାନା ଜନ ସମିତି (ଟିଜେଏସ୍‌) ଦୁଇଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି। ଆନ୍ଧ୍ରରେ କ୍ଷମତାସୀନ ଟିଡିପି ୧୯୮୨ରେ ଗଠନ ହେବା ପରଠାରୁ ପ୍ରଥମଥର ପାଇଁ  ତେଲେଙ୍ଗାନା ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ ଦେଇନାହିଁ। ଏଠାରେ କଂଗ୍ରେସକୁ ଟିଡିପି ସମର୍ଥନ କରିବ ବୋଲି ଘୋଷଣା କରିଛି, ଯାହାକି ବିଶେଷ ଫଳପ୍ରଦ ହେବନାହିଁ ବୋଲି ରାଜନୈତିକ ବିଶ୍ଳେଷକ ତେଲାକାପଲ୍ଲୀ ରବି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଲୁଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ସରକାର: ଆରଜେଡି

ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଓ ବିହାର ସରକାର ମିଳିତ ଭାବେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଆରଜେଡି ମୁଖପାତ୍ର ତଥା ବିଧାୟକ...

ସ୍ୱଚ୍ଛ ହେଲା ଗଙ୍ଗାଜଳ

ବାରାଣସୀ,୫ ।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ କଳକାରାଖାନାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଫଳରେ ଏବେ ବାରାଣସୀର...

ମେଦବହୁଳତା ଓ ଆଜ୍‌ମା

ଆଜ୍‌ମା ଏକ ଶ୍ୱାସଜନିତ ସମସ୍ୟା। ଏହାର ସ୍ଥାୟୀ ଉପଚାର ନାହିଁ। ତେଣୁ ନିୟମିତ ସମୟ ଅନ୍ତରାଳରେ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେବାକୁ ପଡ଼ିଥାଏ।...

୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ

ଜେନେଭା, ୧୮।୬: ଭାରତ ୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଏନେଇ ହୋଇଥିବା ଭୋଟିଂରେ ୧୯୩ ସଦସ୍ୟ...

ମହେଶ ବାବୁଙ୍କ ବାପାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୧୫।୧୧: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ବର୍ତ୍ତମାନ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି। ନିକଟରେ ମା’ଙ୍କୁ ହରାଇଥିବା ମହେଶ ବାବୁଙ୍କ କଷ୍ଟ କମ୍‌ ହୋଇ...

ଇଣ୍ଟରନେଟ୍‌ ସ୍ପିଡ୍‌ରେ ଭାରତ ପଛୁଆ…

ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ...

ହଂକଂ ପଠାଯାଇଛି ୧୦୩୮ କୋଟି କଳାଧନ: ୫୧ ସଂସ୍ଥା ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ଗତ ୨୦୧୪-୧୫ ବର୍ଷରେ ଭାରତରୁ ହଂକଂକୁ ୧୦୩୮ କୋଟି ୩୪ ଲକ୍ଷ ଟଙ୍କାର କଳାଧନ ପଠାଯାଇଥିବା ଅଭିଯୋଗରେ ସିବିଆଇ ୫୧ଟି ସଂସ୍ଥା ବିରୋଧରେ ମାମଲା...

ଟିକାକରଣ ଉପରେ ସନ୍ଦେହ କରାଯିବା ଅନୁଚିତ, ଦେଶ ପାଇଁ ଏହା ସୁରକ୍ଷା କବଚ…

ନୂଆଦିଲ୍ଲୀ,୨୫।୧୦: ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନ ଉପରେ ସନ୍ଦେହ କରିବା ଅନୁଚିତ। ଏହା ଦେଶର ଜନସଂଖ୍ୟା ପାଇଁ ସୁରକ୍ଷା କବଚ ପାଲଟିଛି। ଏଭଳି କହି...

Advertisement
Archives

Model This Week