ଏଥର ଗ୍ରୀନ୍‌ ରାଖୀପୂର୍ଣ୍ଣିମା

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପ୍ରଦୂଷଣମୁକ୍ତ ଗ୍ରୀନ୍‌ ଦୀପାବଳି ଓ ଗ୍ରୀନ୍‌ ହୋଲି ପରେ ଏଥର ଗ୍ରୀନ୍‌ ରକ୍ଷାବନ୍ଧନ। ପରିବେଶ ସୁରକ୍ଷା ପ୍ରତି ଧୀରେ ଧୀରେ ସଚେତନ ହେଉଥିବା ଲୋକେ ରାଖୀ ପୂର୍ଣ୍ଣିମାକୁ ନିଆରାଭାବେ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ପ୍ଲାଷ୍ଟିକ୍‌, ଜରି ଓ ଅନ୍ୟାନ୍ୟ ପରିବେଶ ଅନୁପଯୋଗୀ ପଦାର୍ଥ ପରିବର୍ତ୍ତେ ମାଟି, ଗୋବର, ଗଛ ମଞ୍ଜି, କାଗଜ, ସବାଇ ଘାସ ଆଦିରେ ପ୍ରସ୍ତୁତ ରାଖୀର ଚାହିଦା ଦେଖିବାକୁ ମିଳୁଛି। ଓଡ଼ିଶାରେ ମଧ୍ୟ ଚଳିତବର୍ଷ ଏହି ଟ୍ରେଣ୍ଡ୍‌ ଲୋକପ୍ରିୟ ହୋଇଛି। ପ୍ରଥମେ ଓର୍‌ମାସ୍‌ ପକ୍ଷରୁ ବଜାରରେ ଇକୋ-ଫ୍ରେଣ୍ଡ୍‌ଲୀ ରାଖୀ ବିକ୍ରି କରାଯିବା ପରେ ଏବେ ବିଭିନ୍ନ କର୍ମଶାଳାର ଆୟୋଜନ କରାଯାଇ ପରିବେଶ ଉପଯୋଗୀ ରାଖୀ ପ୍ରସ୍ତୁତ କରାଯାଉଛି। ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମଧ୍ୟ କେତେକ ସଂସ୍ଥା ଆଗେଇ ଆସିଛନ୍ତି।
ପ୍ରଥମେ କେନ୍ଦ୍ରାପଡ଼ାର ଏକ ସ୍ବୟଂ ସହାୟକ ଗୋଷ୍ଠୀ ‘ଶିବ ପାର୍ବତୀ ପ୍ରଡକ୍ସନ’ ଇକୋ ଫ୍ରେଣ୍ଡ୍‌ଲୀ ରାଖୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲା। ଗ୍ରୁପ୍‌ ସଦସ୍ୟମାନେ ଗୋଲ୍ଡେନ୍‌ ଗ୍ରାସ୍‌ ବା କାଇଁଚରେ ରାଖୀ ତିଆରି କରି ଏଭଳି ଅଭିନବ ପଦକ୍ଷେପ ଆରମ୍ଭ କରିଥିଲେ। ରାଖୀ ପ୍ରସ୍ତୁତରେ ବ୍ୟବହୃତ ପ୍ଲାଷ୍ଟିକ୍‌ ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି କିଭଳି ପରିବେଶ ଅନୁକୂଳ ରାଖୀ ତିଆରି କରିବେ ସେନେଇ ସେମାନେ ଯୋଜନା କରିଥିଲେ। କେନ୍ଦ୍ରାପଡ଼ା ଓ ଆଖପାଖ ଅଞ୍ଚଳରେ ବର୍ଷାଦିନେ କାଇଁଚ ବହୁଳଭାବେ ମିଳୁଥିବାରୁ ଏହାକୁ ବ୍ୟବହାର ପାଇଁ ଚିନ୍ତା କରିଥିଲେ। ଓର୍‌ମାସ୍‌ ପକ୍ଷରୁ ଏହି ରାଖୀକୁ ପ୍ରମୋଟ୍‌ କରାଯିବା ସହ କେନ୍ଦ୍ରାପଡ଼ା, ଭୁବନେଶ୍ୱର ଏବଂ କଟକରେ ବିକ୍ରିବଟା ପାଇଁ ଏହି ଗୋଷ୍ଠୀକୁ ସୁଯୋଗ ଦିଆଯାଇଛି। ମାତ୍ର ୧୫ରୁ ୨୦ ଟଙ୍କା ମଧ୍ୟରେ ଗ୍ରାହକ ଏହି ଗ୍ରୀନ୍‌ ରାଖୀ ପାଇପାରୁଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ଥିବା ଓଡ଼ିଶା କ୍ରାଫ୍ଟସ୍‌ ମ୍ୟୁଜିୟମ୍‌ ‘କଳାଭୂମି’ ପକ୍ଷରୁ ରାଖୀ ପୂର୍ଣ୍ଣମୀ ଉପଲକ୍ଷେ ରାଖୀ ପ୍ରସ୍ତୁତି ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଛି। ଗତ ୧୧ ତାରିଖରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶାର କଳା, କାରିଗରିର ଛାପସହ ଇକୋ-ଫ୍ରେଣ୍ଡଲୀ ରାଖୀ ପ୍ରସ୍ତୁତ କରିବା ପାଇଁ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଛୋଟପିଲାଙ୍କଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗନେଇ ଚାନ୍ଦୁଆ, ତାଳପତ୍ର, ପଟ୍ଟଚିତ୍ର ଓ ଟେରାକୋଟାର ରାଖୀ ପ୍ରସ୍ତୁତ କରିଥିଲେ। ଏହି ନିଆରା କର୍ମଶାଳାରେ ଭାଇମାନେ ନିଜ ଭାଇ ଓ ଭଉଣୀଙ୍କ ପାଇଁ ରାଖୀ ପ୍ରସ୍ତୁତ କରିଥିଲେ। ପ୍ରତ୍ୟେକ ଅଂଶଗ୍ରହଣକାରୀ ୪ଟି ଲେଖାଏ ଚାରିପ୍ରକାରର ରାଖୀ ତିଆରି କରିଥିଲେ। ଉପସ୍ଥିତ ଶିଳ୍ପୀ ଓ କାରିଗରମାନେ ଏହି ରାଖୀ ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। କେବଳ ଏତିକି ନୁହେଁ, ଆଜିକାଲି ଏକାଧିକ ଇ-କମର୍ସ ପ୍ଲାଟ୍‌ଫର୍ମ ଇକୋ-ଫ୍ରେଣ୍ଡଲୀ ରାଖୀକୁ ପ୍ରମୋଟ କରୁଥିବା ଦେଖିବାକୁ ମିଳୁଛି। ଗଛ ମଞ୍ଜିରେ ପ୍ରସ୍ତୁତ ହେଉଥିବା ସିଡ୍‌ ରାଖୀ ବହୁଳଭାବେ ଲୋକପ୍ରିୟତା ହାସଲ କରିଛି। ରାଖୀ ପିନ୍ଧିସାରିବା ପରେ ଏହାକୁ ଖୋଲି ମାଟିରେ ପୋତିଦେଲେ ସେଥିରୁ ଗଛ ହୋଇ ତାହା ବିଭିନ୍ନ ପ୍ରକାର ଫୁଲ ଓ ଫଳ ପ୍ରଦାନ କରୁଛି। ଏହା କେବଳ ପରିବେଶ ପ୍ରଦୂଷଣରୁ ମୁକ୍ତ କରୁନି, ବରଂ ପରିବେଶକୁ ସବୁଜ ରଖିବାରେ ସହାୟ ହେଉଛି।

-ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ରଜରେ ଭିଜିବ ଓଡ଼ିଶା: ଆସନ୍ତା ୩ ଦିନ ଯାଏ ଝଡ଼ ପବନ, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧ା୬ (ସୌମ୍ୟରଞ୍ଜନ ରାଉତ):ରଜରେ ଭିଜିବ ଓଡ଼ିଶା। ତାତିରୁ ମିଳିବ ମୁକ୍ତି, ବର୍ଷା ଆଣୁଛି ଆଶ୍ୱସ୍ତି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିନା ବିଦ୍ୟୁତ୍‌ରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଅସହ୍ୟ ଗରମରେ ରୋଗୀ ହନ୍ତସନ୍ତ

ଅମରପାଲି,୧୧ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌…

ଖୁସିରେ ଗଦଗଦ ହୋଇ ମୋଦିଙ୍କୁ ଏମିତି ମେସେଜ୍‌ କରିଦେଲେ ଟ୍ରମ୍ପ: ଚାହିଁ ରହିଗଲା ସାରା ବିଶ୍ୱ

ନୂଆଦିଲ୍ଲୀ,୧୧।୬:ଲଗାତର ଅଧିକ ଦିନ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ରେକର୍ଡକୁ ବୁଧବାର ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିକ୍ରମ କରିଛନ୍ତି। ୨୦୧୪ ମେ’…

ନିୟମଗିରିକୁ ପୁଣି ଫେରିଲେ ହାତୀପଲ, କଦଳୀ ବଗିଚା ନଷ୍ଟ କରିବା ସହ…

କଲ୍ୟାଣସିଂହପୁର,୧୧ା୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ। କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ଲମ୍ବା ନ୍‌ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ବୁଧବାର…

ସମସ୍ୟା ଘେରରେ କେସିଙ୍ଗା ରେଳ ଷ୍ଟେଶନ: ସମାଧାନ ଦାବି କଲା ଜିଲା ରେଳଯାତ୍ରୀ ସଂଘ

କେସିଙ୍ଗା,୧୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ ପକ୍ଷରୁ ସମ୍ବଲପୁର ଡିଭିଜନର ଡିଆରଏମ ସୁବାସ…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ଆଜିଠୁ ସିଜେପିର ଦେଶବ୍ୟାପୀ ବିକ୍ଷୋଭ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ନୂଆଦିଲ୍ଲୀ,୧୦ା୬(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଏବଂ ସିବିଏସ୍‌ଇ ପରୀକ୍ଷା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍‌ରୋଚ ଜନତା ପାର୍ଟି (ସିଜେପି) ଗୁରୁବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri