Posted inଫୁରସତ

ଏଠି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ମଣିଷ ଭଳି ଶ୍ରେଷ୍ଠ ଜୀବଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ ବ୍ୟବସ୍ଥା। ହେଲେ ବିଲୁପ୍ତପ୍ରାୟ ପକ୍ଷୀ ଶାଗୁଣ ଓ ଚିଲଙ୍କ ପାଇଁ ରହିଥିବା ରେଷ୍ଟୁରାଣ୍ଟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଆମ ଦେଶରେ ହିଁ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ। କାନପୁର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେଷ୍ଟୁରାଣ୍ଟ। ଏଠି କେବଳ ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେଷ୍ଟୁରାଷ୍ଟ। ତେବେ ୨ଟି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହା ଖୋଲାଯାଇଥିବା କୁହାଯାଉଛି। ଗୋଟିଏ ହେଉଛି ମୃତ ପଶୁପକ୍ଷୀଙ୍କୁ ଏଣେ ତେଣେ ଫୋପାଡି ପରିବେଶ ଦୂଷିତ କରିବା ପ୍ରକ୍ରିୟାକୁ ରୋକିବା ଓ ଅନ୍ୟଟି ହେଉଛି ବିଲୁପ୍ତପ୍ରାୟ ପକ୍ଷୀ ଶାଗୁଣା ଓ ଚିଲଙ୍କ ସଂରକ୍ଷଣ କରିବା। ଏହାର ଆଉ ଏକ ଉଦ୍ଦେଶ୍ୟ ହେଉିଛି ଏକା ସଙ୍ଗେ ବହୁସଂଖ୍ୟାରେ ଚିଲ ଓ ଶାଗୁଣାଙ୍କୁ ଚିଡିଆ ଘରକୁ ନିମନ୍ତ୍ରଣ ଦେବା। ବିଶେଷଜ୍ଞଙ୍କ କହିବା କଥା ହେଲା ଏବେ ଦେଶରେ ଏହି ପକ୍ଷୀଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ତେଣୁ ଏବେ ଏମାନଙ୍କର ସଂରକ୍ଷଣ କରିବା ଜରୁରୀ ହୋଇପଡିଛି। ଯଦି ଏକାସହ ବହୁ ପରିମାଣରେ ଶାଗୁଣା ଏକାଠି ହେବେ ତେବେ ସେମାନେ ପ୍ରଥମେ ବସା ବାନ୍ଧିବା ଆରମ୍ଭ କରିବେ। ପରେ ସେମାନଙ୍କ ବଂଶବୃଦ୍ଧି ମଧ୍ୟ ହେବ। ସବୁଠାରୁ ବଡ କଥା ହେଲା ଏହା ହେଉଛି ଏକ ଓପନ୍‌ ରେଷ୍ଟୁରାଣ୍ଟ। ଚାରିପଟରେ ଗଛ ଲଗାଇ ମଝିରେ ମଝିରେ କାଠର ବାଡା ଲଗାଇ ଖୋଲା ଆକାଶ ତଳେ ଏହି ରେଷ୍ଟୁରାଣ୍ଟ ତିଆରି କରାଯାଇଛି। ତେବେ ଚିଲ, ଶାଗୁଣାଙ୍କ ପରି ଅନ୍ୟ ଶିକାରି ପକ୍ଷୀମାନେ ମଧ୍ୟ ଏଠାକୁ ଆସିପାରିବେ। ମଝିରେ ମଝିରେ ଲଗାଯାଇଥିବା କାଠର ମୋଟା ମୋଟା ବାଡା ଉପରେ ବସି ଏମାନେ ଆରାମରେ ଖାଦ୍ୟ ଖାଇବା ସହ ନିକଟରେ ତିଆରି କରାଯାଇଥିବା ଏକ ପୋଖରିରୁ ପାଣି ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଠାରେ ଥିବା ପ୍ରାଣୀ ଚିକିତ୍ସକଙ୍କ ମତରେ ପୂର୍ବରୁ ମୃତ ପଶୁପକ୍ଷୀଙ୍କ ଶରୀରକୁ ଚାରୋଟି ସ୍ଥାନରେ ପକାଯାଉଥିଲା। ବର୍ଷା ସମୟରେ ଏଥିରୁ ଖୁବ୍‌ ଦୁର୍ଗନ୍ଧ ହେବା ସହ ପରିବେଶ ଦୂଷିତ ହେଉଥିଲା। ଏବେ ଏହି ରେଷ୍ଟୁରାଣ୍ଟ ଖୋଲିବା ଫଳରେ ଦୁର୍ଗନ୍ଧ କମିବା ସହ ପରିବେଶ ମଧ୍ୟ ଦୂଷିତ ହେଉନାହିଁ। ଅନ୍ୟପଟେ ବିଲୁପ୍ତପ୍ରାୟ ପକ୍ଷୀମାନଙ୍କର ସଂରକ୍ଷଣ ବି ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri