ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଗିରଫ

ରାୟଗଡ଼ା ଅଫିସ,୨୩।୩: ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଦୈନିକ ବଜାରରେ ଥିବା ଏକ ଏସବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଚାନ୍ଦିଲି ଥାନା ପୋଲିସ ଗିରଫ କରିଛି । ସେମାନେ ହେଲେ ସୁଧୀର ଗରଡ଼ିଆ (୧୯), ଉମେଶ ନାଗ (୧୯), ଟୁଲୁ ବାହାଦୂର (୨୮)। ସେମାନଙ୍କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ଶର୍ବଣା ବିବେକ ଏମ୍‌ ଖବରଦାତା ସମ୍ମିଳନୀରେ କହିଛନ୍ତି ।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ସୁଧୀର, ଉମେଶ, ଟୁଲୁ ଏଟିଏମ୍‌କୁ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ କରିଥିଲେ। ମାତ୍ର ଟଙ୍କା ଲୁଟ୍‌ କରିବାରେ ବିଫଳ ହୋଇ ଫେରିଯାଇଥିଲେ । ଖବରପାଇ ଥେରୁବାଲି ଫାଣ୍ଡି ଓ ଚାନ୍ଦିଲି ପୋଲିସ ଥାନା କିଛି କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ପରେ ଅଭିଯକ୍ତୁଙ୍କୁ ଚିହ୍ନଟ କରାଯାଇଥିଲା। ଥାନାରେ କେସ ନଂ.୭୧/୨୦ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପରିଷଦ ପ୍ରାର୍ଥୀ, ଖବରଦାତାଙ୍କୁ ଆକ୍ରମଣ

ପିପିଲି,୧୫।୨(ଡି.ଏନ୍‌.ଏ./ସ୍ବ.ପ୍ର.):ପିପିଲି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ପୋଟଳ ଗ୍ରାମରେ ସୋମବାର ନିର୍ବାଚନ ପ୍ରଚାର କରୁଥିବା ସମୟରେ ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ବିପକ୍ଷ ଗୋଷ୍ଠିର...

ଭୋଜି ଖାଇ ଫେରୁଥିଲେ, ବାଟରେ ଓଲଟିଲା ବରଯାତ୍ରୀ ଗାଡ଼ି

ଖଡିଆଳ,୭।୨(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡିଆଳ ଥାନା ସରଗାଦୀ ନୂଆପଡ଼ା ଗାଁ ନିକଟରେ ଏକ ବରଯାତ୍ରୀ ଗାଡି ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ...

ସମୁଦ୍ରରେ ଚାଲିଛି ବେଆଇନ ମାଛଧରା: ଅଲିଭ ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସମୁଦ୍ରରୁ ବେଆଇନ ଭାବରେ ମାଛଧରାକୁ ବନ୍ଦ କରିବା ନେଇ ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

ବିଦ୍ୟାଳୟରେ ଶୋଇବା ଭିଡିଓ ଭାଇରାଲ: ନିଲମ୍ବିତ ହେଲେ ଶିକ୍ଷକ

ଶେରଗଡ,୮ା୧୧(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ଲକ୍ଷ୍ମୀପୁର ଗ୍ରାମ ଇନ୍ଦିରା ଆବାସ କଲୋନୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାବୁ ଜେନାଙ୍କୁ ଗୁରୁବାର ନିଲମ୍ବିତ କରିଛି ଶେରଗଡ଼ ଶିକ୍ଷା ବିଭାଗ। କାମରେ...

ହାତୀ କଙ୍କାଳ ଉଦ୍ଧାର ଘଟଣାରେ ନିଲମ୍ବିତ ହେଲେ ରେଞ୍ଜ ଅଫିସର

ଅନୁଗୋଳ ଅଫିସ,୨୮।୬: ସାତକୋଶିଆ ବନଖଣ୍ଡରେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ପିସିସିଏଫ୍‌ ଶଶି ପୌଲ ମଙ୍ଗଳବାର...

୬୩ନଂ. ବୁଥ୍‌ରେ ସାନି ମତଦାନ: ୯୯୬ରୁ ୫୩୯ଜଣ ଦେଲେ ଭୋଟ

ବ୍ରହ୍ମପୁର ଅଫିସ୍‌,୧୯ା୪-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୬୩ନମ୍ବର ବୁଥ୍‌ରେ ଗୁରୁବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ସିଟି ହାଇସ୍କୁଲସ୍ଥିତ ବୁଥ୍‌ରେ ମତଦାନ ଗ୍ରହଣ କରାଯାଇଥିଲା।...

ବଲାଙ୍ଗୀର ମାଛ ବଜାରରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ

ବଲାଙ୍ଗୀର ଅଫିସ,୧।୪-ବଲାଙ୍ଗୀର ଜିଲା ପ୍ରଶାସନ ଓ ଟାଉନ୍‌ ପୋଲିସ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ ଜାରି ରଖିଛି।...

ନିଶା କବଳରୁ ଯୁବ ସମାଜ ଦୂରେଇ ରହୁ

ଛେଣ୍ଡିପଦା,୨୧।୮(ଡି.ଏନ.ଏ.)-ଛେଣ୍ଡିପଦା ବ୍ଲକ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟଠାରେ ମଙ୍ଗଳବାର ରାଜ ସଂସ୍କାର କମିଟି ତୁକୁଡା ଓ ଆମ ପରିବାର ଚକ୍ର ଅନୁଗୋଳର ମିଳିତ ଆନୁକୂଲ୍ୟରେ ମହାତ୍ମା...

Advertisement
Archives

Model This Week