ଏଚ୍‌ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା: ମା’ ପେଟରେ ଆଖିବୁଜିଲା ଶିଶୁ

ବାରିପଦା ଅଫିସ,୧୫ା୧୨-ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଜଣେ ଗର୍ଭବତୀ ଗର୍ଭକଷ୍ଟ ପାଉଥିଲେ ବି ଡାକ୍ତରମାନେ ତାଙ୍କୁ ଚିକିତ୍ସା ନ କରିବାରୁ ଗର୍ଭସ୍ଥ ଶିଶୁ ଦୁନିଆର ଆଲୋକ ଦେଖିବା ଆଗରୁ ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଘଟିଥିବା ପଦାକୁ ଆସିଛି। ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଥିଲେ ବି ଅସ୍ତ୍ରୋପଚାର କରି ଏହାକୁ ବାହାର କରିବା ସକାଶେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଶେଷରେ କେତେକ ସାମାଜିକ କର୍ମୀ ହସ୍ତକ୍ଷେପ କରିବାରୁ ପ୍ରାୟ ୨୪ ଘଣ୍ଟା ପରେ ଶନିବାର ସକାଳେ ଅସ୍ତ୍ରୋପଚାର କରି ଗର୍ଭସ୍ଥ ମୃତ ଶିଶୁକୁ ବାହାର କରାଯାଇଛି। ଜଣେ ଏଚଆଇଭି ଆକ୍ରାନ୍ତ ଗର୍ଭବତୀଙ୍କ ଚିକିତ୍ସା ପ୍ରତି ଏପରି ଅମାନବୀୟ ଅବହେଳା ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ଉଲ୍ଲେଖନୀୟ ଯେ, ରାଇରଙ୍ଗପୁର ସବ୍‌ଡିଭିଜନ ଅଧୀନ ଜାମଦା ଅଞ୍ଚଳର ଏହି ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗତ ଗୁରୁବାର ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ଏଚଆଇଭି ଆକ୍ରାନ୍ତ ହୋଇଥିବା ଡାକ୍ତରମାନେ ଜାଣିବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ନେବାକୁ ପରାମର୍ଶ ଦେଇଥିଲେ। ପରେ ସେହି ରାତି ପ୍ରାୟ ୧୧ଟାରେ ତାଙ୍କୁୁ ଏଠାକୁ ଅଣାଯାଇଥିଲା। ଡାକ୍ତରମାନେ ତାଙ୍କୁ ଠିକ୍‌ ଭାବେ ଚିକିତ୍ସା ନ କରିବାରୁ ଶୁକ୍ରବାର ସକାଳେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଡାକ୍ତରଙ୍କଠାରୁ ଏ ସମ୍ପର୍କରେ ସୂଚନା ପାଇବା ପରେ ଅସ୍ତ୍ରୋପଚାର କରି ମା’ ପେଟରୁ ମୃତ ଶିଶୁକୁ କାଢ଼ିବା ଲାଗି ଆତ୍ମୀୟସ୍ବଜନମାନେ କହିଥିଲେ। କିନ୍ତୁ କେହି କିଛି ଏ ଦିଗରେ ପଦକ୍ଷେପ ନେଇ ନ ଥିଲେ। ଘଣ୍ଟା ପରେ ଘଣ୍ଟା ବିିତିବାରୁ ସମ୍ପୃକ୍ତ ସମ୍ପର୍କୀୟମାନେ ବ୍ୟସ୍ତ ହୋଇ ସମସ୍ତଙ୍କୁ ଗୁହାରି କରିଥିଲେ। ଶେଷରେ କେତେକ ସ୍ଥାନୀୟ ସାମାଜିକ କର୍ମୀ ହସ୍ତକ୍ଷେପ କରିବାରୁ ଦୀର୍ଘ ୨୪ ଘଣ୍ଟା ପରେ ଶନିବାର ସକାଳେ ଅସ୍ତ୍ରୋପଚାର କରାଯାଇଥିଲା। ଏବେ ପ୍ରସୂତିଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ତେବେ ଚିକିତ୍ସା କାର୍ଯ୍ୟରେ ଅବହେଳା କରାଯିବା ନେଇ ମହିଳାଙ୍କ ଆତ୍ମୀୟ ସ୍ବଜନ ଅଭିଯୋଗ କରିଥିଲେ ମଧ୍ୟ ମେଡିକାଲ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ ା ଏ ସମ୍ପର୍କରେ ମେଡିକାଲ କଲେଜ ଅଧୀକ୍ଷକ ଡା. ବିଏନ ମହାପାତ୍ରଙ୍କୁ ପଚାରିବାରୁ ଚିକିତ୍ସା ଅବହେଳା ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇନାହିଁ, ତେବେ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଜଣେ ଏଚଆଇଭି ଆକ୍ରାନ୍ତ ଗର୍ଭବତୀଙ୍କ ପ୍ରତି ଚିକିତ୍ସାରେ ଅବହେଳା କରାଯିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା…

ନଭେମ୍ୱରରେ ଏହି ୪ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ; ମିଳିବ ପ୍ରଚୁର ଧନ, ନୂଆ ଚାକିରିର ଅଫର୍‌

ନଭେମ୍ୱର ମାସର ଆରମ୍ଭରେ ବୃହସ୍ପତି ସିଂହ ରାଶିରେ ବିରାଜମାନ ରହିବେ। ଏହା ସହିତ ଶୁକ୍ର ବକ୍ରୀ ହୋଇ କନ୍ୟା ରାଶିକୁ ଗୋଚର କରିବା ଏବଂ ବୁଧ ତୁଳା…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ଉଦ୍ଧାର ହୋଇ ଆସିଲେ

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡ଼ା ଧରାଳି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ହୁକିଟୋଲା ଅନତୀ ଦୂରରେ ଥିବା…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

Featured Video Play Icon

ଅର୍ଣ୍ଣବ ପ୍ରକୋପ: ଭୟଙ୍କର ଦେଖାଗଲା ସମୁଦ୍ର! ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ଭୀଷଣ ରୂପ ଧରି ସ୍ଥଳଭାଗକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅର୍ଣ୍ଣବ। ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ଅର୍ଣ୍ଣବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?