Posted inଜାତୀୟ

ଏକାଥରେ ୪ ସନ୍ତାନଙ୍କୁ ଜନ୍ମ ଦେଲେ ୨୪ ବର୍ଷ ବୟସ୍କା ମହିଳା

ନୂଆଦିଲ୍ଲୀ,୯।୨: ଉତ୍ତରଖଣ୍ଡ ଋଷିକେଶରେ ଜଣେ ୨୪ ବର୍ଷ ବୟସ୍କା ମହିଳା ଏକଥରେ ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁପୁତ୍ର ଏବଂ ୨ ଜଣ ଶିଶୁକନ୍ୟା ଅଛନ୍ତି। ସ୍ଥାନୀୟ ଏମ୍ସ୍‌ରେ ଏଭଳି ଘଟଣା ଘଟିଛି। ଉତ୍ତରକାଶୀ ବାରାକୋଟର ଏହି ମହିଳା ୩୪ ସପ୍ତାହ ଗର୍ଭଧାରଣ କରିବା ପରେ ପ୍ରସବ ପାଇଁ ଏମ୍ସ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରତି ସାତ ଲକ୍ଷ ପ୍ରସବରେ ଏଭଳି ଗୋଟିଏ ଘଟଣା ଘଟିଥାଏ ବୋଲି ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନୁପମା ବାହାଦୁର କହିଛନ୍ତି। ଡେରାଡୁନ୍‌ ହସ୍ପିଟାଲ ମହିଳାଙ୍କୁ ଏମ୍ସ୍‌କୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ଅଲ୍ଟାସାଉଣ୍ଡ କରାଯିବା ପରେ ମହିଳାଙ୍କ ଗର୍ଭରେ ୪ଟି ସନ୍ତାନ ଥିବା ଜଣାପଡ଼ିଥିଲା। ମହିଳାଜଣକଙ୍କ ଠାରେ ରକ୍ତହୀନତା ଥିବାରୁ ତାଙ୍କୁ ୩ ୟୁନିଟ୍‌ ରକ୍ତ ଦିଆଯାଇଥିଲା। ମହିଳାଙ୍କ ସର୍ଜରୀ କରାଯାଇ ପ୍ରସବ କରାଯାଇଥିବା ଅନୁପମା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଚାଲିଛି ଗୁଣ୍ଡାରାଜ: ଅମିତ ଶାହା

କୋଲକାତା,୧୫।୩: କେନ୍ଦ୍ର ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି। ଏଠାରେ ଦୁଇଟି ସ୍ଥାନରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ସୋମବାର ଝାରଗ୍ରାମରେ...

ପ୍ରବାସୀଙ୍କୁ ହାତ ଯୋଡ଼ିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ୬ ଦିନିଆ ଲକ୍‌ଡାଉନ ଘୋଷଣା ହେବା ପରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ଆନନ୍ଦ ବିହାର...

ବଡ଼ ଘର ବଡ଼ ଗୁମର କଥା: ପଦାରେ ପଡ଼ିଲା ଶାଶୁ-ବୋହୂ କଳି

ପାଟନା,୨୭।୧୨: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର କଳି ପୁଣି ପଦାକୁ ଆସିଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ...

ସୈନିକ ସ୍କୁଲରେ ନାମ ଲେଖାଇବେ ଛାତ୍ରୀ: ରାଜନାଥ

ନୂଆଦିଲ୍ଲୀ,୧୮।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଘୋଷଣା କରିଛନ୍ତି ଏଣିକି ସୈନିକ ସ୍କୁଲରେ ଛାତ୍ରୀମାନେ ନାମ ଲେଖାଇ ପାରିବେ। ୨୦୨୧-୨୨ ବର୍ଷରେ ଛାତ୍ରୀମାନେ ସୈନିକ...

ମୋଦିଙ୍କ ଜନ୍ମଦିନ ପାଇଁ ଚାଲିଛି ପ୍ରସ୍ତୁତି, ଏଥର ଏମିତି କରାଯିବ ପାଳନ

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବର ୧୭ରେ ୭୦ ବର୍ଷରେ ପଦାର୍ପଣ କରିବେ। ଏହି ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ...

ଚାଷୀଙ୍କ ଆକାଉଣ୍ଟକୁ ଗଲା ୨୧ ହଜାର କୋଟି

ଶିମ୍‌ଲା, ୧ା୬: କେନ୍ଦ୍ରରେ ଏନ୍‌ଡିଏ ସରକାରକୁ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହିମାଚଳ ପ୍ରଦେଶ ଗସ୍ତ କରି ‘ଗରିବ କଲ୍ୟାଣ...

ଭାକ୍ସିନ୍‌ ପାଇଁ ପଞ୍ଜିକରଣ ଅନାବଶ୍ୟକ, ଟିକାକରଣ କେନ୍ଦ୍ରରେ ପହଞ୍ଚି ନେଇହେବ ଡୋଜ୍‌ …

ନୂଆଦିଲ୍ଲୀ,୨୭।୬: ଏଣିକି ଭାକ୍ସିନ୍‌ ନେବା ପୂର୍ବରୁ କୋଓ୍ବିନ୍‌ ଆପ୍‌ରେ ପଞ୍ଜିକରଣର ଅନାବଶ୍ୟକ। ଲୋକ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରିବା ସହିତ ଡୋଜ୍‌ ନେଇପାରିବେ।...

ହିଜାବ ବିବାଦ: ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୩: କର୍ନାଟକରେ ହିଜାବ ବିବାଦ ଉପରେ ଦାଖଲ ହୋଇଥିବା ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି...

Advertisement
Archives

Model This Week