ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳା ଉଦ୍‌ଘାଟିତ, ଗୀତା ପଠନ ଶ୍ରେଷ୍ଠ ଅଭ୍ୟାସ: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ୍‌, ୧୬।୧: ସାରା ବିଶ୍ୱରେ ୪ ପ୍ରକାର ପୁସ୍ତକ ପ୍ରକାଶ ପାଉଛି। ସେଗୁଡିକ ବିଶେଷକରି ପରିଚାଳନା, ସମ୍ବନ୍ଧ, ବନ୍ଧୁତ୍ୱର ଗୁଣାତ୍ମକ ବିକାଶ ଓ ଆତ୍ମବିକାଶ ଉପରେ ଆଧାରିତ ବୋଲି ବୁଧବାର ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳା ଉଦ୍‌ଘାଟନୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଜିଲାପାଳ ତଥା ଜଗତ୍‌ସିଂହପୁର ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର ପୌରୋହିତ୍ୟ କରିଥିଲେ। ଏଥିରେ ମୁଖ୍ୟଅତିଥି ତାଙ୍କ ଭାଷଣରେ ୪ ପ୍ରକାର ବହି ଉପରେ ବର୍ଣ୍ଣନା କରିବା ସହ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ସମଗ୍ର ବିଶ୍ୱରେ ମହାଭାରତଠାରୁ ବଡ଼ ପରିଚାଳନା କିଛି ନାହିଁ। ନିଜକୁ ନିଜେ ଠିକ୍‌ ଭାବେ ପରିଚାଳିତ କରିପାରିବା ହେଉଛି ବଡ଼ କଥା। ଏହାକୁ ଆୟୁଧ କରି ନିଜ ଭିତରେ ଥିବା ଅଳସପଣିଆ, ଅହଙ୍କାର ଓ ଆଶକ୍ତିକୁ ଭାଜନ କରିବାକୁ ପଡ଼ିବ। ସେହିପରି ପ୍ରତ୍ୟହ ଗୀତା ପଠନ କରିବା ଶ୍ରେଷ୍ଠ ଅଭ୍ୟାସ ବୋଲି ସେ ବକ୍ତବ୍ୟରେ କହିଥିଲେ। ଏଥିସହ ମା’ଙ୍କୁ କିପରି ସମ୍ମାନ କରାଯାଇ ପାରିବ ସେ ସମ୍ପର୍କରେ ରାମାୟଣରେ ଖୁବ୍‌ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଥିବା ରାଜ୍ୟପାଳ କହିଥିଲେ। ଏଥିସହ ସେ ବଶିଷ୍ଠଙ୍କୁ ବଡ଼ ବହି ସହ ତୁଳନା କରିଥିଲେ। ସେ କହିଥିଲେ, ବଶିଷ୍ଠ ରାମଙ୍କୁ କହିଥିଲେ ଯେ, ମା’ କେବେ କୁମାତା ହୋଇପାରିବ ନାହିଁ। ଏହି ଶିକ୍ଷା ରାମଙ୍କ ଜୀବନରେ ବହୁ ଗୁରୁତ୍ୱ ବହନ କରିଥିଲା, ଯେଉଁ କାରଣରୁ କୈକେୟୀଙ୍କୁ ରାମଚନ୍ଦ୍ର ବହୁ ସମ୍ମାନ ଦେଉଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲାର ଗରିମା କଥା ବଖାଣିଥିଲେ। ଏହି ଉପଲକ୍ଷେ ସକାଳେ ମା’ ଶାରଳା ଜ୍ୟୋତି ସ୍ଥାପନ କରାଯାଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri