ବାସୁଦେବପୁର,୨୨।୮(ଡି.ଏନ.ଏ.)-ଏକତରଫା ପ୍ରେମର କରୁଣ ପରିଣତି କେତେ ଭୟାନକ ହୋଇପାରେ ତାହା ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳରେ ବୁଧବାର ଦେଖିବାକୁ ମିଳିଛି । ଜଣେ ବିଫଳ ପ୍ରେମିକ ଏକ ନାବାଳିକାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଅଁ। ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ା ପ୍ରେମରେ ବିଫଳ ହେବାରୁ ଯୁବକ ଜଣଙ୍କ ଏଭଳି କାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ସମ୍ପୃକ୍ତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛନ୍ତି। ପୋଲିସ ତନାଘନା ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକ ନାବାଳିକାଙ୍କୁ ଏକତରଫା ପ୍ରେମ କରିଆସୁଥିଲେ। ହେଲେ ତାଙ୍କ ପ୍ରେମକୁ ନାବାଳିକା ଜଣଙ୍କ ସ୍ବୀକାର କରୁ ନ ଥିଲୋ ଏହାପରେ ବି ବୁଧବାର ଅପରାହ୍ନରେ ସେ ନାବାଳିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିରେ ନାବାଳିକା ଜଣଙ୍କ ରାଜି ନ ହେବାରୁ ସମ୍ପୃକ୍ତ ଯୁବକ ଉଗ୍ରରୂପ ଧାରଣ କରିଥିଲେ। ଯୁବକ ଜଣଙ୍କ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଅଁା ଲଗାଇ ଦେଇଥିଲେ ବୋଲି ନାବାଳିକା ପୋଲିସ ଆଗରେ ବୟାନ ଦେଇଛନ୍ତି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପରିବାର ଲୋକେ ରାତି ପ୍ରାୟ ୮ଟା ବେଳେ ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ପଠାଯାଇଛି। ସ୍ଥାନୀୟ ପୋଲିସ ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚି ନାବାଳିକାଙ୍କ ବୟାନ ରେକର୍ଡ କରିଛି। ଘରେ କେହି ନ ଥିବାବେଳେ ସମ୍ପୃକ୍ତ ଯୁବକ ତାଙ୍କ ଝିଅକୁ ନିକଟସ୍ଥ ଏକ ଘରକୁ ଡାକି ନେଇ ଏହି କାଣ୍ଡ ଘଟାଇଥିବା ନାବାଳିକାଙ୍କ ବାପା କହିଛନ୍ତି।
ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର
ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…
ବିପଦ ସଙ୍କେତ ଟପିଲା ସାଳନ୍ଦୀ, ତଳେ ବୈତରଣୀ: ଜିଲାର ସମସ୍ତ ସ୍କୁଲ ଛୁଟି
ଭଦ୍ରକ, ୧୭।୮ (ସନାତନ ରାଉତ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ବିପଦ ସଙ୍କେତ ତଳେ…
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…
ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…
ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ
ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…
Archives

