Posted inଜାତୀୟ

ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରକୁ ବିପଦ

ନୂଆଦିଲ୍ଲୀ, ୨୬ା୬: ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରର ସଫଳତା ଲାଗି ବିପଦ ସୃଷ୍ଟି କରିଥାଏ। ଇମର୍ଜେନ୍ସି ଲଗାଇ ସରକାର ନିଜ ଲୋକଙ୍କୁ ଜେଲ୍‌ ପଠାଇ ନିର୍ଯାତନା ଦେବା ଅନୁଚିତ। ଏହା ଅଦାଲତଙ୍କ କାମ, ସେ ହିଁ ଜେଲ୍‌ କିମ୍ବା ବେଲ୍‌ ଲାଗି ନିର୍ଦ୍ଦେଶ ଦେଇପାରିବେ। ୧୯୭୫ ମସିହା ଜୁନ୍‌ ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲଗାଇଥିବା ଜରୁରିକାଳୀନ ପରିସ୍ଥିତିର ୪୪ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଏଭଳି ମତ ରଖି କଂଗ୍ରେସ କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି। ଦଳ କ୍ଷମତାରେ ରହିବା ଲାଗି ରାତାରାତି ଇମର୍ଜେନ୍ସି ଲଗାଗଲା। ସମ୍ବିଧାନରୁ ଗଣତନ୍ତ୍ର ଶବ୍ଦକୁ ଦଳିମକଚି ଦିଆଗଲା। ଏନେଇ କାହାରି ମତାମତ ନିଆଗଲା ନାହିଁ। ଲୋକ ସଭା ନିର୍ବାଚନ ପରେ ୧୩୦ କୋଟି ଲୋକଙ୍କ ରାୟ ଗଣତନ୍ତ୍ର ସପକ୍ଷରେ ଆସିଥିଲା। ଶେଷରେ ଗଣତନ୍ତ୍ର ଏକଚ୍ଛତ୍ରବାଦୀ ମାନସିକତା ଉପରେ ବିଜୟ ଲାଭ କଲା। ଗୃହରେ ଅଟଳ ବିହାରୀ ବାଜପେୟୀ, ନରସିଂହ ରାଓ କିମ୍ବା ମନମୋହନ ସିଂଙ୍କ ଭଳି ବରିଷ୍ଠ ନେତାଙ୍କ କାର୍ଯ୍ୟ ସଫଳତା ବିଷୟରେ କଂଗ୍ରେସ ନେତାଙ୍କ ମୁହଁରୁ ପଦେ କଥା କେବେ ଶୁଣିବାକୁ ମିଳୁ ନ ଥିବା ମୋଦି କହିଛନ୍ତି। ଗୃହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ମତରଖି ମୋଦି ଏଭଳି କଂଗ୍ରେସକୁ କଟୁ ସମାଲୋଚନା କରି କହିଛନ୍ତି।
ବିକାଶକୁ ଆମେ ପ୍ରାଥମିକତା ଦେଇଆସିଛୁ। ଦୁର୍ନୀତି ବିରୋଧରେ ଆମର ଲଢ଼େଇ ଜାରି ରହିଛି। ଦୋଷୀଙ୍କୁ କେବଳ ଅଦାଲତ ହିଁ ଦଣ୍ଡ ଦେବ ବୋଲି ମୋଦି ଏହି ଅବସରରେ କହିଛନ୍ତି। କଂଗ୍ରେସ ସମାଲୋଚନା ଛାଡ଼ି ଗଠନମୂଳକଭାବେ ଦେଶ ବିକାଶ କଥା ଚିନ୍ତା କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ଅଧୀର ରଞ୍ଜନଙ୍କ ମନ୍ତବ୍ୟକୁ ନେଇ ମୋଦି କହିଥିଲେ ଯେ, ଆଇନର ଶାସନ ମୋ ସରକାରରେ ଚାଲିଛି। କେହି ଦୁର୍ନୀତି କଲେ, ଅଦାଲତ ସେମାନଙ୍କୁ ଦଣ୍ଡିତ କରିବ। ସରକାର ଲୋକଙ୍କ ସହ ରହି ଗଣତନ୍ତ୍ରିକ ଧାରା ବଜାୟ ରଖି ବିକାଶ କ୍ଷେତ୍ରକୁ ପ୍ରଶସ୍ତ କରିବ ଓ ଏଥିଲାଗି ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ମୋଦି ଲୋକ ସଭାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri