ଏଇ ଭାରତରେ

ଗତ ୪ଶହ ବର୍ଷ ଧରି ମଧ୍ୟପ୍ରଦେଶର ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା ପ୍ରାୟ ୧୩୦ କିଲୋମିଟର। ପ୍ରସବ ସମୟ ହେଲେ ଗର୍ଭବତୀ ମହିଳାଙ୍କୁ ଗାଁ ବାହାରେ ଥିବା ଏକ ଘରକୁ ନିଆଯାଇଥାଏ, ଯାହାକି କେବଳ ପ୍ରସବ ପାଇଁ ନିର୍ମିତ ହୋଇଛି। ଗାଁ ଉପରେ ଏକ ଅଭିଶାପ ରହିଛି। ଏଠାରେ ପ୍ରସବ ହେଲେ ମା’ କିମ୍ବା ଶିଶୁଙ୍କର ମୃତ୍ୟୁ ଘଟିଥାଏ। ନଚେତ୍‌ ଶିଶୁ ବିକଳାଙ୍ଗ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି। ଏହା ପଛର ଅଜଣା ରହସ୍ୟ କ’ଣ ତାହା ଗ୍ରାମବାସୀଙ୍କୁ ଜଣାନାହିଁ। ତେବେ ଏଭଳି ଘଟଣା ୧୬୦୦ ମସିହାରୁ ବାରମ୍ବାର ଘଟିବାରୁ ଶେଷରେ ଗାଁରେ ପ୍ରସବକୁ ବାରଣ କରାଯାଇଛି। ଏହି ପରମ୍ପରା ଏବେ ଏଠାରେ ଜାରି ରହିଛି। ଗାଁର ୯୦ ପ୍ରତିଶତ ପ୍ରସବ ହସ୍ପିଟାଲରେ ହୋଇଥାଏ। ଅତି ଜରୁରୀ କ୍ଷେତ୍ରରେ ଗାଁ ବାହାରେ ଥିବା ପ୍ରସବ ଘରେ ଶିଶୁ ଜନ୍ମ ନେଇଥାନ୍ତି। ଗାଁରେ ଆମିଷ ଓ ମଦ୍ୟପାନକୁ ମଧ୍ୟ ବାରଣ କରାଯାଇଛି। ଅଜଣା ଅଭିଶାପ ଯୋଗୁ ତାଙ୍କ ଗାଁରେ କେହି ମଦ୍ୟ କିମ୍ବା ଧୂମପାନ କରି ନ ଥାନ୍ତି। ଏହା ଗାଁ ପାଇଁ ବରଦାନ ପାଲଟିଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ପ୍ରେରଣାଦାୟୀ କାର୍ଯ୍ୟ ଦେଖିବାକୁ ମିଳିଛି ପୁଣେରେ। ଅମିତା ଦେଶପାଣ୍ଡେ ଆଇଟିରେ ଡିଗ୍ରୀ ହାସଲ କରିବା ପରେ ଚରଖା ଓ ତନ୍ତ ବ୍ୟବହାର...

ପିଲାଦିନର କ୍ରୀଡ଼ା ଓ ଆଜିର ମୁହୂର୍ତ୍ତ

ଡା. ବିରଞ୍ଚି ନାରାୟଣ ମଲ୍ଲିକ ଭାରତ କେଉଁ ଖେଳରେ ବିଶ୍ୱ ଚାମ୍ପିୟନ ବୋଲି ପଚାରିଲେ ଚଟ୍‌ କିନା ଉତ୍ତର ଆସିବ କ୍ରିକେଟରେ। କିନ୍ତୁ ଭାରତ ମଧ୍ୟ...

ବାବୁଙ୍କୁ ଖୋଜା ଚାଲିଛି

ବର୍ଷକରୁ ବେଶୀ ହେବ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇସାରିଲାଣି। ହେଲେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ସେବା...

ପ୍ରଦୂଷଣ: ଦିନରେ ରାତି

ସୁସ୍ଥ ଜୀବନ ପାଇଁ ପ୍ରଦୂଷଣମୁକ୍ତ ପରିବେଶ ଅପରିହାର୍ଯ୍ୟ। ହେଲେ ତାହା ଏବେ ଉପଲବ୍ଧ ହେଉ ନ ଥିବା ଦିଲ୍ଲୀ ସହରର ବାୟୁ ପ୍ରଦୂଷଣରୁ ସ୍ପଷ୍ଟ ହୋଇଛି।...

ଲୁହ ଲହୁର ବନ୍ଧନ

ଶୁଭେନ୍ଦୁ ମହାନ୍ତି ପବିତ୍ର ରକ୍ଷାବନ୍ଧନର ପର୍ବ, ରାଖୀପୂର୍ଣ୍ଣମୀ ଆଜି। ଆଦରର ଭଉଣୀ ପାଇଁ ସମସ୍ତ ସୁରକ୍ଷାର ପ୍ରତିଶ୍ରୁତିବଦ୍ଧତା ଦେଉଥିବା ଭାଇ ପୁଣି ଥରେ ଦୋହରାଇବ ସେଇ...

ଆଉ ଥରେ ପ୍ରହସନ

ସମଗ୍ର ଦେଶରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ (ଏସ୍‌ୟୁପି)ର ଉତ୍ପାଦନ, ଆମଦାନୀ, ବଣ୍ଟନ ଓ ବିକ୍ରି ଉପରେ ଭାରତ ଜୁଲାଇ ୧ରୁ ନିଷେଧାଦେଶ ଜାରି କରିଛି। ଏଥିସହିତ...

ବାବୁଙ୍କ ବିଦ୍ରୋହ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗୋଟିଏ ମାସ ଭିତରେ ତିନିଜଣ ଆଇଏଏସ୍‌ ଅଫିସର ଇସ୍ତଫା ଦେବା ଘଟଣା ସରକାରୀ ମହଲରେ ଏକ ପ୍ରକାର ଗୋପନ ଭୟର...

ଏଇ ଭାରତରେ

ଏମିତି ହାତ ଯେଉଁଥିରେ କାଠ ବି ଜୀବନ୍ତ ରୂପ ନେଉଛି। କାଠରେ ନିଖୁଣ ଭାବେ ବିଭିନ୍ନ ମୂର୍ତ୍ତି ଖୋଦେଇକରି ଏବେ ଦେଶ କାହିଁକି ବିଶ୍ୱରେ ସୁଖ୍ୟାତି...

Advertisement
Archives

Model This Week