ପାଲା ସନ୍ଧ୍ୟା

ରମେଶ ନନ୍ଦ

ରାମହରିପୁରରେ ବାର୍ଷିକ ମହୋତ୍ସବ। ଯଜ୍ଞାନୁଷ୍ଠାନ ଚାଲିଛି। ସନ୍ଧ୍ୟା ବେଳକୁ ବାଦୀ ପାଲା। ଆଜିର ପାଲା ସନ୍ଧ୍ୟାରେ ଓଡ଼ିଶାର ବିଶିଷ୍ଟ ଗାୟକ ଶାର୍ଦ୍ଦୁଳ କେଶରୀ ପାଲା ପରିବେଷଣ କରିବେ ଓ ତାଙ୍କ ପରେ ରାତି ନଅଟା ବେଳକୁ ଗାୟକ କଲ୍ଲୋଳ ମଧ୍ୟ ଉପସ୍ଥିତ ଅଛନ୍ତି। ପାଲା ଜମିବ।
ପାଲା ଆରମ୍ଭ ହେଲା। ବିଷୟବସ୍ତୁ ହେଉଛି ବୈଦେହୀଶ ବିଳାସ। ପାଲା ଗାୟକ ମଙ୍ଗଳାଚରଣ ସାରି ଗୁରୁ ବନ୍ଦନା କଲେ। ‘ବଧିର ନୁହଇ ବୀର’ କହିଲା ବେଳକୁ ସନିଆ ଠିଆ ହେଲା । ସନିଆକୁ ପାଞ୍ଚଦଶ ଖଣ୍ଡ ମୌଜାରେ ସମସ୍ତେ ଜାଣିଛନ୍ତି। ସନିଆ ବାଣ ମାରିବାରେ ଧୁରନ୍ଧର। ତା’ର ପ୍ରଶ୍ନବାଣ ଆଗରେ କେଡ଼େ କେଡ଼େ ଗାୟକ ହାର ମାନିଛନ୍ତି। ଥରେ ସେ ଜଣେ ବିଶିଷ୍ଟ ପାଲାକାରଙ୍କୁ ପ୍ରଶ୍ନବାଣରେ ମୁହଁତୋଡ ଜବାବ ଦେଇଥିଲା। ସନିଆର ସେ ପ୍ରଶ୍ନରେ ଗାୟକ ସିଂହାରୀ ହଡବଡେଇ ଗଲେ। ପ୍ରଶ୍ନଟା ଥିଲା ନିହାତି ମାମୁଲି। ସନିଆ କହିଥିଲା, ମୁଁ ଆଜ୍ଞା ବିଡି ଟାଣେ। ଅନେକ ଲୋକ ବି ବିଡି ଟାଣନ୍ତି। ଧରନ୍ତୁ ମୁଁ ହଳ କରୁଛି ବିଲରେ। ବିଡିଟା ଅଧାରୁ ଲିଭିଗଲା। ପୂରା ବିଡି ପାଇଁ ମୁଁ ପଇସା ଦେଇସାରିଛି। ଏଇ ଅବସ୍ଥାରେ ବିଲରେ ହଉ କି ଅଲଗା ସ୍ଥାନରେ ବିଡିଟାକୁ ମୁଁ କୋଉଠି ଥୋଇବି। ଏ ପ୍ରଶ୍ନର ଠିକ୍‌ ଜବାବ ଆଶାରେ ସେ ପାଞ୍ଚ ପାଞ୍ଚ ଜଣ ପୁରୁଖା ଗାୟକଙ୍କୁ ଚିତ୍‌ପଟାଙ୍ଗ କରିଦେଇଥିଲା। ଯେଉଁଦିନ ସେ ଏଇ ପ୍ରଶ୍ନ ଷଷ୍ଠ ଗାୟକ ଗାୟକମଞ୍ଜୁଳଙ୍କ ଆଗରେ ଉପସ୍ଥାପନ କଲା, ସେ ଦିନ ଗାୟକମଞ୍ଜୁଳ ତତକ୍ଷଣାତ୍‌ କହିଲେ, ଆରେ ମୂର୍ଖ ଯଦି ବିଡିଟା ଅଧାରୁ ଲିଭିଗଲା, ତେବେ ତୁ ପୂରା ବିଡି ପାଇଁ ପଇସା ଦେଇସାରିଛୁ। ଏଣୁ ଅଇଁଠା ବିଡିଟାକୁ କାନରେ ଖୋସିଦବୁ। ଏହି ଉତ୍ତରକୁ ପ୍ରବଳ ଜନସମର୍ଥନ ମିଳିଗଲା ଓ ସନିଆ ଖୁସ୍‌ ହେଲା। ଏଥର ପାଲା ସାର ଗାୟକ ଶାର୍ଦ୍ଦୁଳ କେଶରୀଙ୍କୁ ଦଣ୍ଡପ୍ରଣାମ କରି ସନିଆ ଠିଆହେଲା। ସନିଆ ଜଣେ ଛୋଟ ଚାଷୀ। ନାମମାତ୍ର ଚାଷୀ। ଦେହରେ ତା’ର ଖଣ୍ଡେ ଧୋତି ଆଉ ଶାର୍ଟ। କାନ୍ଧରେ ଖୋର୍ଦ୍ଧା ନାଲି ଗାମୁଛା। ଏଇଟା ତା’ର ପାଲା ଆଟେଣ୍ଡ କରିବା ଡ୍ରେସ। ଶାର୍ଦ୍ଦୁଳ କେଶରୀଙ୍କୁ କରପତ୍ର ଯୋଡି ପ୍ରଣାମ କରିବା ପରେ ସନିଆ କହିଲା ଆଜ୍ଞା ମୋର ଗୋଟେ ଛୋଟ ପ୍ରଶ୍ନ ଅଛି। ଉତ୍ତର କହିବେ।
ଆଜ୍ଞା! ଆପଣ ଶୋଲେ ଫିଲ୍ମ ଦେଖିଥିବେ।
ହଁ। ଆଜ୍ଞା ଭଲ କରି ଦେଖିଛନ୍ତି?
ମୁଁ ଶୋଲେ ସିନେମା ଦଶଥର ଦେଖିଛି।
ଆଚ୍ଛା, ଆଜ୍ଞା! ସେଇ ସିନେମାଟିର ଖଳନାୟକ କିଏ?
ଗବର ସିଂ।
ଗବର ସିଂ ରୋଲ କିଏ କରୁଥିଲେ।
ଅମ୍‌ଜାଦ ଖାଁ।
ତା’ ହେଲେ ଆପଣ ଫିଲ୍ମ ଦେଖିଛନ୍ତି। ଆଚ୍ଛା, ଗବର ସିଂ ଯେଉଁ ଖଇନି ହାତରେ ଦଳୁଥିଲେ, ଆପଣ ନିଶ୍ଚୟ ଦେଖିଥିବେ।
ହଁ।
ମୋର ଆଜ୍ଞା ଛୋଟିଆ ପ୍ରଶ୍ନ। ସେଇ ଖଇନି, ଯେଉଁଟା ଗବର ସିଂ ଖାଉଥିଲେ ସିନେମାରେ ସେଇଟା ପ୍ରକୃତରେ ରକେଟ ଖଇନି ନା ସ୍ବାଗତ ଖଇନି, ନା ଅନ୍ୟ କେଉଁ କମ୍ପାନୀର ଖଇନି। ପାଲା ଗାୟକ ତତ୍‌କ୍ଷଣାତ୍‌ କହିଲେ, ଅମଜାଦ ଖାଁ ବା ଗବର ସିଂ ଯେତେବେଳେ ଖଇନି ସିନେମା ସେଟରେ ଖାଉଥିଲେ, ମୁଁ ସେତେବେଳେ ତାଙ୍କ ପାଖରେ ଠିଆ ହୋଇଥିଲି।
ଆପଣ କେମିତି ତାଙ୍କ ପାଖରେ ଠିଆ ହେଇଥିଲେ?
ଏବେ ଯେମିତି ତୋ ପାଖରେ ଠିଆ ହୋଇଛି। ସେତେବେଳେ ସେମିତି ତାଙ୍କ ପାଖରେ ଠିଆ ହୋଇଥିଲି। ମୁଁ ସେଇ ରାମଗଡ଼ ଗାଁକୁ ପାଲା କରିବାକୁ ନିମନ୍ତ୍ରଣ ପାଇ ଯାଇଥିଲି। ଲୋକେ ମତେ ଫିଲ୍ମ ଶୁଟିଂ ହେଉଥିବାର କହିଲେ। ମୁଁ ଫିଲ୍ମ ଶୁଟିଂ ଦେଖିବାକୁ ଯାଇଥିଲି। ଗବର ସିଂ ମାନେ ଅମ୍‌ଜାଦ ଖାଁଙ୍କ ପାଖରେ ଲଗାଲଗି ହୋଇ ଠିଆ ହୋଇଥିଲି। ସିଏ ମତେ ପଚାରିଲେ, ଆପ୍‌ କହାଁସେ ଆୟେ ହେଁ।
ମୁଁ କହିଲି ମୁଁ ଜଗନ୍ନାଥ ଦେଶରୁ ଆସିଛି। ତା’ ପରେ ସିଏ ମତେ ନମସ୍କାର କଲେ। ମୋ ଗୋଡ଼ଧୂଳି ନେଇ ମୁଣ୍ଡରେ ମାରିଲେ। ମତେ କହିଲେ, ଆପଣ ଭାଗ୍ୟବାନ ଲୋକ। ଏଇ ସମୟରେ ତାଙ୍କ ସହିତ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ହେମାମାଳିନୀ ପ୍ରମୁଖ ଥିଲେ। ଠିକ୍‌ ଏତିକିବେଳକୁ ଡାଇରେକ୍ଟର ସିପ୍‌ପୀ ସାହେବ ମତେ ମଧ୍ୟ ମୁଣ୍ଡିଆ ମାରି କୋଳାଗ୍ରତ କଲେ। ରେଡ୍ଡି ଷ୍ଟାର୍ଟ ବୋଲି ନିର୍ଦ୍ଦେଶକ କହିଲେ। ହଠାତ୍‌ ଗବର ସିଂ ମାନେ ଅମ୍‌ଜାଦ କହିଲେ, ଆଜ୍ଞା ଖଇନି ପାଖରେ ନାହିଁ। ତା’ ପରେ ନିର୍ଦ୍ଦେଶକ ଗୋଟେ ସ୍ପଟ୍‌ ବୟ ସୁରେଶକୁ ଖଇନି ପକେଟ୍‌ ଆଣିବାକୁ ବାଇକ ଦେଇ ପଠେଇଲେ। ରାମଗଡ଼ ପାହାଡ଼ିଆ ଅପନ୍ତରା ଜାଗା। ବଜାର ଯିବାକୁ ୧୦-୨୦ କିଲୋମିଟର ଯିବାକୁ ହବ। ମୁଁ କହିଲି ମୋ ପାଖରେ ଖଇନି ଅଛି। ଆପଣମାନେ ଜାଣନ୍ତି ମୁଁ ଦକ୍ଷିଣୀ ଲୋକ। ଆମର ସିଆଡେ ନାସ ଚଳେ। ମୁଁ ନାସ ଖାଏ। ତେଣୁ ନାସ ପକେଟ୍‌ଟିକୁ ତାଙ୍କୁ ବଢ଼େଇଦେଲି। ନାସକୁ ହାତରେ ବାଡ଼େଇ ପାଟିରେ ପକେଇଲେ। ତା’ପରେ ତାଙ୍କର ଡାଏଲଗ କହିଲେ, ‘ଅରେ ଓ ଶାମ୍ବା… କିତ୍‌ନା ଇନାମ୍‌ ରଖିୟେ ସରକାର ନେ।’ ଗାୟକଙ୍କ ଉପସ୍ଥିତ ବୁଦ୍ଧି ପ୍ରଶଂସନୀୟ ଥିଲା। ହେଲେ ଆଜିକାଲି ସେ ପାଲା ଯୁଗ ଆଉ ନାହିଁ। କାଁଭାଁ କେଉଁଠି ପାଲା ହେଉଛି। ସେଥିରେ ଖାଲି କେତେଜଣ ବୟସ୍କ ଶ୍ରୋତାଙ୍କ ଛଡ଼ା ଯୁବ ଦର୍ଶକ ନ ଥାନ୍ତି। ଧୀରେ ଧୀରେ ସେତକ ବି ଲୋପ ପାଇଯିବାର ଆଶଙ୍କା ଉପୁଜିଲାଣି।
ମୋ-୭୭୫୦୦୮୩୮୭୯


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri