ଏଇ ଭାରତରେ

ସେନା ଓ ପୋଲିସ ବାହିନୀରେ କୁକୁରଙ୍କୁ ଏବେ ଅଧିକ ସଂଖ୍ୟାରେ ସାମିଲ କରାଯାଉଛି। ଏହାର କାରଣ ହେଉଛି ସେମାନେ ତୀବ୍ର ଆଘ୍ରାଣ ଶକ୍ତି ବିସ୍ଫୋରକ କିମ୍ବା ଶତ୍ରୁକୁ ସହଜରେ ସନ୍ଧାନ କରିପାରୁଛନ୍ତି। ଏଭଳି ଏକ କୁକୁର ହେଉଛି ତାରା। ତେଲଙ୍ଗାନା ଆଦିଲାବାଦ ଜିଲା ପୋଲିସରେ ସେ କାର୍ଯ୍ୟରତ ଥିଲା। ସେ ବିସ୍ଫୋରକ ସନ୍ଧାନ କରିବାରେ ପୂରା ଦକ୍ଷ ଥିଲା ଓ ଏହା ତାକୁ ନିଆର ପରିଚୟ ଦେଇଥିଲା। ପୋଲିସରେ ୧୧ ବର୍ଷ କାମ କରିବା ପରେ ଅବସର ନେଇଛି ତାରା। ଅବସରକାଳୀନ ଉତ୍ସବ ମଧ୍ୟ ନିଆରା ଢଙ୍ଗରେ ପାଳନ କରାଯାଇଛି। ପୋଲିସ ଅଧୀକ୍ଷକ ଗୌଶ ଆଲାମ୍‌ ତାକୁ ଫୁଲମାଳ ପିନ୍ଧାଇ ଶାଲ୍‌ ଦେଇଛନ୍ତି। ଏହି ସମୟରେ ଅନ୍ୟ ପୋଲିସ ତାରାର ଜୟଜୟକାର କରୁଥିଲେ। କେବଳ ଏତିକି ନୁହେଁ ଆୟୋଜିତ ଉତ୍ସବର କ୍ୟାପ୍‌ଶନରେ ତାରାର କ୍ୟାରିୟର ବିଷୟରେ ଲେଖାଯାଇଛି। ତାହାର ଜନ୍ମ ୨୨ ଜାନୁଆରୀ ୨୦୧୩ରେ। ପ୍ରଥମେ ମୋଇନବାଦର ଇଣ୍ଟିଗ୍ରେଟେଡ ଇଣ୍ଟେଲିଜେନ୍ସ ଟ୍ରେନିଂ ଏକାଡେମୀରେ ସେ ଯୋଗ ଦେଇଥିଲା। ପରେ ଆଦିଲାବାଦ ଫୋର୍ସରେ ଯୋଗ ଦେଇ କାମ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?