ଏଇ ଭାରତରେ

ମୋବାଇଲ ପୁରୁଣା ହୋଇଗଲେ ତାହାକୁ ଫିଙ୍ଗି ଦିଆଯାଉଛି। ଏହା ଇ-ଓ୍ବେଷ୍ଟ ପରିବେଶ ଲାଗି କ୍ଷତିକାରକ। କିନ୍ତୁ ପୁରୁଣା ମୋବାଇଲକୁ ରିସାଇକ୍ଲିଂ କରି ଦିଲ୍ଲୀର ଦୁଇ ସାଙ୍ଗ ଅଭିନୀତ ସିଂ ଓ ସକେତ ସୌରଭ ଚଳିତବର୍ଷ ୨୪୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛନ୍ତି। ସେମାନେ ‘ରି-ଫିଟ ଗ୍ଲୋବାଲ’ କମ୍ପାନୀ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେମାନେ ରିସାଇକ୍ଲିଂ କରି ଏବେ ସୁଦ୍ଧା ୧.୭୫ ମିଲିୟନରୁ ଊର୍ଦ୍ଧ୍ୱ ୟୁନିଟ୍‌ ବିକ୍ରି କରି ସାରିଲେଣି। ଉଭୟ ଅଭିଜିତ ଓ ସକେତ ଚାକିରି କରିଥିଲେ। ତାହାକୁ ଛାଡ଼ି ୨୦୧୭ରେ ସେମାନେ ରିଫିଟ ଗ୍ଲୋବାଲ କମ୍ପାନୀ କରି ଇ-ଓ୍ବେଷ୍ଟ ହ୍ରାସ କରିବାକୁ ପୁରୁଣା ମୋବାଇଲ ରିସାଇକ୍ଲିଂ ଆରମ୍ଭ କରିଥିଲେ। ସେମାନେ ଏବେ ସୁଦ୍ଧା ୫୫,୦୦୦ରୁ ୬୫,୦୦୦ ଫୋନ ପ୍ରତି ମାସରେ ରିସାଇକ୍ଲିଂ କରିପାରୁଛନ୍ତି। ପ୍ରଥମେ ଦୁଇସାଙ୍ଗ ପ୍ରତ୍ୟେକ ୧୫ ଲକ୍ଷ ଟଙ୍କା ଋଣ କରି ବିଜ୍‌ନେସ ଆରମ୍ଭ କରିଥିଲେ। ପ୍ରଥମେ ଏହି କମ୍ପାନୀ ସକେତ ଓ ଅଭିନୀତଙ୍କ ସମେତ ୭ ଜଣଙ୍କୁ ନେଇ ଆରମ୍ଭ କରାଯାଇଥିଲା। ସେମାନେ ରିସାଇକ୍ଲିଂ ପରେ ଫୋନଗୁଡ଼ିକୁ କାରରେ ନେଇ ରାସ୍ତାରେ ବିକ୍ରି କରିବା ଆରମ୍ଭ କରିଥିଲେ। ଦୁଇ ବର୍ଷ କଠିନ ପରିଶ୍ରମ କରିବା ପରେ ସଫଳତା ପାଇଥିଲେ। ସେମାନେ ଅଫ୍‌ଲାଇନ ଓ ଅନ୍‌ଲାଇନରେ ଏହି ଫୋନ୍‌ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri