ଏଇ ଭାରତରେ

ଝାଡ଼ଖଣ୍ଡର ଜଣେ ଆଇଏଏସ୍‌ ଅଫିସରଙ୍କ ଉଦ୍ୟମରେ ଖୁଣ୍ଟି ଜିଲାରେ ଓ୍ବାର୍ଟର ହାର୍ଭେଷ୍ଟିଂ ମଡେଲ ଦ୍ୱାରା ୮,୦୦୦ ଚାଷୀ ଉପକୃତ ହୋଇପାରିଛନ୍ତିି। ଏହି ଜିଲାରେ ପ୍ରବାହିତ ଛୋଟ ବଡ ୧୦ଟି ନଦୀ ପାଣିକୁ ଘେରି ବନ୍ଧ ମାଧ୍ୟମରେ ଅଟକାଇବାକୁ ସକ୍ଷମ ହୋଇଛନ୍ତି ସେଠାକାର ପୂର୍ବତନ ଡେପୁଟି କମିଶନର ସୁରଜ କୁମାର। ତାଙ୍କ ଟିମ୍‌ ସଓ୍ବୋ ଓ୍ବେଲଫେୟାର ସୋସାଇଟି ନାମକ ଏକ ଏନ୍‌ଜିଓ ସାହାଯ୍ୟରେ ୨୦୧୯ରେ ଘେରି ବନ୍ଧ ନିର୍ମାଣ କରିବା ଆରମ୍ଭ କରିଥିଲେ। ସେ ସିମେଣ୍ଟ ବସ୍ତାରେ ବାଲି ଓ କାଦୁଅ ଭର୍ତ୍ତି କରି ୨୫୦ଟି ଘେରି ବନ୍ଧ ନିର୍ମାଣ କରିସାରିଛନ୍ତି। ଗୋଟିଏ ଛୋଟ ଘେରି ବନ୍ଧରେ ୨୦ ଜଣ କୃଷକ ଓ ଗୋଟିଏ ବଡ଼ ଘେରି ବନ୍ଧରେ ୪୦ରୁ ୫୦ ଜଣ କୃଷକ ଉପକୃତ ହେଉଛନ୍ତି। ସେ ମଧ୍ୟ ଘେରି ବନ୍ଧରେ ସୋଲାର ପମ୍ପ୍‌ର ବ୍ୟବସ୍ଥା କରିଛନ୍ତି ଯାହାଦ୍ୱାରା ୨.୫କି.ମି .ଯାଏ ପାଣି ମଡ଼ାଯାଇପାରୁଛି। ଗୋଟିଏ ବନ୍ଧ ନିର୍ମାଣ କରିବାରେ ମାତ୍ର ୨,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଚଳିତ ବର୍ଷ ସୁଦ୍ଧା ଜିଲାର ଆଉ ୩୦ରୁ ୩୫ଟି ପଞ୍ଚାୟତରେ ଏଭଳି ବନ୍ଧ ନିର୍ମାଣ କରାଯିବାର ଯୋଜନା କରାଯାଇଛି। ତେବେ ସୁରଜଙ୍କ ବଦଳି ହେବା ପରେ ତାଙ୍କ କାର୍ଯ୍ୟକୁ ଏବକାର ଡେପୁଟି କମିଶନର ଶଶୀ ରଞ୍ଜନ ଆଗେଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri