ଏଇ ଭାରତରେ

ନିଜ ଘରକୁ ବୁଲା ପ୍ରାଣୀଙ୍କ ଆଶ୍ରୟସ୍ଥଳୀ କରିଦେଇଛନ୍ତି କେରଳର ପ୍ରଦୀପ ପାୟୁର। ୨୦ ବର୍ଷ ହେବ ସେ ୧୦୦୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣାଗ୍ରସ୍ତ ବୁଲା କୁକୁର ଓ ବିଲେଇଙ୍କୁ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକକୁ ସେମାନଙ୍କ ମାଲିିକଙ୍କୁ ଆବଶ୍ୟକ ପ୍ରମାଣ ରଖି ହସ୍ତାନ୍ତର କରିଛନ୍ତି। ଯେଉଁମାନେ ପୋଷ୍ୟ ଭାବେ ନେବା ଲାଗି ଚାହାନ୍ତି ସେମାନଙ୍କ ପରିଚୟପତ୍ରର ନକଲ ରଖୁଛନ୍ତି ପ୍ରଦୀପ। ସେମାନଙ୍କ ଫୋନ ନମ୍ବର ରଖି ପୋଷାଜନ୍ତୁଙ୍କ ଫଟୋ ନିୟମିତ ବ୍ୟବଧାନରେ ପଠାଇବା ଲାଗି ସର୍ତ୍ତ ରଖୁଛନ୍ତି ବୋଲି କୁହନ୍ତି ୩୫ ବର୍ଷୀୟ ପ୍ରଦୀପ। ଏବେ ତାଙ୍କ ଘରେ କୁକୁର ଓ ବିଲେଇ ମିଶି ରହୁଛନ୍ତି ୪୩ଟି। ସେ ତିନି ବଖରା ଘର ଏମାନଙ୍କ ପାଇଁ ଛାଡିଦେଇଛନ୍ତି। ଖାଦ୍ୟ ଓ ଚିକିତ୍ସା ବାବଦରେ ମାସକୁ ବ୍ୟୟ କରୁଛନ୍ତି ୨୦ ହଜାର ଟଙ୍କା। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ପରେ ଏମାନଙ୍କୁ ଉଦ୍ଧାର କରି ଘରକୁ ଆଣିବା ପାଇଁ ସେ ଏକ ସେକେଣ୍ଡହ୍ୟାଣ୍ଡ୍‌ କାର୍‌ କିଣି ସେଥିରେ ଯନ୍ତାଟିଏ ଲଗାଇଛନ୍ତି। ଘରକୁ ଆଣିବା ପରେ ଚିକିତ୍ସା କରୁଛନ୍ତି। ଏଥିପାଇଁ ତାଙ୍କର କେତେଜଣ ପ୍ରାଣୀ ଚିକିତ୍ସକ ବନ୍ଧୁ ସାହାଯ୍ୟ କରୁଛନ୍ତି। ସେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି। ଗୁରୁବାୟୁରର ଥ୍ରିସୁରରେ ରହନ୍ତି ପ୍ରଦୀପ। ୨୦୦୧ରେ ପ୍ରଦୀପଙ୍କ ପିତା ପ୍ରଥମେ ୧୫ଟି ବୁଲା କୁକୁରଙ୍କୁ ଆଶ୍ରୟ ଦେଇଥିଲେ। ୨୦୧୦ରେ ତାଙ୍କ ପିତାଙ୍କ ଦେହାନ୍ତ ପରେ ସେ ଏହି ସେବା କରିଆସୁଛନ୍ତି। ପ୍ରଦୀପ କୋଏମ୍ବାଟୁରରେ ଏକ ଓ୍ବାଶିଂପାଉଡ଼ର କମ୍ପାନୀରେ ସପ୍ଲାୟର ଭାବେ କାର୍ଯ୍ୟ କରନ୍ତି। ଭୋର୍‌ରୁ ଉଠି ସେ ପୋଷାଜନ୍ତୁମାନଙ୍କୁ ଚଲାଇବାକୁ ନିଅନ୍ତି ଓ ତାଙ୍କ ମା’ ସୁମାଲ୍ୟା ସେମାନଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri