ଏଇ ଭାରତରେ

ଜଣେ ମହିଳା ଚାଷୀ ୧୦ ହଜାର ମହିଳାଙ୍କୁ ସଶକ୍ତ କରିବା କିଛି କମ୍‌ କଥା ନୁହେଁ। ଏମିତି ଜଣେ ମହିଳା ହେଉଛନ୍ତି ବିହାରର ମୁଙ୍ଗେର ଜିଲା ତିତିବମ୍ବର ବ୍ଲକ୍‌ ଅନ୍ତର୍ଗତ ଧାଉରି ଗାଁର ବୀଣା ଦେବୀ । ସେ ମୁଙ୍ଗେର କୃଷି ବିଜ୍ଞାନ କେନ୍ଦ୍ରରୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ଲାଭ କରି ୨୦୧୩ରେ ପ୍ରଥମେ ଏହି ଚାଷ ଆରମ୍ଭ କରିଥିଲେ। ତାଙ୍କ ପରିବାରରେ କେବଳ ପୁରୁଷମାନେ ଚାଷ କରିବାର ପରମ୍ପରା ରହିଥିବାବେଳେ ବୀଣା ତାକୁ ଭାଙ୍ଗି ଛତୁ ଚାଷ କରିଥିଲେ। ପ୍ରଥମେ ଦୈନିକ ୧ କିଲୋ ଛତୁ ଉପତ୍ାଦନ କରୁଥିଲେ। ପରେ ଏହାକୁ ବଢାଇବାରେ ସକ୍ଷମ ହୋଇଥିଲେ। କେବଳ ଚାଷକରୁ ନ ଥିଲେ ବରଂ ଛତୁ ନେଇ ହାଟକୁ ବିକ୍ରି କରିବା ପାଇଁ ଯାଉଥିଲେ। ଏଭଳି କାର୍ଯ୍ୟ ଅଞ୍ଚଳର ସମସ୍ତ ମହିଳାଙ୍କ ପକ୍ଷରେ ସମ୍ଭବ ନ ଥିଲା । କିନ୍ତୁ ତାଙ୍କ ପ୍ରେରଣାରେ ଏବେ ସବୁ ମହିଳାମାନଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି କହନ୍ତି ୪୩ ବର୍ଷୀୟା ବୀଣା। ସେ ଏବେ ୫ଟି ବ୍ଲକ୍‌ର ପାଖାପାଖି ୧୦୫ଟି ଗାଁରେ ୧୦,୦୦୦ ମହିଳାଙ୍କୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଛନ୍ତି। ତାଙ୍କୁ ବିହାରର ‘ମସ୍‌ରୁମ ଲେଡି’ ବୋଲି କୁହାଯାଉଛି। ତାଙ୍କଠାରୁ ପ୍ରଶିକ୍ଷଣ ପାଇ ଏବେ ୧,୫୦୦ ମହିଳା ଛତୁ ସହ ଅନ୍ୟ ଚାଷ କରୁଛନ୍ତି। ଗୋମୂତ୍ର ଓ ଗୋବରରୁ ବୀଣା ଜୈବିକ ଖତ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ୭୦୦ ମହିଳାମାନଙ୍କୁ ମୋବାଇଲ ବ୍ୟବହାର ସମ୍ପର୍କରେ ବି ଶିକ୍ଷା ଦେଇ ଟାଟା ଟ୍ରଷ୍ଟ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାମାରୀ ସମୟରେ ଲକ୍‌ଡାଉନ ଅନେକଙ୍କୁ ନୂଆ ବାଟ ଦେଖାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଲାଲ୍‌ ବହାର। ସେ ତାଙ୍କ ସାଙ୍ଗମାନଙ୍କ ସହାୟତାରେ ଲାଇବ୍ରେରି ଖୋଲିଛନ୍ତି। ପ୍ରଥମେ...

ଜୀବନର ସାତରଙ୍ଗ

ରଞ୍ଜନ କୁମାର ଦାସ ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ...

ବୁର୍କିନା ଫାସୋ ଭାରତଠାରୁ ଆଗରେ

ଏ. ସୂର୍ଯ୍ୟ ପ୍ରକାଶ ପ୍ୟାରିସରେ ଥିବା ସୁନାମଧନ୍ୟ ଏନ୍‌ଜିଓ ‘ରିପୋଟର୍ସ ୱିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ତାହାର ସଦ୍ୟତମ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ ପ୍ରକାଶ କରିଛି। ଏହି...

ୟେ ସମୟ ଚାଲିଯିବ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଜଣେ ମନ୍ତ୍ରୀ ଥିଲେ। ଥିଲେ ବୋଇଲେ କେଇବର୍ଷ ପୂର୍ବରୁ ଥିଲେ, ଏବେ ଆଉ ନାହାନ୍ତି। କେଇଦିନ ତଳେ ତାଙ୍କୁ ଏକ...

ସବୁଜ ଉଦ୍‌ଜାନ: ଆଜିର ଆବଶ୍ୟକତା

ସୀତାଂଶୁ କୁମାର ସାମଲ ସମଗ୍ର ବିଶ୍ୱ ଏବଂ ଏହା ଅନ୍ତର୍ଗତ ସମସ୍ତ ପ୍ରାଣୀ, ଉଦ୍ଭିଦ, ଜଳ, ଖଣିଜ ପଦାର୍ଥ ଇତ୍ୟାଦି ବିଭିନ୍ନ ମୌଳିକ ଓ ଯୌଗିକର...

ଏଇ ଭାରତରେ

କର୍ପୋରେଟ ବିଶ୍ୱରେ ୧୬ ବର୍ଷ କଟାଇବା ପରେ ୨୦୧୬ରେ ଚାକିରି ଛାଡି କୃଷିକୁ ଆଦରି ନେଇଛନ୍ତି ମହାରାଷ୍ଟ୍ରର ଅନିଶ ଶାହା। ବର୍ଷକୁ ପାଖାପାଖି ୬୦ ଲକ୍ଷ...

ଏଇ ଭାରତରେ

ପ୍ଲାଷ୍ଟିକ ଓ ରବର ବର୍ଜ୍ୟରୁ ଜୋତା ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଅକ୍ଷୟ ଭାବେ । ପ୍ଲାଷ୍ଟିକ ଓ ରବର ବର୍ଜ୍ୟରୁ ସେ...

ଏଇ ଭାରତରେ

ନଡ଼ାପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାବେଳେ ଏହାର ସମାଧାନ ଲାଗି ଦୁଇଜଣଙ୍କ ପ୍ରଚେଷ୍ଟା ବେଶ୍‌ ପ୍ରଶଂସନୀୟ। ପୁଣେର ସୁହାସ ବକ୍ସି ଏବଂ ଅଶ୍ୱିନୀ ସାଭେ ବାୟୋମାସ...

Advertisement
Archives

Model This Week