ଏଇ ଭାରତରେ

ଝାଡ଼ଖଣ୍ଡର ଦୁର୍ଗମ ଗ୍ରାମାଞ୍ଚଳରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ପ୍ରାଥମିକ ସ୍କୁଲଗୁଡ଼ିକର ପରିବେଶ ତଥା ଶିକ୍ଷାରେ ଉନ୍ନତି ଆଣି ଆଇଏଏସ୍‌ ଅଧିକାରୀ ଆଦିତ୍ୟ ରଞ୍ଜନ ସଭିଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ପଶ୍ଚିମ ସିଂହଭୂମ ଜିଲା ଉନ୍ନୟନ ଅଧିକାରୀ ଭାବେ ନିଯୁକ୍ତି ପାଇବା ପରେ ସେ ଜିଲାରେ ଅଙ୍ଗନଓ୍ବାଡ଼ିର ଅବସ୍ଥା ଭଲ ନ ଥିବା ଲକ୍ଷ୍ୟ କରିଥିଲେ। ୨୦୧୮ରେ ସେ ନିଜ ଦରମାରୁ କିଛି ଖର୍ଚ୍ଚ କରି ଚାଇଁବାସା ଅଞ୍ଚଳରେ ଗୋଟିଏ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆଦର୍ଶ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ପରେ ପଶ୍ଚିମ ସିଂହଭୂମ ଜିଲାରେ ଏଭଳି ୬୫୦ କେନ୍ଦ୍ରର ଅବସ୍ଥା ସୁଧାରି ଦେଇଛନ୍ତି। ୨୦୧୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀଙ୍କର ପ୍ରଥମେ ଦେଓଘରରେ ନିଯୁକ୍ତି ହୋଇଥିଲା। ସେଠାରେ ସେ ସ୍ଥାନୀୟ ଶିଶୁମାନଙ୍କୁ ପଢାଇବା ଆରମ୍ଭ କରିଥିଲେ। କିନ୍ତୁ ପଶ୍ଚିମ ସିଂହଭୂମକୁ ତାଙ୍କ ବଦଳି ହେବା ପରେ ସେ ଜିଲାର ସବୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଏମିତି ଗଢିଛନ୍ତି ଯେ, ସେଠାରେ ସେବିକା ଓ ସହାୟିକାମାନେ କେନ୍ଦ୍ର ମଧ୍ୟରେ ପିଲାମାନଙ୍କୁ ଗାଧୋଇ ଦେଉଛନ୍ତି, ସେମାନଙ୍କୁ ଖୁଆଇ ଦେଉଛନ୍ତି। ସବୁ କେନ୍ଦ୍ରକୁ ଦୁଇ ହଳ ୟୁନିଫର୍ମ, ନେଲ୍‌ କଟର, ସାନିଟେଶନ କିଟ୍‌, ପାନିଆ, ଟିସ୍ୟୁପେପର ଆଦି ଯୋଗାଇ ଦିଆଯାଉଛି ବୋଲି କହନ୍ତି ରଞ୍ଜନ। ୨୦୨୦ ଶେଷ ସୁଦ୍ଧା ସେ ଜିଲାରେ ଆଦର୍ଶ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସଂଖ୍ୟା ୧ ହଜାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ମାସକୁ ଦୁଇଥର ସେ ସବୁ କେନ୍ଦ୍ରରେ ସମୀକ୍ଷା ପାଇଁ ବି ପହଞ୍ଚିଯାଉଛନ୍ତି। ଗ୍ରାମାଞ୍ଚଳରେ ହାଇସ୍କୁଲ ପିଲା ଓ ୧୦ମ ପାସ୍‌ ପରେ ଯେଉଁମାନେ ବିଜ୍ଞାନ ପଢୁଛନ୍ତି ସେମାନଙ୍କ ପାଇଁ ଭ୍ରାମ୍ୟମାଣ ବିଜ୍ଞାନାଗାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି ବିଜ୍ଞାନାଗରର ନାମ ଦେଇଛନ୍ତି ‘ଓ୍ବଣ୍ଡର ଅଫ୍‌ ହ୍ବିଲ’। ଏହାଦ୍ୱାରା ପ୍ରତିଦିନ ୧୨୯ଟି ହାଇସ୍କୁଲର ଛାତ୍ରୀଛାତ୍ର ଉପକୃତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri