ପରିବେଶ ପ୍ରହରୀ ଘରଚଟିଆ

ପୀତାମ୍ବର ରାଉତ
ବିଶିଷ୍ଟ ପରିବେଶବିତ୍‌ ମହମ୍ମଦ ଦିଲ୍‌ୱାର୍‌ଙ୍କ ଉଦ୍ୟମରେ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଘରଚଟିଆର ବୈଜ୍ଞାନିକ ନାମ ପାସୋରିଡ୍‌। ଉପତ୍ତ୍ତିସ୍ଥଳ ଭୂମଧ୍ୟସାଗରୀୟ ଅଞ୍ଚଳଠାରୁ ଆରମ୍ଭକରି ବିଟ୍ରେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲ୍‌ଜିୟମ୍‌, ଇଟାଲି, ନେଦରଲାଣ୍ଡ, ଫିନ୍‌ଲାଣ୍ଡରେ ଏମାନେ ବସବାସ କରୁଥିଲେ ହେଁ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ୨୦୦୪ ମସିହାରେ ବିଶ୍ୱ ଜୈବ ସଂରକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ଆଧାରରେ ବିଗତ ୪୦-୫୦ ବର୍ଷ ମଧ୍ୟରେ ଶତକଡା ୯୦ ଭାଗ ଘରଚଟିଆ ବିଲୁପ୍ତ ହୋଇଯାଇଛନ୍ତି। ବାକି ଶତକଡା ୧୦ ଭାଗ ଜୀବିତ ପକ୍ଷୀଙ୍କ ଯତ୍ନ ନେବା ଆମ ପାଇଁ ଅତି ଜରୁରୀ। ଦିଲ୍ଲୀ ରାଜ୍ୟ ସରକାର ୨୦୧୨ ମସିହାରେ ଘରଚଟିଆକୁ ଦିଲ୍ଲୀ ରାଜ୍ୟ ପକ୍ଷୀର ମାନ୍ୟତା ଦେଇଛନ୍ତି।
ଘରଚଟିଆ ଧୂସର ରଙ୍ଗର କ୍ଷୁଦ୍ର ପକ୍ଷୀଟିଏ। ଏମାନେ ପ୍ରାୟତଃ ଚାଳଘରେ ରୁହନ୍ତି। ଗଛ, ପାହାଡ଼ଖୋଲ, ପୋଲ, ନଦୀକୂଳ ଇତ୍ୟାଦି ଜାଗାରେ ମଧ୍ୟ ବସା ବାନ୍ଧନ୍ତି। ରହଣି ସ୍ଥାନରୁ ୧.୫ରୁ ୨ ମାଇଲ୍‌ ପର୍ଯ୍ୟନ୍ତ ଖାଦ୍ୟ ଅନ୍ବେଷଣରେ ଯାଆନ୍ତି। ଘରଚଟିଆ ପକ୍ଷୀର ଲମ୍ବ ୧୪ରୁ ୧୫ ସେ.ମି.। ଡେଣାର ଲମ୍ବ ୧୯-୨୮ ସେ.ମି.। ପୁରୁଷ ଘରଚଟିଆର ମଥା, ଗଳା ଧୂସର ବା ଈଷତ୍‌ କଳାରଙ୍ଗର। ଏମାନଙ୍କ କଳରବ କ୍ଷୁଦ୍ର ଏବଂ ଅବିଶ୍ରାନ୍ତ। ଅଣ୍ଡାରୁ ଛୁଆ ଫୁଟିବାକୁ ୧୦ରୁ ୧୨ଦିନ ଲାଗିଥାଏ।
ମାତ୍ର ଆଜିର ଅସନ୍ତୁଳିତ ପରିବେଶ, ଜଙ୍ଗଲ ପରିମାଣ ହ୍ରାସ, ପକ୍କାଘର, ରାସାୟନିକ ସାର ବ୍ୟବହାର, କୀଟନାଶକ, ପେଟ୍ରୋଲ, ଡିଜେଲ ଧୂଆଁ, ଗାଡ଼ିର ହର୍ନ ଏବଂ ମୋବାଇଲ୍‌ ଟାୱାରର ବିକିରଣ ପ୍ରଭାବରେ ଏମାନଙ୍କ ଅବସ୍ଥା ବିଲୋପ ଆଡ଼କୁ ଗତି କରୁଛି। ଇଣ୍ଡିଆନ୍‌ କ୍ରେନ୍ସ ଆଣ୍ଡ ୱେଟ୍‌ଲ୍ୟାଣ୍ଡସ୍‌ ୱାର୍କିଂ ଗ୍ରୁପ୍‌ର କେ.ଏସ୍‌. ଗୋପୀସୁନ୍ଦରଙ୍କ ମତରେ ଚାଷ ଜମିରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁ ଘରଚଟିଆଙ୍କ ଖାଦ୍ୟ ଉପଯୋଗୀ କୀଟ, ପୋକ ମରିଯାଉଛନ୍ତି। ତେଣୁ ଖାଦ୍ୟ ଅଭାବ ସେମାନଙ୍କ ମୃତ୍ୟୁର ମୁଖ୍ୟ କାରଣ।
ବିଶିଷ୍ଟ ହିନ୍ଦୀ ଲେଖିକା ମହାଦେବୀ ବର୍ମା ତାଙ୍କ ଗଳ୍ପ ‘ଗୋରେୟା’ରେ ଏକଦା ବର୍ଣ୍ଣନା କରିଥିଲେ, ଘରଚଟିଆ ପକ୍ଷୀମାନେ କିପରି ତାଙ୍କ ହାତରୁ ଖାଦ୍ୟ ନେଇ ତାଙ୍କ କାନ୍ଧରେ ବସି ପଡୁଛନ୍ତି। ଏହି କାହାଣୀକୁ ବାସ୍ତବ ରୂପ ଦେଇଛନ୍ତି ମୁମ୍ବାଇର ରାଧିକା ଚୋପ୍ରା ଏବଂ ଦିଲ୍ଲୀର ନିନ୍‌ଜିତ୍‌ ତନେଜା ତାଙ୍କର ୧୭ ମହଲା କୋଠାଘର ବାଲକୋନିରେ ଖାଦ୍ୟ ପକେଇ ଘରଚଟିଆଙ୍କ ସଂଖ୍ୟା ବଢ଼ାଇବାରେ ସମର୍ଥ ହୋଇଛନ୍ତି। ଘରଚଟିଆଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ହେବା ବାଞ୍ଛନୀୟ। ନ ହେଲେ ଶାଗୁଣା ଭଳି ଏମାନଙ୍କୁ ବାହାର ରାଜ୍ୟରୁ ଆଣି ଚିଡ଼ିଆଖାନାରେ ରଖିବାକୁ ହେବ। ୧୯୯୯ ମହାବାତ୍ୟାଠାରୁ ଶାଗୁଣା ଦେଖିବାକୁ ମିଳୁନାହାନ୍ତି।
ମଣିଷ ସମାଜ ପାଇଁ ଘରଚଟିଆ ଏକ ଅତ୍ୟନ୍ତ ଉପକାରୀ ପକ୍ଷୀ। ଶସ୍ୟକ୍ଷେତ୍ରରେ ଅପକାରୀ କୀଟ ଯଥା- ଉଇ, ଝିଣ୍ଟିକା, ଲେଡି ପୋକ ଆଦିକୁ ଖାଇଦିଅନ୍ତି। ତେଣୁ ଏହି କ୍ଷୁଦ୍ର ପକ୍ଷୀଟି କୃଷକର ବନ୍ଧୁ। ଏବେ ବି କଟକର ସିଡିଏ ଅଞ୍ଚଳ ଓ ମହାନଦୀ ପଠାରେ ବୁଦାଗଛରେ ବହୁ ସଂଖ୍ୟାରେ ଏ ପକ୍ଷୀ ଦୃଶ୍ୟମାନ ହେଉଛି। ସୂର୍ଯ୍ୟାସ୍ତ ପୂର୍ବରୁ ଘରଚଟିଆର ନୀଡ଼ବାହୁଡ଼ା ଦୃଶ୍ୟ ଅତ୍ୟନ୍ତ ମନୋରମ।
ତେବେ ପ୍ରଶ୍ନ ଉଠେ ରାଜ୍ୟ ସରକାରଙ୍କ ଯୋଜନା କ’ଣ କେବଳ ମଣିଷମାନଙ୍କ ପାଇଁ! ପଶୁପକ୍ଷୀ, ପରିବେଶର ଦାୟିତ୍ୱ ନେବ କିଏ? ବିନା ପଶୁପକ୍ଷୀ ଓ ବିନା ଜଙ୍ଗଲରେ ଆମେ ବଞ୍ଚିପାରିବା ନାହଁି। ତେଣୁ ସେମାନଙ୍କୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ। ବାସ ଓ ଖାଦ୍ୟ ଅଭାବରୁ ବାଘ, ହାତୀ ସହର ଆଡକୁ ମୁହଁାଉଛନ୍ତି। ସରକାର ଏକା ନୁହନ୍ତି, ଆମେ ସାଧାରଣ ମଣିଷ ଏବଂ ସ୍କୁଲ ପିଲା ମିଳିମିଶି ପ୍ରତିଦିନ ମୁଠିଏ ଚାଉଳ ଘର ଅଗଣା କିମ୍ବା ଛାତ ଉପରେ ଥୋଇବା। ପାଖରେ ପାଣି ପାତ୍ରଟିଏ ରଖିବା। ସରକାରୀ ନିର୍ଦ୍ଦେଶ ଏମିତି ହୁଅନ୍ତାନି- ସର୍ବଶିକ୍ଷାରେ ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ଚାଉଳରୁ ମାତ୍ର ୨ ମୁଠା ପ୍ରତିଦିନ ପିଲାଏ ଦେଲେ ପରିବେଶ ବିଜ୍ଞାନ ବୁଝିବା ସହଜ ହେବା ସହ ସେମାନଙ୍କୁ ନୈତିକ ଶିକ୍ଷା ମିଳିପାରିବ। ସୁଖର କଥା କଟକସ୍ଥିତ ସିଡିଏ କାର୍ଯ୍ୟାଳୟର ଜନୈକ ଅଧିକାରୀ ତଥା ପରିବେଶବିତ୍‌ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଅଫିସ୍‌ ଛାତରେ ପକ୍ଷୀମାନଙ୍କ ପାଇଁ ଗହମ, ଚାଉଳ, ସୋରିଷ ଏବଂ ପାଣିକୁଣ୍ଡର ବ୍ୟବସ୍ଥା ହୋଇଛି। ଏପରି କାର୍ଯ୍ୟ ଅନ୍ୟ ସରକାରୀ ତଥା ବେସରକାରୀ ଅଫିସରେ କରାଗଲେ ତାହା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ହେବ। ବ୍ୟାସସ୍ମୃତି (୩/୩୬) କହିଛି- ପଶୁପକ୍ଷୀମାନଙ୍କୁ କିଛି କିଛି ଖାଦ୍ୟ ନିତ୍ୟ ଦାନ କରିବା ଉଚିତ, ଏହାଦ୍ୱାରା ଆମର ରିଷ୍ଟ ଖଣ୍ଡନ ହେବା ସହିତ ଚଲାପଥ କୁସୁମିତ ହେବ। ଆମ ଲୋକପ୍ରିୟ ସରକାର ଘରଚଟିଆ ପକ୍ଷୀକୁ ରାଜ୍ୟ ପକ୍ଷୀର ମାନ୍ୟତା ପାଇଁ ବିଚାରକରି ସବୁ ସରକାରୀ ଓ ବେସରକାରୀ ଅଫିସ୍‌ ଛାତରେ ପାଣି ଓ ଖାଦ୍ୟର ବ୍ୟବସ୍ଥା କଲେ ପକ୍ଷୀ ବଂଶ ବୃଦ୍ଧିରେ ସହାୟକ ହେବ।
ଆବାହକ, ଓଡ଼ିଶା ବାୟାଚଢ଼େଇ ସୁରକ୍ଷା ଅଭିଯାନ, ନିଆଳି, କଟକ, ମୋ: ୯୯୩୭୬୬୨୧୮୭


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri