ଏଇ ଭାରତରେ

ଆଶ୍ରମ ଶବ୍ଦ ଶୁଣିବା କ୍ଷଣି ଏକ ଆଧ୍ୟାମତ୍ିକ ସ୍ଥାନ କଥା ମନେପଡିଯାଏ, ଯେଉଁଠି ଦିବ୍ୟ ପରିବେଶ,ଜଣେ ଗୁରୁ ,ତାଙ୍କ ଅନୁଗାମୀଙ୍କ ଛବି ସାମ୍‌ନାକୁ ଆସିଥାଏ। କିନ୍ତୁ ମହୀଶୂରରେ ଏମିତି ଏକ ଆଶ୍ରମ ରହିଛି ଯେଉଁଠି ଆଧ୍ୟାମତ୍ିକ ଶିକ୍ଷା ନୁହେଁ, ବରଂ ପିଲାମାନଙ୍କୁ ବିନା ଦେୟରେ ବିଜ୍ଞାନ ଶିକ୍ଷା ଦିଆଯାଉଛି। ଏହି ଆଶ୍ରମର ନାମ ‘ବିଜ୍ଞାନ ଆଶ୍ରମ’। ଧ୍ରୁବ ଭି. ରାଓ ଓ ରୋହନ ଅଭିଜିତ ନାମକ ଦୁଇଜଣ ଯୁବକ ଚାକିରି ଛାଡି ଆଶ୍ରମରେ ପିଲାମାନଙ୍କୁ ୬ ମାସିଆ ଶିକ୍ଷା ଦେଉଛନ୍ତି। ଏହି ସମୟ ମଧ୍ୟରେ ପିଲାମାନେ ୨୦ରୁ ୨୫ଟି ସେସନରେ ଘଣ୍ଟାଏ ଲେଖାଏ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଉଛନ୍ତି। ୪ର୍ଥ କିମ୍ବା ତଦୂର୍ଦ୍ଧ୍ୱ ଶ୍ରେଣୀର ପିଲାମାନେ ଏହି ଆଶ୍ରମର ଛାତ୍ର। ୨୦୧୩ରେ ସେମାନେ ଇଞ୍ଜିନିୟରିଂ ଶିକ୍ଷା ଶେଷ କରିବା ପରେ କର୍ପୋରେଟ କ୍ଷେତ୍ରରେ ଚାକିରି କରିଥିଲେ। ପରେ ଚାକିରି ଛାଡି ୨୦୧୪ରେ ଧ୍ରୁବ ଓ ରୋହନ ବିଜ୍ଞାନ ଆଶ୍ରମ ପ୍ରତିଷ୍ଠା କରିଥିଲେ। ପିଲାମାନେ ଆଶ୍ରମର ଷ୍ଟୋର୍‌ରୁ ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ଆଣି ବିଜ୍ଞାନଭିତ୍ତିକ ପ୍ରୋଜେକ୍ଟକୁ ପୂର୍ଣ୍ଣାଙ୍ଗ କରୁଛନ୍ତି। ଏଠାରୁ ଶିକ୍ଷା ଲାଭ କରି ସେମାନେ ବିଭିନ୍ନ ଉପତ୍ାଦ ତିଆରି କରିବାରେ ସକ୍ଷମ ହେଉଛନ୍ତି। ବିଭିନ୍ନ କମ୍ପାନୀ ପକ୍ଷରୁ ଆର୍ଥିକ ସହଯୋଗ ପାଇ ଧ୍ରୁବ ଓ ରୋହନ ଏବେ ଏହି ଆଶ୍ରମର ଶାଖା ବେଙ୍ଗାଲୁରୁ, ମାଙ୍ଗାଲୋର, କୁର୍ଗ, ପୁଣେ, ମୁମ୍ବାଇ ଓ ହାଇଦ୍ରାବାଦରେ ଖୋଲି ଅଧିକ ପ୍ରଶିକ୍ଷକଙ୍କ ସହଯୋଗରେ ପାଖାପାଖି ୫ ହଜାର ପିଲାଙ୍କୁ ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?