ଏଇ ଭାରତରେ

ଗୁଜରାଟର ଜଣେ ପ୍ରଧାନଶିକ୍ଷକ ଜୈବିକ କୃଷି ମାଧ୍ୟମରେ ପିଲାଙ୍କ ଉପସ୍ଥାନ ଶତ ପ୍ରତିଶତରେ ପହଞ୍ଚାଇବାରେ ସଫଳ ହେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହି ପ୍ରଧାନଶିକ୍ଷକ ହେଉଛନ୍ତି ନରେନ୍ଦ୍ର ଚୌହାନ। ୨୦୧୧ରେ ସେ ବଡୋଦରାର ଭାୟାଦପୁର ପ୍ରାଇମେରୀ ସ୍କୁଲ୍‌ରେ ଯୋଗଦେଇଥିତ୍ଲେ। ସେତେବେଳେ ପିଲାମାନେ ସ୍କୁଲ୍‌କୁ ଆସୁ ନ ଥିଲେ କି ମଧ୍ୟାହ୍ନଭୋଜନ ଖାଇବାରେ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଦାରିଦ୍ର୍ୟ ଯୋଗୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ ପଠାଉ ନ ଥିଲେ। ଏଣୁ ୨୦୧୩ରେ ସେ ନିଜସ୍ବ ଉଦ୍ୟମରେ ସ୍କୁଲ୍‌ରେ ଦୁଇଟି କିଚେନ ଗାର୍ଡନ କରି ପରିବା ଚାଷ ଆରମ୍ଭ କରିଥିଲେ। ସେଥିରୁ ଉପତ୍ାଦିତ ପରିବା ମଧ୍ୟାହ୍ନଭୋଜନରେ ପିଲାମାନଙ୍କୁ ଦେଇଥିଲେ। ଧୀରେ ଧୀରେ ପିଲାମାନେ ସ୍କୁଲ ଆସିବା ଆରମ୍ଭ କରିଥିଲେ। ଏବେ ଦୈନିକ ସବୁ ପିଲା ସ୍କୁଲକୁ ଆସୁଛନ୍ତି। ପ୍ରଧାନଶିକ୍ଷକଙ୍କୁ ଚାଷ କରିବା ଦେଖି ପିଲାମାନେ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ଏହା ମଧ୍ୟରେ ୧୭ ବର୍ଷ ବିତିଯାଇଛି, ହେଲେ ଏହି ପ୍ରଧାନ ଶିକ୍ଷକ ଜଣକ ତାଙ୍କ ଲକ୍ଷ୍ୟରୁ ଓହରିନାହାନ୍ତି। ଏବେ ସ୍କୁଲ୍‌ ବଗିଚାରେ ସେ ପିଲାମାନଙ୍କ ସହଯୋଗରେ ସବୁପ୍ରକାର ପରିବା ଓ ଶାଗ ଚାଷ କରୁଛନ୍ତି। ଚାଷରେ ଜୈବିକ ଖତ ଓ କୀଟନାଶକ ବ୍ୟବହାର କରୁଛନ୍ତି। ଏଯାବତ୍‌ ଚୌହାନ ସ୍କୁଲ୍‌ ବଗିଚାରୁ ୮ ହଜାର କେଜି ପରିବା ଉପତ୍ାଦନ କରିସାରିଛନ୍ତି। ମଧ୍ୟାହ୍ନଭୋଜନରେ ଆବଶ୍ୟକତା ପୂରଣ ପରେ ବଳକା ପରିବା ପିଲାମାନଙ୍କୁ ଦେଉଛନ୍ତି। ଏହାଦ୍ୱାରା ସେମାନଙ୍କ ପରିବାର ଉପକୃତ ହେବା ସହ ସ୍ବାସ୍ଥ୍ୟକର ଖାଦ୍ୟ ଖାଇପାରୁଛନ୍ତି। ଅଭିଭାବକମାନେ ନିୟମିତ ପିଲାଙ୍କୁ ସ୍କୁଲ ପଠାଉଛନ୍ତି ଓ ପିଲାମାନେ ପଢିବା ସହ ଜୈବିକ କୃଷି ସମ୍ପର୍କରେ ଶିକ୍ଷା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ରାଣୀ

– ଜିତେନ୍ଦ୍ର କୁମାର ନାୟକ   ପରିଣତ ବୟସରେ ଅବତୀର୍ଣ୍ଣ ହୋଇଥିବା ଜଣେ ବ୍ୟକ୍ତି କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ପାଇପାରନ୍ତି। ସେଥିପାଇଁ ବୟସକୁ କେବଳ...

କରୋନା ପରବର୍ତ୍ତୀ ବିଶ୍ୱ ଅର୍ଥନୀତିର ସ୍ବରୂପ

ଡ. ଚିତ୍ତରଞ୍ଜନ ମିଶ୍ର   କୋଭିଡ୍‌-୧୯ ବୈଶ୍ୱିକ ମହାମାରୀକୁ ନେଇ ଯେତେବେଳେ ସମଗ୍ର ବିଶ୍ୱ ଅତ୍ୟନ୍ତ ଭୀତତ୍ରସ୍ତ ହୋଇଉଠିଛି ସେତେବେଳେ ଆଲୋଚନା ଓ ପ୍ରତିଆଲୋଚନା ମୁଣ୍ଡ...

ପାହାଡ଼ ମଣିଷ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପୁଣ୍ୟ ଅର୍ଜନ କରି ପାରଲୌକିକ ସୁଖ ଲାଭ କରିବା ପାଇଁ ମନ୍ଦିର, ମସ୍‌ଜିଦ,...

ଏଇ ଭାରତରେ

ଭାତଥାଳିକୁ ଗୋଡ଼ରେ ଠେଲି ପୁରୁଷଙ୍କୁ ଖାଇବାକୁ ଦିଅନ୍ତି ମହିଳା। ପରମ୍ପରା ନାଁରେ ଏବେ ବି ଅନେକ ଅନ୍ଧବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତରପ୍ରଦେଶର ତରାଇ ଅଞ୍ଚଳରେ ଥିବା...

କେତେ ଜରୁରୀ ଭିଆଇପି ସୁରକ୍ଷା

ଶରତ ଚନ୍ଦ୍ର ମିଶ୍ର ଖଲିସ୍ଥାନ ଆନ୍ଦୋଳନ, ମାଓବାଦ, ଆତଙ୍କବାଦ ଓ ଦେଶରେ ହିଂସାର ବାତାବରଣ ହେତୁ, ନେତାମାନଙ୍କର ସୁରକ୍ଷା ବର୍ତ୍ତମାନ ଦେଶର ଏକ ବଡ଼ ଦାୟିତ୍ୱ।...

ସୂଚନା ମୁଖ୍ୟ

ଭାରତରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ସୂଚନା ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଇଆସୁଛି। ବିଧିବଦ୍ଧ ଭାବେ...

ଚୁପ୍‌, ବିକାଶ ଚାଲିଛି

ପୁଷ୍ପାରାଣୀ ମିଶ୍ର   ସମ୍ପ୍ରତି ସାରା ଦେଶରେ ବିକାଶର ହାଓ୍ବା ବହୁଛି। ଏହି ବିକାଶକୁ ପ୍ରଚାର ପ୍ରସାର କରାଇ ନେତାମାନେ ଭୋଟ୍‌ ଭିକ୍ଷା କଲାବେଳେ ପ୍ରକାରାନ୍ତରେ...

ରୁଷିଆର ପରମାଣୁ ଆକ୍ରମଣ ସାମର୍ଥ୍ୟ

ଗତ ଫେବୃୟାରୀ ୨୪ଠାରୁ ରୁଷିଆ ୟୁକ୍ରେନ୍‌ ବିପକ୍ଷରେ ସାମରିକ ଅଭିଯାନ ଆରମ୍ଭ କରିଛି। ରୁଷିଆର କ୍ରମାଗତ କ୍ଷେପଣାସ୍ତ୍ର ଓ ବୋମା ମାଡ଼ରେ ୟୁକ୍ରେନ୍‌ର ବିଭିନ୍ନ ସହର...

Advertisement
Archives

Model This Week