ଏଇ ଭାରତରେ

ମୁମ୍ବାଇର ସବିତା ରାଓ ନାମ୍ନୀ ଜଣେ ମହିଳା ପଲିଥିନ୍‌ମୁକ୍ତ ତଥା ସ୍ବଚ୍ଛ ପରିବେଶ ଲାଗି ଅଣ୍ଟା ଭିଡ଼ିଛନ୍ତି। ୨୦୧୩ରେ ‘କ୍ଲିନ୍‌ ପ୍ଲାନେଟ୍‌’ବ୍ରାଣ୍ଡ୍‌ ଆରମ୍ଭ କରି ପରିବେଶ ଉପଯୋଗୀ ବହୁ ଟେକ୍ସଟାଇଲ ପ୍ରଡକ୍ଟ ପ୍ରସ୍ତୁତ କରୁଛନ୍ତି। ମୁଖ୍ୟତଃ ପରିବା ଓ ତେଜରାତି ଜିନିଷ ଆଣିବା ଲାଗି ସେ କପଡ଼ା ବ୍ୟାଗ୍‌ ତିଆରି କରୁଛନ୍ତି। ଲୋକମାନଙ୍କଠାରୁ ପୁରୁଣା ଶାଢି, ବେଡ୍‌ଶିଟ ଏବଂ ପୁରୁଣା ପୋଷାକ ସଂଗ୍ରହ କରି ସେ ବ୍ୟାଗ୍‌ ତିଆରି ହେଉଛି। ବ୍ୟାଗ୍‌ ବ୍ୟତୀତ ତାଙ୍କ ଉପତ୍ାଦ ମଧ୍ୟରେ ରହିଛି କପଡାର ଗିଫ୍ଟବ୍ୟାଗ, ପର୍ସ ଓ ବିଭିନ୍ନ ପ୍ରକାର ଝୁଲା। ଏହି କାର୍ଯ୍ୟରେ ସେ ମହିଳାମାନଙ୍କୁ ବି ଜୀବିକା ଯୋଗାଇ ଦେଇଛନ୍ତି। ଯେଉଁମାନେ ପୁରୁଣା ପୋଷାକ ଦାନ କରୁଛନ୍ତି ସବିତା ସେମାନଙ୍କୁ ଏହା ବଦଳରେ ଗୋଟିଏ ବ୍ୟାଗ୍‌ ମଧ୍ୟ ଦେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ସେ ୬ରୁ ୭ ହଜାର ବ୍ୟାଗ୍‌ ତିଆରି କରିପାରିଛନ୍ତି ବୋଲି କହନ୍ତି ସବିତା। ଏଥିପାଇଁ ସେ ତାଙ୍କ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ତିନୋଟି ଗ୍ରୁପ୍‌ରେ ଭାଗ କରିଛନ୍ତି। କପଡା କାଟିବାଠାରୁ ଆରମ୍ଭ କରି ସିଲାଇ ତଥା ବ୍ୟାଗ୍‌ ଉପରେ ବିଭିନ୍ନ ପ୍ୟାଚ୍‌ଓ୍ବାର୍କ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏମାନେ କରିଥାନ୍ତି। ଇ-କମର୍ସ ଜରିଆରେ ଏହା ମଧ୍ୟ ଉପଲବ୍ଧ ହୋଇଥାଏ। ଏମିତିକି ଭାରତ ସମେତ ଆମେରିକା, ୟୁରୋପ ଓ ଜାପାନରେ ‘କ୍ଲିନ୍‌ ପ୍ଲାନେଟ୍‌’ର ଚାହିଦା ବଢୁଛି ବୋଲି କହିଛନ୍ତି ସବିତା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକୃଷ୍ଣ କ’ଣ ଏମିତି କହିଥିବେ

ଆମେ କଥା କଥାକେ ସ୍ତ୍ରୀମାନଙ୍କୁ ମାତୃଜାତୀୟା ବୋଲି କହୁ ସିନା, କିନ୍ତୁ ସ୍ତ୍ରୀମାନଙ୍କୁ ଗୋଟିଏ ଜାତି ବା ବର୍ଣ୍ଣ ହିସାବରେ ଦେଖୁନା, କାରଣ ସବୁ ବର୍ଣ୍ଣରେ...

ଭାଷାର ସୀମାନ୍ତ ନାହିଁ

ଲୋକନାଥ ପଣ୍ଡା ସା ରା ବିଶ୍ୱରେ ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଆସୁଛି। ଏହାର ମୂଳ ଉଦ୍ଦେଶ୍ୟ ବିଶ୍ୱରେ ଭାଷା...

ଗୋଟିଏ ପିଲା ପାଇଁ

ବିରୋଧୀ ଦଳଙ୍କ କହିବା ଅନୁଯାୟୀ ଓଡ଼ିଶାରେ ୧୪,୫୦୦ ସ୍କୁଲ (ସରକାରୀ ତଥ୍ୟ କହୁଛି ୭,୭୭୨) ବନ୍ଦ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଉଛନ୍ତି। ଏହି ପ୍ରସଙ୍ଗକୁ...

ପାଖେଇ ଆସୁଛି ପ୍ରଳୟ

ଅଭୟ ସୂତାର ଏବେ ବିଶ୍ୱ ପରିବେଶରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପରିବେଶ ପ୍ରଦୂଷଣ ଯୋଗୁ ପୃଥିବୀ ପୃଷ୍ଠରୁ ଅନେକ ଜାତିର ପ୍ରାଣୀ ଓ ଉଦ୍ଭିଦ...

ଆମ ସ୍ଥିତି କେଉଁଠି

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ଦିଲ୍ଲୀରେ ଓଡ଼ିଶାର ପର୍ବ ତିନିଦିନ ଧରି (ମାର୍ଚ୍ଚ ୨୪-୨୬ ପର୍ଯ୍ୟନ୍ତ) ମହା ଆଡ଼ମ୍ବରରେ ପାଳିତ ହୋଇଛି। ଓଡ଼ିଶାର କଳା,...

ଜନପ୍ରିୟ ଯୋଜନା ନୁହେଁ, ଟିକସ ଛାଡ଼

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଦେଶର କେତେଜଣ ବରିଷ୍ଠ ଆଇଏଏସ୍‌ ଅଫିସର ମାଗଣା ବଣ୍ଟନ ଯୋଜନାକୁ ନେଇ ଚିନ୍ତା...

ଏଇ ଭାରତରେ

ବହୁ ସମୟରେ ଏକ ନିଷ୍ପତ୍ତି ଜଣଙ୍କ ଜୀବନର ମୋଡ଼ ବଦଳାଇଦିଏ, ଯାହା ଘଟିଛି ହରିୟାଣାର କୃଷକ କମ୍ବଲ ସିଂ ଚୌହାନ୍‌ଙ୍କ କ୍ଷେତ୍ରରେ। ଚୌହାନ୍‌ ୧୬ ବର୍ଷ...

ଏଇ ଭାରତରେ

ଅରୁଣାଚଳପ୍ରଦେଶର ଆଇଏଏସ୍‌ ଅଧିକାରୀ ଦେବାଂଶ ଯାଦବ ପ୍ରଶାସନିକ କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ଗରିବ ଛାତ୍ରଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି। ଛାଙ୍ଗଲାଙ୍ଗର...

Advertisement
Archives

Model This Week