ଏଇ ଭାରତରେ

ନିଜ ପଢ଼ା ଭିତରୁ ସମୟ ବାହାର କରି ଅବହେଳିତ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ଉତ୍ତରପ୍ରଦେଶର ବାଦୁନ ଜିଲାରେ ଜନ୍ମିତ ସତ୍ୟେନ୍ଦ୍ର ପାଲ। ସେ ଦିଲ୍ଲୀର ଏକ ଫ୍ଲାଏଓଭର ତଳେ ଅନୌପଚାରିକ ଭାବେ ସ୍କୁଲଟିଏ ଖୋଲି ପ୍ରତିଦିନ ବସ୍ତି ପିଲାଙ୍କୁ ୬ ବର୍ଷ ହେବ ମାଗଣାରେ ପଢାଉଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୦ ପିଲା ଏଠାରେ ପଢୁଛନ୍ତି। ଛୋଟ ପିଲାମାନଙ୍କୁ ଝାଟିମାଟି ଘରେ ଓ ଉଚ୍ଚ ଶ୍ରେଣୀର ପିଲାଙ୍କୁ ଖୋଲା ଜାଗାରେ ପଢାଉଛନ୍ତି ସତ୍ୟେନ୍ଦ୍ର। ୨୦୧୨ରେ ସତ୍ୟେନ୍ଦ୍ର ଦ୍ୱାଦଶ ପାସ୍‌ କରିବା ପରେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଆଉ ନ ପଢି ଚାଷ କରିଥିତ୍ଲେ। କିନ୍ତୁ ୨୦୧୫ରେ ଉତ୍ତରପ୍ରଦେଶରୁ ଦିଲ୍ଲୀ ଆସିବା ପରେ ସେ ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ଏହି ସ୍କୁଲ୍‌ ଆରମ୍ଭ କରିଥିଲେ। ସ୍କୁଲ ପାଇଁ ତାଙ୍କ ପାଖରେ ଜାଗା କି ଟଙ୍କା ନ ଥିଲା। ପ୍ରଥମେ ସେ ଗଛମୂଳେ ସପ୍ତମ ଶ୍ରେଣୀର ୫ ଜଣ ପିଲାଙ୍କୁ ପଢ଼ାଇବା ଅରମ୍ଭ କରିଥିଲେ। ପରେ ଲୋକମାନେ ଦାନ କରିବାରୁ ଛୋଟ ଘରଟିଏ କରିଛନ୍ତି। ତାଙ୍କୁ ଏବେ ବୟସ ୨୫ ଓ ସେ ବିଏସ୍‌ସି (ଗଣିତ ସମ୍ମାନ) ପଢୁଛନ୍ତି। ନିଜେ ବସ୍ତିରେ ବି ରହୁଛନ୍ତି। ବସ୍ତି ବାସିନ୍ଦାମାନେ କାମକୁ ଚାଲିଯିବା ପରେ ସେମାନଙ୍କ ପିଲାମାନଙ୍କୁ ୨ କି.ମି. ଦୂର ସରକାରୀ ସ୍କୁଲ୍‌କୁ ଯିବାକୁ ସେମାନେ ଅନୁମତି ଦେଉ ନ ଥିଲେ। ଏହାକୁ ଲକ୍ଷ୍ୟ କରି ସତ୍ୟେନ୍ଦ୍ର ସେମାନଙ୍କୁ ପଢ଼ାଇବା ଆରମ୍ଭ କରିଥିତ୍ଲେ ଓ ଏ ଯାବତ୍‌ ତାହା ଚାଲୁ ରଖିଛନ୍ତି। ତାଙ୍କର ଏହି କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ ପିଲାଙ୍କୁ ପଢ଼ାଇବାରେ ଆଉ ୫ ଜଣ ତାଙ୍କୁ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri