ଏଇ ଭାରତରେ

ଭୟରେ ଥାନା ଦୁଆରମୁହଁ ମାଡୁ ନ ଥିବା ଆଦିବାସୀଙ୍କ ବିଶ୍ୱାସଭାଜନ ହୋଇପାରିିଛି ରାଜସ୍ଥାନ ପୋଲିସ। ଉଦୟପୁର ରେଞ୍ଜର ମହାନିରୀକ୍ଷକ ବିନୀତା ଠାକୁର୍‌ ଓ ଡୁଙ୍ଗରପୁର ଜିଲା ପୋଲିସ ଅଧୀକ୍ଷକ ଜୟ ଯାଦବ ସପ୍ତାହରେ ଗୋଟିଏ ଦିନ ଆଦିବାସୀ ଗାଁକୁ ଯାଇ ସେଠାରେ ପିଲାମାନଙ୍କୁ ପଢାଉଛନ୍ତି। ପୋଲିସ ଅଧିକାରୀମାନେ ଛୋଟ ପିଲାମାନଙ୍କୁ ପ୍ରାରମ୍ଭିକ ସ୍ତରର ଶିକ୍ଷା ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ବିଭିନ୍ନ ବିଷୟ ପଢାଇବା ସହ ସେମାନଙ୍କୁ ସରକାରୀ ଚାକିରି ସମ୍ପର୍କରେ ଅବଗତ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଆଦିବାସୀଙ୍କ ଉନ୍ନତି ପାଇଁ କରାଯାଇଥିବା ଯୋଜନା ବିଷୟରେ ଏମାନେ ସଚେତନ କରୁଛନ୍ତି। ସମୟ ସମୟରେ ପୋଲିସ ଅଧିକାରୀମାନେ ପିଲାମାନଙ୍କୁ ବାହାରକୁ ବୁଲାଇବା ଲାଗି ମଧ୍ୟ ନେଉଛନ୍ତି ଓ ପିଲାମାନେ ଏମାନଙ୍କୁ ‘ପୋଲିସ ଗୁରୁ’ ବା ‘ପୋଲିସ ଚାଚା’ ବୋଲି ସମ୍ବୋଧନ କରୁଛନ୍ତି। ଉକ୍ତ ଅଧିକାରୀମାନେ ପିଲାମାନଙ୍କ ସହ ମଧ୍ୟାହ୍ନଭୋଜନ କରୁଛନ୍ତି। ଏମିତି କି ଜୟ ଯାଦବ ଗୋଟିଏ ଦିନ ରାତିରେ ଆଦିବାସୀଙ୍କ ସାଥିରେ ରହୁଛନ୍ତି। ଏହି ସମୟରେ ସେ ଆଦିବାସୀ ସଂସ୍କୃତି ସମ୍ପର୍କରେ ଜାଣିବା ସହ ସେମାନଙ୍କୁ ଅନ୍ଧବିଶ୍ୱାସ ଯୋଗୁ ହେଉଥିବା କ୍ଷତି ସମ୍ପର୍କରେ ଅବଗତ କରୁଛନ୍ତି। ସେହିପରି ବାଂଶବାଡା ପୋଲିସ ଅଧୀକ୍ଷକ କେଶର ଶେଖାଓ୍ବତ ତାଙ୍କ ଅଞ୍ଚଳରେ ସରକାରୀ ସ୍କୁଲକୁ ଯାଇ ପିଲାମାନଙ୍କୁ ଗଣିତ ପଢାଉଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ଥାନା ଅଧିକାରୀମାନଙ୍କ ଦ୍ୱାରା ଗରିବ ପିଲାମାନଙ୍କୁ ବହି, ଖାତା ଓ ୟୁନିଫର୍ମ ମଧ୍ୟ ଯୋଗାଇଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ନିୟନ୍ତ୍ରକ

ରାଜ୍ୟ ବିଧାନସଭା, ପାର୍ଲାମେଣ୍ଟ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିବା ସକାଶେ ସମ୍ବିଧାନର ୩୨୪ ଧାରାରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କ୍ଷମତା ଦିଆଯାଇଛି।...

ଚାଷୀ ସମସ୍ୟା ଓ ସରକାରଙ୍କ ଆନ୍ତରିକତା

କୃଷ୍ଣଚନ୍ଦ୍ର ସୁଆଁସିଆ ଭାରତବର୍ଷ ହେଉଛି ସମଗ୍ର ଭୂଖଣ୍ତରେ ଏକ କୃଷିପ୍ରଧାନ ଦେଶ। ଦେଶର ଜନସଂଖ୍ୟାର ପ୍ରାୟ ୬୦ ଭାଗ ଜନତା କୃଷି ଉପରେ ନିର୍ଭର କରି...

ଆଜିର ଅର୍ଥନୀତି/ନିରୁତ୍ସାହଜନକ

ଏୟାରଟେଲ, ଇଣ୍ଡିଆ ପୋଷ୍ଟ, ଫିନୋ, ଜିଓ, ଏନ୍‌ଏସ୍‌ଡିଏଲ୍‌ ଓ ପେଟିଏମ୍‌ ପରି ପେମେଣ୍ଟସ୍‌ ବ୍ୟାଙ୍କଗୁଡ଼ିକର କ୍ଷତି ବଢ଼ିବଢ଼ି ଚାଳିଛି। ୨୦୧୮ରେ ଏମାନେ ମୋଟ ୫୧୫.୬ କୋଟି...

ଉପଯୋଜନ

ଦ୍ୱିତୀ ଚନ୍ଦ୍ର ସାହୁ   ଷାଠିଏ ସତୁରି ଦଶକର ସାମାଜିକ ସ୍ଥିତି। ସମାଜରେ ସାହୁକାରଙ୍କ କାରସାଦି ପ୍ରବଳ। ସାହୁକାର ଯାହା ଚାହିଁବେ ତାହା କରି ପାରୁଥିଲେ।...

ମାନସିକତାରେ ପରିବର୍ତ୍ତନ ଲୋଡ଼ା

ଡା. ସତ୍ୟକାମ ମହାପାତ୍ର କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେବାର କିଛି ମାସ ପରେ ଯେତେବେଳେ ପରିସ୍ଥିତି ଅନେକ ମାତ୍ରାରେ ଭଲ ହୋଇ ଆସୁଥିଲା,...

ବିଶ୍ୱାସର ସଙ୍କଟ

ଡ. ଚିନ୍ତାମଣି ପଣ୍ଡା   ଲୋକ ଚରିତ୍ରରେ ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ନ ରହିଲେ ସମାଜର ସ୍ଥିତି କଳ୍ପନା କରିହୁଏନା। ମାନବ ଏକ...

ବୈଦିକ ଦର୍ଶନ ଏକ ବିଶ୍ଳେଷଣ

ଡା. ଗୋପାଳ ଚନ୍ଦ୍ର ଦାଶ ଦର୍ଶନ ଶବ୍ଦର ଅର୍ଥ ହେଲା ଯାହା ଦ୍ୱାରା ଦେଖାଯାଏ। ‘ଦୃଶ୍ୟତେ ଅନେନ ଇତି ଦର୍ଶନମ’- ଯେଉଁ ଜ୍ଞାନ ଦ୍ୱାରା ସତ୍‌-ଅସତ୍‌...

ଏକ ନୀରବ ବିପ୍ଳବ

ସୁଧିରାଜ ରାଉତ ଆମ ଗାଁ ସ୍କୁଲ୍‌କୁ ଦୂର ଗ୍ରାମଗୁଡ଼ିକରୁ ପିଲାମାନେ ପଢ଼ିବାକୁ ଆସୁଥିଲେ। ସେମାନଙ୍କ ଗ୍ରାମରେ ସ୍କୁଲ୍‌, ଭଲ ସ୍କୁଲ୍‌ ଥିବା ସତ୍ତ୍ୱେ ଅଭିିଭାବକମାନେ ଆମ...

Advertisement
Archives

Model This Week