ଏଇ ଭାରତରେ

କର୍ନାଟକର ଏକ ମଦ୍ରାସାରେ ଅନୁଷ୍ଠିତ ହିନ୍ଦୁ ଓ ମୁସଲମାନଙ୍କ ସାମୂହିକ ବିବାହ ସାମ୍ପ୍ରଦାୟିକ ସଦ୍‌ଭାବ ବାର୍ତ୍ତା ଦେଇଛି। ଏହି ବିବାହରେ ୭୫ଟି ମୁସଲମାନ ଯୋଡି ଓ ୨୫ ଯୋଡି ହିନ୍ଦୁ ବିବାହ କରିଛନ୍ତି। ବେଲଗାଭି ଜିଲା ମୁଖ୍ୟାଳୟଠାରୁ ୫୦ କିଲୋମିଟର ଦୂର ବେଲିହଙ୍ଗଲସ୍ଥିତ ମଦ୍ରାସା ଅଲ୍‌ ଅରବିୟା ଅନଓ୍ବରୁଲ ଉଲୁମାରେ ଏହି ସାମୂହିକ ବାହାଘର ଜାମିଆ ଫୈଜାନ-ଉଲ୍‌-କୁରାନ ଓ ଇଶା ଫାଉଣ୍ଡେଶନର ମିଳିତ ଉଦ୍ୟମରେ ଆୟୋଜିିତ ହୋଇଛି। ବାହାଘରରେ ଉଭୟ ପଣ୍ଡିତ ଓ ମୌଲବୀ ଉପସ୍ଥିତ ରହିଥିଲେ। ଗୋଟିଏ ପକ୍ଷରେ ବିବାହର ଦୁଆ ପଢାଯାଉଥିବାବେଳେ ଅନ୍ୟ ପକ୍ଷରେ ବେଦମନ୍ତ୍ର ଉଚ୍ଚାରଣ ହେଉଥିଲା। ସେମାନେ ନବବିବାହିତ ହିନ୍ଦୁଯୋଡିଙ୍କୁ ଗୀତା ଓ ମୁସଲମାନ ଯୋଡିଙ୍କୁ କୋରାନ ପାଠ କରାଇଥିଲେ। ହିନ୍ଦୁ ବିବାହିତ ଯୋଡି ଓ ମୁସଲମାନ ଯୋଡି ପ୍ରତ୍ୟେକଙ୍କୁ ଯଥାକ୍ରମେ ଗୀତା ଓ କୋରାନ ପ୍ରଦାନ କରାଯାଇଥିଲା। ବିବାହ ଉତ୍ସବରେ ହିନ୍ଦୁ ଯୋଡିଙ୍କୁ ଆୟୋଜକମାନେ ମଙ୍ଗଳସୂତ୍ର ମଧ୍ୟ ଦେଇଥିଲେ। ଏହି ଅବସରରେ ୪ ହଜାରରୁ ଊର୍ଦ୍ଧ୍ୱ ଅତିଥି ଯୋଗ ଦେଇଥିଲେ। ବାହାଘର ପରେ ଆୟୋଜକ ଜାମିଆ ଫୈଜାନ-ଉଲ୍‌-କୁରାନ ତରଫରୁ ପ୍ରତ୍ୟେକ ଯୋଡିଙ୍କୁ ଉପହାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟସ୍ତ ମଣିଷ

ମଣିଷ ସବୁବେଳେ ବ୍ୟସ୍ତ। ପଚାରିଲେ କହେ ଫୁର୍‌ସତ୍‌ ନାହିଁ। ଫୁର୍‌ସତ୍‌ର ଆକ୍ଷରିକ ଅର୍ଥ ନିୟମିତ କାମରୁ ସାମୟିକ ଅବସର। ଫୁର୍‌ସତ୍‌କୁ ଫୁର୍ତ୍ତିଲା ଭାବରେ ମଧ୍ୟ ଦେଖାଯାଏ।...

ସରକାରଙ୍କ ଦାୟିତ୍ୱ

କୃଷକମାନଙ୍କ ହିତରେ କୁହାଯାଉଥିବା ଏନ୍‌ଡିଏ ସରକାରଙ୍କ ୩ କୃଷି ଆଇନକୁ ନେଇ ଏବେ ଦେଶରେ ବିରାଟ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି। କୃଷିରେ ଆଗୁଆ ରାଜ୍ୟ...

ବଡ଼ବଡ଼ିଆଙ୍କ ଉତ୍ପାତ

ଡ. କୁଳାଙ୍ଗାର ଶୀର୍ଷକଟିକୁ ପଢ଼ି ଅନେକେ ଆମ ଉପରେ ବିରକ୍ତି ପ୍ରକାଶ କରି ସାରିବେଣି! କାରଣ ଆମେ ଅଧିକାଂଶ ନିଜକୁ ବଡ଼ଲୋକ ଭାବୁ। କିଏ ଭାବେ...

ନବପ୍ରଯୁକ୍ତିର ପ୍ରବର୍ତ୍ତକ

ସୋନମ ଓ୍ବାଙ୍ଗ୍‌ଚୁକ୍‌ ଚର୍ଚ୍ଚିତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ର ଏକ ପ୍ରମୁଖ ଚରିତ୍ର ଫୁନ୍‌ସୁଖ୍‌ ଓ୍ବାଙ୍ଗଡୁ। ଅମିର ଖାନ୍‌ ଏହି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ...

ଜଙ୍ଗଲ ସଂରକ୍ଷଣ ଏକମାତ୍ର ବାଟ

ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡି ସିଲ୍‌ଭା ଜାନୁୟାରୀ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆମାଜନରେ ଅବୈଧ ଜଙ୍ଗଲ ଧ୍ୱଂସ ଶେଷ କରିବା...

ଗୀତଗୋବିନ୍ଦ ଓ ଜୟଦେବ

ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରାଚୀନ କାଳରେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ଯେଉଁ ଉକତ୍ର୍ଷ ସାଧିତ ହୋଇଥିଲା, ତା’ର ମୂଳରେ...

ଏଇ ଭାରତରେ

ପ୍ଲାଷ୍ଟିକ ସାମଗ୍ରୀ ପରିବେଶ ପ୍ରଦୂଷଣ କରୁଥିବା ବେଳେ ଏହାର ବିକଳ୍ପ ଜିନିଷ ଆଖୁ ବର୍ଜ୍ୟରୁ ପ୍ରସ୍ତୁତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ବେଦ...

ସ୍ଥାନୀୟ ଲୋକଙ୍କୁ ସାମିଲ କର

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି। ଭୟଙ୍କର ବନାଗ୍ନି ଗତ ସପ୍ତାହେ ଧରି ଖବରର ଶୀର୍ଷକ ହେଇ ଆସିଛି...

Advertisement
Archives

Model This Week