ଏଇ ଭାରତରେ

ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଫଳତା ମିଳିଥାଏ। ଏମିତି ଏକ ସଫଳତା ପାଇଛନ୍ତି ବିହାରର ମହିଳାମାନେ। ସେମାନେ ନିଜସ୍ବ ଉଦ୍ୟମରେ ଖୋଲିଛନ୍ତି ‘ଅପନା ବ୍ୟାଙ୍କ’। ମୁଜାଫରପୁର ଜିଲା ସୁରାହରି ବ୍ଲକ୍‌ ଖଦି ଭଣ୍ଡାର ନିକଟରେ ୨୦୧୭ରୁ ଏହି ବ୍ୟାଙ୍କ ସଫଳତାର ସହ ଚାଲୁଛି। ଏହା ମାଧ୍ୟମରେ ସେମାନେ ଜୀବିକା ଉପାର୍ଜନର ବାଟ ପାଇପାରିଛନ୍ତି। ସେମାନେ ଋଣ ନେଇ କୃଷି ଓ ଦୋକାନରେ ଲଗାଇଛନ୍ତି। ବ୍ୟାଙ୍କର କର୍ମଚାରୀ ଓ ସଦସ୍ୟ ସମସ୍ତେ ମହିଳା। ବ୍ୟାଙ୍କରେ ଅଧ୍ୟକ୍ଷ, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ବ୍ୟତୀତ ଆଉ ୫ ଜଣ ମହିଳା କର୍ମଚାରୀ ରହିଛନ୍ତି। ଏହି ବ୍ୟାଙ୍କରେ ୨୫ ଲକ୍ଷ ଟଙ୍କା ଜମା ରହିଛି। ଏଥିରୁ ଋଣ ନେବା ପାଇଁ ଆବେଦନ କରିବାକୁ ହୁଏ। ପରେ ବ୍ୟାଙ୍କର ଅଧ୍ୟକ୍ଷ, ସମ୍ପାଦକ ଓ କୋଷାଧ୍ୟକ୍ଷ ସ୍ବୀକୃତି ଦେବା ପରେ ସମ୍ପୃକ୍ତ ମହିଳାଙ୍କୁ ଋଣ ଦିଆଯାଏ ଓ ତାଙ୍କ ବ୍ୟାଙ୍କ ଖାତାରେ ଲେଖାଯାଏ। ଋଣ ନେଇଥିବା ମହିଳାଙ୍କୁ ଏକ ବର୍ଷରେ ମୂଳ ସହ ସୁଧ ଦେବାକୁ ପଡେ। ପାଖାପାଖି ୧୧୦୦ ମହିଳା ପ୍ରତିମାସରେ ଏହି ବ୍ୟାଙ୍କରେ ଟଙ୍କା ଜମା କରୁଛନ୍ତି। ଟଙ୍କା ଦେଣନେଣ ଆଲ୍ଲାହାବାଦ ବ୍ୟାଙ୍କ୍‌ ମାଧ୍ୟମରେ ହେଉଛି। ଅପନା ବ୍ୟାଙ୍କରୁ ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଏ। ମାସକୁ ୧୦୦ ଟଙ୍କାରେ ୨ ଟଙ୍କା ସୁଧ ଦେବାକୁ ପଡେ। ଏବେ ୨୦୦ ମହିଳାଙ୍କୁ ଋଣ ପ୍ରଦାନ କରାଯାଇଛି। ଏମାନଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଜଣେ ମହିଳାଙ୍କୁ ମାସିକ ୮ ହଜାର ଟଙ୍କାରେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri