ଏଇ ଭାରତରେ

କୃଷିଋଣ ଯନ୍ତାରେ ପଡ଼ି ସର୍ବସ୍ବ ହରାଇବା ପରେ ପୁଣି ନିଜସ୍ବ ଉଦ୍ୟମରେ ସବୁକିଛି ଫେରି ପାଇ କୃଷିରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଗୁଜରାଟର ଜଣେ ଚାଷୀ। ସେ କୃଷିରେ କୌଣସି ଶିକ୍ଷା ଲାଭ କରିନାହାନ୍ତି ସତ, କିନ୍ତୁ ଅନ୍ୟମାନଙ୍କୁ କୃଷିି ସମ୍ପର୍କିତ ପ୍ରଶିକ୍ଷଣ ଦେଉଛନ୍ତି। ରାଜକୋଟ ଜିଲାର ଗୋଣ୍ଡଲ ଗାଁ ନିବାସୀ ରମେଶଭାଇ ରୂପରେଲିଆଙ୍କୁ ଗୋପାଳନର ଚଳନ୍ତି ପାଠଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ସୋସିଆଲ ମିଡିଆରେ ଗୋପାଳନ ଓ ଜୈବିକ କୃଷି ସମ୍ବନ୍ଧରେ କୃଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପରିବାରରେ ବାପାଅଜା ଅମଳରୁ ରହିଥିବା ଗୋପାଳନ ବୃତ୍ତିକୁୁ ବଞ୍ଚାଇ ରଖି ଏବେ ସେ ୧୦ ଏକର ଜମିରେ ଜୈବିକ ଉପାୟରେ ବିଭିନ୍ନ ଶସ୍ୟ ଓ ମସଲା ଉପତ୍ାଦନ କରୁଛନ୍ତି। କିନ୍ତୁ ସେ ଉପତ୍ାଦିତ ଶସ୍ୟ, ଦୁଗ୍ଧ, ଘିଅ ଆଦି ମଣ୍ଡିକୁ ବିକ୍ରି କରିବାକୁ ଯାଉନାହାନ୍ତି। ସବୁ କିଛି ବିକ୍ରି କରୁଛନ୍ତି ଅନଲାଇନରେ। ବହୁ ସମୟରେ ବ୍ୟବସାୟୀମାନେ ତାଙ୍କ ଘରକୁ ଆସି ତାହା ନେଇଯାଉଛନ୍ତି। ରମେଶଭାଇଙ୍କୁ ଏବେ ବୟସ ୪୩। ତାଙ୍କୁ ଜୈବିକ କୃଷିର ଗୁରୁ ମଧ୍ୟ କୁହାଯାଉଛି। କୃଷିରେ ଉନ୍ନତି ଆଣିବା ପାଇଁ ତାଙ୍କର ଏଭଳି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି ତାଙ୍କ ସହ କଥା ବି ହୋଇଛନ୍ତି। ରମେଶଭାଇ କୁହନ୍ତି, କୃଷିଋଣ କରି ତାଙ୍କ ପିତା ଜିମିବାଡ଼ି, ଗହଣା ଓ ଘର ସବୁ କିଛି ବିକି ଦେଇଥିଲେ କିନ୍ତୁ ଗୋସେବା ଛାଡ଼ି ନ ଥିଲେ। ସେ ଓ ତାଙ୍କ ପିତା ଗାଁ ଲୋକଙ୍କ ଗାଈ ଚରାଇ ଜୀବନ ସଂଗ୍ରାମରେ ଜିତିବାକୁ କ୍ଷମ ହୋଇଥିଲେ। ପୁଣି ଜମି କିଣି ଚାଷ କରିଥିଲେ। ଏବେ ଗୋପାଳନ ଓ ଜୈବିକ କୃଷିରେ ପ୍ରତିଷ୍ଠା ମିଳିପାରିଛି। ଦେଶବିଦେଶରେ କୃଷି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବି ତାଙ୍କଠାରୁ ପ୍ରଶିକ୍ଷଣ ନେବାକୁ ଆସୁଛନ୍ତି। ରମେଶଭାଇ ତାଙ୍କ ଗାଁରେ ଜୀବିକା ସମ୍ପର୍କିତ ଶିକ୍ଷା ପ୍ରଦାନ କରିବା ଲାଗି ୧୫୦୦ ବିଦ୍ୟାର୍ଥୀ ବିଶିଷ୍ଟ ଏକ ସ୍କୁଲ୍‌ ଖୋଲିବାକୁ ଯୋଜନା କରିଛନ୍ତି। ସେ ଏଠାରେ ଗୋପାଳନ, ଜୈବିକ କୃଷି ବ୍ୟତୀତ ସଂସ୍କୃତ, ବୈଦିକ ଗଣିତ, ବୈଦିକ ଜୀବନ, ଖାଦ୍ୟ ଓ ଆୟୁର୍ବେଦ ଆଦି ବିଷୟରେ ଶିକ୍ଷା ଦେବାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri