ଏଇ ଭାରତରେ

ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବାର ବହୁ ପୂର୍ବରୁ ଗ୍ରାମୀଣ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅଭିଯାନ ଚଳାଇଛନ୍ତି ତାମିଲନାଡୁର ମରାଚି ସୁବୁରାମନ। ତାମିଲନାଡୁ ସମେତ ଦେଶର ୨୬ଟି ରାଜ୍ୟରେ ସେ ୧ ଲକ୍ଷରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରିସାରିଛନ୍ତି। ବିଜ୍ଞାନରେ ସ୍ନାତକ ତଥା ବିଏଡ୍‌ ପାସ୍‌ ସୁବୁରାମନଙ୍କୁ ଏବେ ବୟସ ୭୦। ୧୯୮୬ରେ ସେ ସୋସାଇଟି ଫର୍‌ କମ୍ୟୁନିଟି ଅର୍ଗାନାଇଜେଶନ ଆଣ୍ଡ୍‌ ପିପୁଲ୍ସ ଏଜୁକେଶନ(ଏସ୍‌ସିଓପିଇ) ପ୍ରତିଷ୍ଠା କରି ତା’ ମାଧ୍ୟମରେ ପାଇଖାନା ନିର୍ମାଣ କରୁଛନ୍ତି। ଏହାର ନାମ ରଖିଛନ୍ତି ଇକୋସାନ୍‌ । ଏଥିରେ ପାଣିର ଆବଶ୍ୟକତା ବହୁତ କମ୍‌ ପଡୁଛି। ପ୍ରଥମେ ତାମିଲନାଡ଼ୁର କାଳୀପାଲାୟମ ଗାଁରେ ୨୦୦୦ରେ ଏଭଳି ପାଇଖାନା ନିର୍ମାଣ କରିଥିଲେ। ପରେ ୨୦୦୫ରେ କମ୍ୟୁନିଟି ଟଏଲେଟ ସିଷ୍ଟମ ଆରମ୍ଭ କରିଥିଲେ। ଏହି ସିଷ୍ଟମରେ ମହିଳା ଓ ପୁରୁଷଙ୍କ ଲାଗି ପ୍ରତ୍ୟେକ ୭ଟି ଲେଖାଏ ଓ ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ଲାଗି ଅଲଗା ପାଇଖାନା ନିର୍ମାଣ କରାଯାଉଛି। ଏବେ ସୁଦ୍ଧା ସୁବୁରାମନ ଏସ୍‌ସିଓପିଇ ମାଧ୍ୟମରେ କେବଳ ତିରୁଚିରାପଲ୍ଲୀ ଜିଲାରେ ୨୦ ହଜାରରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରିସାରିଲେଣି। ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଆସାମରେ ସେ ବେଶି ପାଇଖାନା ନିର୍ମାଣ କରିବାକୁ ଯାଜନା କରିଛନ୍ତି। ସେ ବିଭିନ୍ନ ବେସରକାରୀ ସଂସ୍ଥା ସହଯୋଗରେ ଗ୍ରାମୀଣ ବିକାଶ ଯୋଜନା ମାଧ୍ୟମରେ ଏହି ଅଭିଯାନ ଜାରି ରଖିଛନ୍ତି। ୬ମାସରୁ ବର୍ଷେ ମଧ୍ୟରେ ପ୍ରତ୍ୟେକ ପାଇଖାନାରୁ ୪୦୦କେଜି ଓ କମ୍ୟୁନିଟି ପାଇଖାନାରୁ ୧,୭୭୭ କେଜି ଯାହା ଖତ ବାହାରୁଛି ତାହାକୁ କୃଷକମାନଙ୍କୁ ମାଗଣାରେ ଯୋଗାଇଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କର୍ନାଟକର ଦିବ୍ୟା ସେଟ୍ଟୀ ଓ ବିଷ୍ଣୁ ବର୍ଦ୍ଧନଙ୍କ ପରବେଶ ଚିନ୍ତା ବେଶ୍‌ ପ୍ରେରଣାଦାୟକ। ପ୍ରତି ମାସରେ ଏହି ଦମ୍ପତି ଅନେକ ଟନ୍‌ ବର୍ଜ୍ୟ ରିସାଇକ୍ଲିଂ କରୁଛନ୍ତି।...

ଦାଗୀ ବାବୁଙ୍କୁ ଅଙ୍କୁଶ

ଦୁର୍ନୀତିଗ୍ରସ୍ତ ସମସ୍ତ ସେବା ଅଧିକାରୀଙ୍କୁ ସରକାରକୁ ନ ଫେରାଇବା ଲାଗି କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତିି। ଯଦି ଆଇଏଏସ୍‌, ଆଇପିଏସ୍‌ ଏବଂ...

ଭିନ୍ନ ଏକ କରୋନା ଯୋଦ୍ଧା

ପ୍ର. ରମେଶ ଚନ୍ଦ୍ର ପରିଡ଼ା କୋଭିଡ୍‌-୧୯ ମହାମାରୀ ଏବେ ବି ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଅଦ୍ୟାବଧି ଏହାର ପ୍ରତିଷେଧକ ଟିକା କିମ୍ବା...

ମଦରୁ ମୁକ୍ତି କେବେ

ସୁଧିରାଜ ରାଉତ ଏକ ଘରୋଇ ସ୍କୁଲର ସାଂସ୍କୃତିକ ଉତ୍ସବକୁ ଅତିଥି ହୋଇ ଯାଇଥାଏ। କାର୍ଯ୍ୟକ୍ରମ ଆରମ୍ଭ ହୋଇ ନ ଥାଏ। ଦୁଇଟି ଶିଶୁ ଖୁବ୍‌ ଦୁଷ୍ଟାମି...

କାରୁଣ୍ୟରେ ବୟୋଜ୍ୟେଷ୍ଠ

ଡ. ଅଜୟ କୁମାର ନନ୍ଦ ଜୀବନ ଯାତ୍ରାର ଅନ୍ତିମ ତଥା ଶେଷ ପର୍ଯ୍ୟାୟରେ ଯେ କେହି ଉପନୀତ ହେଲେ, ଆମେ ସେମାନଙ୍କୁ ବୟୋଜ୍ୟେଷ୍ଠ, ବୟବୃଦ୍ଧ,ବୟସ୍କ ଆଦି...

ଶାକାହାର ବନାମ ମାଂସାହାର

ମାନେକା ଗାନ୍ଧୀ ବ୍ରିଟେନ୍‌ର ବୃହତ୍ତମ ବେକରି ଗ୍ରେଗ୍‌ସ ବଜାରକୁ ଏକ ଭିଗନ୍‌(ଶୁଦ୍ଧ ଶାକାହାର) ସସେଜ୍‌ ରୋଲ୍‌ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...

ଏଇ ଭାରତରେ

ବହୁ ସମୟରେ ଆମ ଦେଶର ଚାଷୀମାନେ ଚାଷର ନୂୂଆ କୌଶଳ ଖୋଜି ସଫଳ ହେବା ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଇ ଯେମିତି ସଫଳତା ହାସଲ କରିଛନ୍ତି...

ତାଙ୍କ ଘର ହାଲ୍‌ଚାଲ୍‌

ତୁଷାରକାନ୍ତ ପ୍ରଥମେ ଗପଟିଏ : ଜଣେ ମେଷପାଳକ ନିଜର ମଇଳା ଶରୀରଧାରୀ ମେଷ ବା ମେଣ୍ଢାଟିକୁ ବିକିବାପାଇଁ ତାକୁ ସାବୁନ ଇତ୍ୟାଦି ଲଗେଇ ଧୋଇଲା ବେଳେ...

Advertisement
Archives

Model This Week