ଏଇ ଭାରତରେ

ଭାରତୀୟ ସଂସ୍କୃତିରେ ଘରେ ପ୍ରଥମ ରୁଟି ଗାଈଙ୍କ ପାଇଁ କରାଯାଏ ଓ ଏହା ଶୁଭ ବୋଲି ମାନ୍ୟତା ରହିଛି। କିନ୍ତୁ ଏହି ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଥିବାବେଳେ ତାହାକୁ ବଞ୍ଚାଇ ରଖିତ୍ବାକୁ ପ୍ରୟାସ କରୁଛନ୍ତି ଗ୍ବାଲିୟର୍‌ର କେତେଜଣ ଯୁବକ। ସେମାନେ ଦୈନିକ ସନ୍ଧ୍ୟାରେ ସହରର କଲୋନୀଗୁଡିକରେ ବ୍ୟାଗ ଧରି ପହଞ୍ଚିଯାଆନ୍ତି ଓ ଗାଈଙ୍କ ପାଇଁ ରୁଟି ସଂଗ୍ରହ କରିଥାନ୍ତି। ଏଥିପାଇଁ ଯୁବକମାନେ ‘ରାମରୁଟି’ ଟିମ୍‌ ଗଠନ କରିଛନ୍ତି। ସେମାନେ କଲୋନୀରେ ରାମରୁଟି ରାମରୁଟି ବୋଲି ଉଚ୍ଚସ୍ବରରେ ଡାକନ୍ତି। ତାଙ୍କ ଡାକ ଶୁଣି ଲୋକେ ଘରୁ ରୁଟି ଧରି ବାହାରି ଆସନ୍ତି। ସବୁ ଘରୁ ଏମାନଙ୍କୁ ଦୁଇଟି ଲେଖାଏ ରୁଟି ମିଳିଥାଏ। ଏମିତି ସେମାନେ ଦୈନିକ ୬୦ କେଜି ଅଟାର ରୁଟି ସଂଗ୍ରହ କରୁଛନ୍ତି। ଏହାପରେ ଏହାକୁ ନେଇ ଗୋଶାଳାରେ ପହଞ୍ଚାଇ ଦେଉଛନ୍ତି। ଏହି ଅଭିଯାନ ଆରମ୍ଭରେ ଯୁବକମାନେ ରାମରୁଟି ଡାକିଲେ ବି କେହି ସେମାନଙ୍କୁ ରୁଟି ଦେଉ ନ ଥିଲେ। କିନ୍ତୁ ସେମାନଙ୍କ ମହତ୍‌ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ ହେବା ପରେ ଏବେ ସେମାନେ ଗ୍ବାଲିୟର ସହରର ପିଏଚ୍‌ଆଇ କଲୋନୀ, ଗଣେଶ କଲୋନୀ, ଇନ୍ଦିରା କଲୋନୀ, ପ୍ରସାଦ ନଗର, ଖଡ୍‌ଗେଶ୍ୱର ମନ୍ଦିର ଅଞ୍ଚଳର ୨୫୦ରୁ ଊର୍ଦ୍ଧ୍ୱ ଘରୁ ରୁଟି ସଂଗ୍ରହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୂତାଣୁ କ’ଣ ଚାଇନାରେ ତିଆରି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍‌-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ...

ଏଇ ଭାରତରେ

ସଂଘବଦ୍ଧ ସକାରାମତ୍କ ବିଚାର ଆଗରେ ସବୁକିଛି ସମ୍ଭବ। ଆଉ ଏହାକୁ ପ୍ରମାଣ ମଧ୍ୟ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଆଦିବାସୀମାନେ। ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ପିଲାମାନଙ୍କୁ...

ମୁଁ ପିଆଜ କହୁଛି

ଡ. କୁଳାଙ୍ଗାର ମୁଁ ପିଆଜ! ମୋତେ ଆପଣ ତ ଚିହ୍ନିଥିବେ!! କିନ୍ତୁ ଆପଣ ଏ କଥା ଜାଣି ନ ଥିବେ କି ମୁଁ ହେଉଛି ବିକାଶର...

ଏଇ ଭାରତରେ

ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନୀଷା। ୮ ଜଣ ଅସହାୟ ପିଲାଙ୍କର ଯତ୍ନ ନେଉଛନ୍ତି। ସେମାନଙ୍କୁ ପଢ଼ାଉଛନ୍ତି। ମନୀଷା...

କୁଶଳୀ ମହିଳା ସମୃଦ୍ଧ ରାଷ୍ଟ୍ରର ପରିଚାୟକ

ଡ. ମହେନ୍ଦ୍ରନାଥ ପାଣ୍ଡେୟ ମାର୍ଚ୍ଚ ୮ ହେଉଛି ଏକ ବିଶେଷ ଦିନ। ପ୍ରତିବର୍ଷ ଏହି ଦିନରେ ହିଁ ମହିଳାଙ୍କ ପ୍ରତି ଆଦର ଓ ସମ୍ମାନ ବ୍ୟକ୍ତ...

ଏଇ ଭାରତରେ

ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ମାଓବାଦୀପ୍ରବଣ ବସ୍ତର ଜିଲାରେ ପିଲାମାନଙ୍କୁ ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ପୁଣି ସ୍କୁଲକୁ ଫେରାଇ ଅଣାଯାଇପାରୁଛି। ଏହି କ୍ଲାସ୍‌ର ସଷ୍ଟ୍ରା ହେଉଛନ୍ତି ବସ୍ତରର...

ସହରୀ ବନ୍ୟା

ଡ. ଦେବାନନ୍ଦ ବେଉରା ସହରରେ ବନ୍ୟା ସୃଷ୍ଟି ଏକ ନିୟମିତ ପ୍ରକ୍ରିୟାରେ ପରିଣତ ହୋଇଗଲାଣି। ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରାୟତଃ ଊଣା ଅଧିକେ,...

ନ୍ୟାୟ ମିଳୁଛି କି

ଆକାର ପଟେଲ ଶାହିନବାଗ ପ୍ରତିବାଦସ୍ଥଳକୁ ଅଣାଯିବା ପରେ ଜଣେ ଶିଶୁର ମୃତ୍ୟୁ ହେବା ଘଟଣାର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଛନ୍ତି।...

Advertisement


Archives

Model This Week

Why Dharitri