ଏଇ ଭାରତରେ

ଖୁବ୍‌ କମ୍‌ ବୟସରେ ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଚେତନତା ଧର୍ମୀ କାର୍ଯ୍ୟ କରି ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି ଚେନ୍ନାଇର ଦୁଇ ଭାଇ ଜୟ ଓ ପ୍ରୀତ୍‌। ଏମାନଙ୍କୁ ଏବେ ବୟସ ଯଥାକ୍ରମେ ୧୭ ଓ ୧୩ । ଚେନ୍ନାଇକୁ ପଲିଥିନମୁକ୍ତ କରିବା ସହ ଅସହାୟ ମହିଳାଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ଏମାନେ। ତାମିଲନାଡୁ ସରକାର ଗତବର୍ଷ ଜାନୁୟାରୀରୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବନ୍ଦ କରିବା ପୂର୍ବରୁ ଜୟ ଓ ପ୍ରୀତ୍‌ ପଲିଥିନ ବ୍ୟାଗ୍‌ ବିରୋଧରେ ଅଭିଯାନ ଆରମ୍ଭ କରିସାରିଥିଲେ। ଦୁଇଭାଇ ପ୍ଲାଷ୍ଟିକ ବ୍ୟାଗ୍‌ ବଦଳରେ ଦୋକାନୀମାନଙ୍କୁ କପଡ଼ା ବ୍ୟାଗ୍‌ ଫ୍ରି ଦେବା ଆରମ୍ଭ କରି ବର୍ଷକ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟାଗ୍‌ ବାଣ୍ଟି ସାରିଲେଣି। ଚେନ୍ନାଇର ଏକ ବୃଦ୍ଧାଶ୍ରମରେ ଧନ୍ଦାମୂଳକ ଶିକ୍ଷା ଲାଭ କରିଥିବା ମହିଳାମାନଙ୍କୁ ବ୍ୟାଗ୍‌ ସିଲାଇ କରିବା ପାଇଁ ନିୟୋଜିତ କରିଛନ୍ତି । ବ୍ୟାଗ୍‌ ପାଇଁ ଏମାନେ ଚେନ୍ନାଇର ବିଭିନ୍ନ ହୋଟେଲରୁ ପୁରୁଣା ବେଡ୍‌ସିଟ୍‌ ସଂଗ୍ରହ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଲାଗି ସୋସିଆଲ ମିଡିଆ ବ୍ୟବହାର ନ କରି ସ୍କୁଲ୍‌ ସାଙ୍ଗ, ପଡୋଶୀ ଓ ହୋଟେଲଗୁଡିକର ସାହାଯ୍ୟ ଲୋଡୁଛନ୍ତି। ବେଡ୍‌ସିଟକୁ ଭଲ ଭାବେ ସଫା କରି ଆଇରନ୍‌ ଦେଇ ହୋଟେଲଗୁଡିକ ଏମାନଙ୍କୁ ଦେଉଛନ୍ତି। ବ୍ୟାଗ୍‌ ତିଆରି ଲାଗି ସାଇଜ୍‌ ଅନୁସାରେ ୩ରୁ ୫ ଟଙ୍କା ଖର୍ଚ୍ଚ ହେଉଛି । ଏଗୁଡିକୁ ଫ୍ରିରେ ଦିଆଯାଉଥିଲେ ବି ଯେଉଁମାନେ ଏ ବାବଦରେ ଟଙ୍କା ଦେଉଛନ୍ତି ତାହାକୁ ସିଲେଇ କରୁଥିବା ମହିଳାମାନଙ୍କୁ ଦିଆଯାଉଛି ବୋଲି କୁହନ୍ତି ଏମାନଙ୍କ ମା’ ବର୍ଷା। ଏମାନଙ୍କୁ ଅନୁଦାନ ବାବଦରେ ମିଳିଥିବା ୩.୫ ଲକ୍ଷ ଟଙ୍କା ଦୃଷ୍ଟିହୀନମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକୁ ଦାନ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଅନେକ ସ୍ଥାନରେ ପରମ୍ପରା ଓ ଲିଙ୍ଗଗତ ଅସମାନତାର ବେଡ଼ିରେ ବାନ୍ଧିହୋଇ ମହିଳାମାନେ ଅଣନିଃଶ୍ୱାସୀ ହୋଇପଡୁଥିବା ବେଳେ ବାରାଣସୀର ଏକ ଗାଁରେ ମହିଳାମାନେ ଯେପରି ସଂସ୍କାରୀ...

ଏଇ ଭାରତରେ

ଲକ୍‌ଡାଉନରେ ଗରିବମାନଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇ ଦେଇ ବହୁ ବ୍ୟକ୍ତି କରୋନା ବିରୋଧୀ ଲଢେଇ ଜାରି ରଖିଥିବାବେଳେ ଏ କ୍ଷେତ୍ରରେ ବେଙ୍ଗାଲୁରୁର ଏସ୍‌.ବୀଣାଙ୍କ...

ଗଣେଶପୂଜା: ସେଦିନ ଓ ଆଜ

ଡ. ଭାଗ୍ୟଲିପି ମଲ୍ଲ ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ସ୍ବତନ୍ତ୍ର। ସେହି ଦିନଟିକୁ ଆମେ କହୁ ଗଣେଶ ଚତୁର୍ଥୀ।...

ବନ୍ଦେ ଉତ୍କଳ ଜନନୀ ଓ କାନ୍ତକବି

ଡ.ପ୍ରଫୁଲ୍ଲ କୁମାର ସାହୁ ଶେଷରେ ଦୀର୍ଘ ପ୍ରତୀକ୍ଷାର ଯବନିକା ଟାଣି କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା। ଓଡ଼ିଶା ଇତିହାସରେ...

ବୈଜ୍ଞାନିକଙ୍କୁ ଅଧୁରା ନ୍ୟାୟ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଯେଉଁମାନଙ୍କ ନିଃସ୍ବାର୍ଥପର ସାଧନାର ଭିତ୍ତିଭୂମି ଉପରେ ବିକଶିତ ହୋଇ ମାନବ ସଭ୍ୟତା ବର୍ତ୍ତମାନର ଉତ୍କର୍ଷ ସ୍ତରରେ ଉପନୀତ ହୋଇପାରିଛି...

ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର...

ଆଜିର ଅର୍ଥନୀତି/ ସହରୀ ଗରିବଙ୍କ ଉପରେ ମାଡ଼

ପ୍ରତ୍ୟେକ ରାଜ୍ୟ ସରକାର ସେମାନଙ୍କ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇ ଆଣିବାର ଦାୟିତ୍ୱ ହାତକୁ ନେଇଛନ୍ତି। କୋଭିଡ-୧୯ ବ୍ୟାପିବା ଓ ଶିିଳ୍ପ-କାରଖାନାଗୁଡ଼ିକ ବନ୍ଦ ହେବା ପରେ...

ଏଇ ଭାରତରେ

ଏସିଆର ସବୁଠୁ ବଡ଼ ରେଡ୍‌ଲାଇଟ ଅଞ୍ଚଳ କୋଲକାତାର ସୋନାଗାଚ୍ଛିରେ ଏଥର ଦୁର୍ଗାପୂଜା ଅଭିନବ ଉପାୟରେ ପାଳନ କରାଯାଉଛି। ସେଠାେରେ ରହୁଥିବା ଦେହଜୀବୀମାନେ ‘ଦୁର୍ବାର ମହିଳା ସମନ୍ବୟ...

Advertisement

BGU

Archives

Model This Week

Why Dharitri