ଏଇ ଭାରତରେ

ଛତିଶଗଡ଼ ପତ୍ରାର ଏକ ସରକାରୀ ସ୍କୁଲ୍‌ ପିଲାମାନଙ୍କ ଭବିଷ୍ୟତ ନିଆରା ଢଙ୍ଗରେ ଗଢୁଛିି। ଏହି ସ୍କୁଲ୍‌ରେ ପିଲାମାନେ ସେମାନଙ୍କ ଆମତ୍ବିଶ୍ୱାସ ବଢାଇବା ଲାଗି ଖୋଲା ଆଲୋଚନା କରୁଛନ୍ତି। ଭାଷଣ ଦେଉଛନ୍ତି ଓ ବିତର୍କ ମଞ୍ଚର ମଧ୍ୟ ଆୟୋଜନ କରୁଛନ୍ତି। ଛତିଶଗଡ଼ରେ କେବଳ ଏହି ସ୍କୁଲରେ ହିଁ ଥିଏଟର ରହିଛି। ୨୦୧୬ରେ ଗ୍ରାମବାସୀ ଓ ଶିକ୍ଷକମାନେ ସ୍କୁଲ ପ୍ରତି ପିଲାମାନଙ୍କ ଆକର୍ଷଣ ବଢାଇବା ଲାଗି ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପରେ ଶିକ୍ଷକ ଓ ଗ୍ରାମବାସୀ ୧ ଲକ୍ଷ ଟଙ୍କା ଚାନ୍ଦା କରି ଥିଏଟର ନିର୍ମାଣ କରିଥିଲେ। ପ୍ରସିଦ୍ଧ ଚିତ୍ରଶିଳ୍ପୀ ହବିବ୍‌ ତନ୍‌ବୀରଙ୍କ ନାମରେ ଏହା ନିର୍ମାଣ କରାଯାଇଛି। ପ୍ରତିଦିନ ଏହି ମଞ୍ଚରେ ପିଲାମାନଙ୍କୁ ଗାଇବାର ସୁଯୋଗ ଦିଆଯାଉଛି। ପ୍ରଥମରୁ ପଞ୍ଚମ ଯାଏ ପିଲାମାନଙ୍କୁ କହିବାର ସୁଯୋଗ ବି ମିଳୁଛି। ପିଲାମାନଙ୍କ ମନରୁ ସଙ୍କୋଚ ଦୂର କରି ଆମତ୍ବିଶ୍ୱାସ ବଢାଇବା ଲକ୍ଷ୍ୟ ନେଇ ଏହା କରାଯାଇଛି ବୋଲି କୁହନ୍ତି ସ୍କୁଲ୍‌ର ପ୍ରଧାନଶିକ୍ଷକ ଶିବ ଚନ୍ଦ୍ରବଂଶୀ। ସବୁ ସରକାରୀ ସ୍କୁଲ୍‌ର ପିଲାମାନଙ୍କ ପାଇଁ ନୀଳରଙ୍ଗର ୟୁନିଫର୍ମ ରହିଥିବାବେଳେ ଏହି ସ୍କୁଲ୍‌ରେ ହଳଦିଆ ରଙ୍ଗର ୟୁନିଫର୍ମ ରଖାଯାଇଛି। ଏଥିଲାଗି ସବୁ ପିଲାଙ୍କୁ ସ୍ଥାନୀୟ ପଞ୍ଚାୟତ ସହଯୋଗ କରୁଛି। ସ୍କୁଲ୍‌ରେ ବିଭିନ୍ନ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ପୋଷ୍ଟ୍‌ କରାଯାଉଛି। ସ୍କୁଲ୍‌ର ନିଜସ୍ବ ଓ୍ବେବ୍‌ସାଇଟ ମଧ୍ୟ ରହିଛି। ପିଲାମାନଙ୍କୁ ଆରମ୍ଭରୁ କୃଷି ସହ ଯୋଡ଼ିବାର ପ୍ରୟାସ କରାଯାଉଛି। ସ୍କୁଲ୍‌ ପରିସରରେ ଗ୍ରାମବାସୀଙ୍କ ସହଯୋଗରେ କିଚେନ୍‌ ଗାର୍ଡେନ୍‌ କରାଯାଇଛି ଓ ସେଠାରେ ପିଲାମାନେ ଜୈବିକ ଉପାୟରେ ପନିପରିବା ଚାଷ କରୁଛନ୍ତି। ଏହା ତାଙ୍କ ମଧ୍ୟାହ୍ନଭୋଜନରେ ଉପଯୋଗ ହେଉଛି। ସ୍କୁଲ୍‌ରେ ୮୩ ଜଣ ପିଲା ପଢୁଛନ୍ତି ଓ ଥିଏଟରର ଲାଭ ସବୁ ପିଲାଙ୍କୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶରେ ଦଶହରାରେ ରାବଣ ପୋଡି ଉତ୍ସାହର ସହ ପାଳନ କରାଯାଇଛି, ହେଲେ ଛତିଶଗଡ଼ରେ ରାବଣ ପୋଡି ପରିବର୍ତ୍ତେ ପଞ୍ଚାୟତ ସଦସ୍ୟଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ାଯାଇଛି। ବିଳାସପୁର ମସ୍ତୁରୀ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀରେ ଜୀବିକା ହରାଇଥିବା ଲୋକମାନଙ୍କୁ କାମ ଯୋଗାଇ ଦେବାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପ୍ରୟାସ ପ୍ରଶଂସନୀୟ। ଉତ୍ତରପ୍ରଦେଶ ବାରାବଙ୍କି ଜିଲାର ଜିଲାପାଳ ଡ. ଆଦର୍ଶ...

ମୁଣ୍ଡ ନୁଆଁଇଲେ

ନ୍ୟାଶ୍‌ନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଏବଂ ନ୍ୟାଶ୍‌ନାଲ କମ୍ପାନୀ ଲ’ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି)ର ସଦସ୍ୟ ପଦ ପୂରଣ କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବିତ କାର୍ଯ୍ୟଧାରାକୁ...

ଆଦିଗୁରୁ

ଅଲେଖ ଚନ୍ଦ୍ର ମିଶ୍ର ନାମ ଗୁରୁଚରଣ। ଘର ନାମ ଗୁରୁକୃପା। ପୁଅ ଗୁରୁପ୍ରସାଦ। ଝିଅ ଗୁରୁପ୍ରିୟା। ପତ୍ନୀକୁ ଗେହ୍ଲାରେ ଡାକନ୍ତି ଗୁରୁପ୍ରଭା। ଇଏ ହେଲା କୁଳଭୂଷଣଙ୍କ(ଆଫିଡେଭିଟ...

ପାରଦର୍ଶୀ ଉପଦେଷ୍ଟା

ଭାରତର ଅର୍ଥନୀତି ୨୦୧୬ର ବିମୁଦ୍ରୀକରଣ ଓ ଏହାର ୪ ବର୍ଷ ପରେ କରୋନା ମହାମାରୀ ଯୋଗୁ ଦୁର୍ବଳ ହୋଇପଡ଼ିଛି। ଇନ୍ଧନଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ...

ଜନସଂଖ୍ୟା ବିସ୍ଫୋରଣର ମୁକାବିଲା

ଶେଖ୍‌ ଫରିଦ୍‌ଉଦ୍ଦିନ ସମଗ୍ର ବିଶ୍ୱକୁ ଜନସଂଖ୍ୟାର ଗଣିତ ଓଲଟପାଲଟ କରିଦେବାର କ୍ଷମତା ରଖିଥାଏ। ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟର ତଥ୍ୟ ଅନୁଯାୟୀ ଆସନ୍ତା ୩୦ବର୍ଷ...

ପରାଜୟ ପାଇଁ ମଣିଷର ଜନ୍ମ ନୁହେଁ

ଡ. ପବିତ୍ର ସୁବୁଦ୍ଧି ଏସଂସାରରେ ସବୁ ମଣିଷ ମରନ୍ତି, କିନ୍ତୁ ସମସ୍ତେ ବଞ୍ଚିବା ଜାଣନ୍ତି ନାହିଁ। ସେଇଥିପାଇଁ ଅସଲ ମୃତ୍ୟୁ ପୂର୍ବରୁ ଅନେକ ମଣିଷ ଅନେକ...

ଏଇ ଭାରତରେ

ପ୍ରଶାସନିକ କାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏକ ପାଇଖାନା ନିର୍ମାଣ କରିବାରେ ଆସାମର ଆଇଏଏସ୍‌ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍‌ ଏକ ଉଦାହରଣ ସୃଷ୍ଟି...

Advertisement
Archives

Model This Week