ଏଇ ଭାରତରେ

ଉଚ୍ଚଶିକ୍ଷା ପ୍ରାପ୍ତ କରି ଭଲ ଚାକିରି କରିବାର ସ୍ବପ୍ନ ଦେଖିଥାନ୍ତି ପ୍ରତ୍ୟେକ ଯୁବକ। କିନ୍ତୁ ଉତ୍ତରାଖଣ୍ଡର ପବନ ପାଠକ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ ବିଦେଶ ଚାକିରି ଛାଡି ପାର୍ବତ୍ୟାଞ୍ଚଳର ସଂରକ୍ଷଣରେ ଲାଗିଛନ୍ତି। ଡେରାଡୁନର ଇନ୍ଦିରାନଗର ନିବାସୀ ପବନଙ୍କୁ ବର୍ତ୍ତମାନ ୩୫ ବର୍ଷ। ସେ ଜର୍ମାନୀରେ ଚାକିରି କରିଥିଲେ। ବର୍ଷକୁ ଦରମା ପାଉଥିଲେ ୪୦ ଲକ୍ଷ ଟଙ୍କା। ପାହାଡିଆ ଅଞ୍ଚଳରୁ ପଳାୟନ ରୋକିବା ତଥା ଶୁଷ୍କ ଜମିକୁ ଚାଷୋପଯୋଗୀ କରିବାରେ ଲାଗିଛନ୍ତି। ପାହାଡିଆ ଅଞ୍ଚଳରେ ପୁରୁଣା ଘରକୁ ଇକୋ କନ୍‌ଷ୍ଟ୍ରକ୍‌ସନ ମାଧ୍ୟମରେ ନୂଆ ଜୀବନ ଦେଉଛନ୍ତି। ତାଙ୍କର ଏହି ଅଭିଯାନରେ ବିଦେଶୀ ଛାତ୍ରମାନେ ବି ସାମିଲ ହୋଇଛନ୍ତି। ପବନ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଜର୍ମାନୀରେ ଫାର୍ମା ମଡେଲିଂରେ ଏମ୍‌ବିଏ କରିଛନ୍ତି। ପରେ ସେ ଜର୍ମାନୀରେ ଏକ କମ୍ପାନୀରେ ମାସିକ ୩.୫ ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରି କରିଥିଲେ। କିନ୍ତୁ କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଚାକିରିରେ ରହିବାକୁ ଦେଇ ନ ଥିଲା। ସେ ଫେରିଆସିଲେ ଭାରତ। ୨୦୧୮ରୁ ଡେରାଡୁନ୍‌ର ସେଡାମତା ନିକଟ ଢୁକ୍‌ ଗାଁରେ ଫାର୍ମ ମଡେଲିଙ୍ଗ କାର୍ଯ୍ୟରେ ଲାଗିଛନ୍ତି। ପାହାଡିଆ ଅଞ୍ଚଳରେ ଜୀର୍ଣ୍ଣ ଘରଗୁଡିକୁ ଉଦ୍ଧାର କରିବା ସହ ଜୈବିକ ଚାଷକୁ ବଞ୍ଚାଇ ରଖିବା ଲାଗି ଚେଷ୍ଟା କରୁଛନ୍ତି। ଫାର୍ମରୁ ଉପତ୍ାଦିତ ଜୈବିକ ସେଓ ବିକ୍ରି କରି ଏହି ବର୍ଷ ପାଇଛନ୍ତି ୨ ଲକ୍ଷ ଟଙ୍କା। ଏହା ବାଦ୍ ସେ ଫାର୍ମରେ ରାଜ୍‌ମା, ଆଳୁ, ଡାଲି, ମକ୍କା, ଗହମ ଆଦି ଚାଷ କରୁଛନ୍ତି। ପବନଙ୍କ ଏହି ଅଭିଯାନରେ ଆଇଆଇଟି ରୁର୍‌କୀରେ ପିଏଚ୍‌ଡି କରୁଥିବା ନେଦରଲ୍ୟାଣ୍ଡ୍‌ର ଛାତ୍ରୀ ମାରଲୁସ୍‌ ମଧ୍ୟ ଯୋଗ ହୋଇଛନ୍ତି। ଡେରାଡୁନର ମେକାନିକାଲ ଇଞ୍ଜିନିୟର ଅଙ୍କିତ ଆରୋରା ସମେତ ଢୁକ୍‌ ଗ୍ରାମବାସୀ ସହଯୋଗ କରୁଛନ୍ତି। ଦୁଇବର୍ଷ ମଧ୍ୟରେ ପବନ ଯେତେ ଜୈବିକ ଶସ୍ୟ ଉପତ୍ାଦନ କରିଛନ୍ତି ତାହାକୁ ସେ ଡେରାଡୁନର ମଣ୍ଡିରେ ବିକ୍ରି କରିଛନ୍ତି। ୨୦୧୮ରେ ଜୈବିକ ଚାଷ ଲାଗି ୨ ଏକର ଜମି କିଣିଥିଲେ ଓ ଗ୍ରାମବାସୀ ତାଙ୍କୁ ବହୁବର୍ଷ ଧରି ଶୁଖିଲା ପଡିଥିବା ୧ହେକ୍ଟର ଜମି ବି ଦେଇଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋକିଲାଙ୍କ ପେଟ ଭରୁଛନ୍ତି ମୁମ୍ବାଇର ଟ୍ରାନ୍ସଜେଣ୍ଡରମାନେ। ଏହି ସମୁଦାୟର ୫,୦୦୦ ଜଣ ଏକାଠି ଏକ କମ୍ୟୁନିଟି କିଚେନ କରି ଭୋକିଲାମାନଙ୍କୁ ୧ଟଙ୍କାରେ ଜଳଖିଆ ଓ ୧୦...

ସମ୍ପାଦକୀୟ/ଅବିଶ୍ୱସନୀୟ ମନେହେଉଛି

ଭାରତର ସଂସଦୀୟ ଗଣତନ୍ତ୍ରର ଶାସନ ପଦ୍ଧତି ଦେଖିଲେ ଆଇନ ପ୍ରଣେତାମାନେ ବିଭିନ୍ନ ପ୍ରକାର ନୀତି, ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଥାଆନ୍ତି। ଯୋଜନାର ସ୍ବରୂପ ଦେଖି...

Dillip Cherian

ନିର୍ବାଚନ ଚିନ୍ତା

କୋଭିଡ୍‌ ସଙ୍କଟ ମୁକାବିଲାରେ ଉତ୍ତରପ୍ରଦେଶ ସରକାରଙ୍କ ବିଫଳତାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ। ଲୋକଙ୍କ ମାନସିକତାକୁ ଅନୁଭବ କରି ଭାଜପା ଏବଂ କେନ୍ଦ୍ରରେ କ୍ଷମତାଶୀନ ମୋଦି ସରକାର...

ଏଇ ଭାରତରେ

ବିନା ମାଟିରେ ଚାଷ ହେବା କଥା ଶୁଣିଛନ୍ତି କି? ଯଦି ନା, ତେବେ ଦିଲ୍ଲୀର ୟଶ୍‌ ବ୍ୟାସଙ୍କଠାରୁ ଶିଖନ୍ତୁ। ରାସାୟନିକ ସାର ତଥା କୀଟନାଶକ ବ୍ୟବହାର...

ଗବେଷଣାକୁ ଅଣଦେଖା

କୁମାରସମ୍ଭବ ଶ୍ରୀବାସ୍ତବ/ ନୀତିନ ସେଠୀ ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରଭାବକୁ କମ୍‌ କରିବା ପାଇଁ ମେ’ ୩ ଯାଏ ଲକ୍‌ଡାଉନ ବୃଦ୍ଧିକରାଯାଇଛି। ତେବେ ଏହି ଲକ୍‌ଡାଉନର...

ନିର୍ବାଚନ ଓ ଦେଶଭାବନା

ଡ. ଶରତଚନ୍ଦ୍ର ରଥ କିଛି ଲୋକ ଅଛନ୍ତି ଯାହାଙ୍କର କେବଳ ନୋଟ ପାଇଁ ଚିନ୍ତା। ଶୟନେ ସ୍ବପନେ ଜାଗରଣେ କେବଳ ସେଇ ନୋଟ କଥା ହିଁ...

ଏଇ ଭାରତରେ

ହରିୟାଣା ରଓ୍ବୋଡି ଜିଲା ଟାଣି କୋଲାନ ପଞ୍ଚାୟତର ଖୋଲଖଣ୍ଡ ଗାଁ ଦେଶରେ ଏକ ନିଆରା ପରିଚୟ ଆଣିପାରିଛି। ସ୍ବଚ୍ଛତା ଅଭିଯାନ ଦେଶରେ ଆରମ୍ଭ ହେବା ପରେ...

ସାହସୀ ଇରାନୀୟ ମହିଳା

ମହସା ଅମିନ୍‌ଙ୍କ ମୃତ୍ୟୁ ପରେ ଇରାନ୍‌ରେ ହିଜାବ ବିରୋଧୀ ଆନ୍ଦୋଳନ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ରକ୍ଷଣଶୀଳ ଶାସକଙ୍କୁ ବିରୋଧ କରି ଇରାନ୍‌ ମହିଳାଙ୍କ...

Advertisement
Archives

Model This Week