ଏଇ ଭାରତରେ

ସମାଜରେ ଲିଙ୍ଗଗତ ଅସମାନତା ଦୂର କରିବା ସହ ପରିବେଶ ସୁରକ୍ଷା ଲାଗି ରାଜସ୍ଥାନର ଏକ ପରିବାର ଆରମ୍ଭ କରିଥିବା ଅଭିଯାନ ଏବେ ଚର୍ଚ୍ଚାରେ। ଉଦୟପୁର ଜିଲା ତିତରଡି ପଞ୍ଚାୟତ ଅନ୍ତର୍ଗତ ଗାଁଗୁଡିକରେ ଝିଅ ଜନ୍ମ ନେଇଥିବା ଭିନ୍ନ ଭିନ୍ନ ବର୍ଗର ପରିବାରକୁ ୫ ହଜାର ୧ଟଙ୍କା ଲେଖାଏ ଉପହାର ଦିଆଯାଇଛି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଗୁଲାବଚାନ୍ଦ କଟରିୟାଙ୍କ ଉପସ୍ଥିତିରେ ଏହି ପରିବାରଗୁଡିକୁ ୫ ହଜାର ୧ଟଙ୍କା ସହ ଗୋଟିଏ ଗଛ ଓ ତା’ର ସୁରକ୍ଷା ଲାଗି ଏକ ଟ୍ରି ଗାର୍ଡ ମଧ୍ୟ ପ୍ରଦାନ କରାଯାଇଛିି। ତିତରଡି ଗାଁର ସିସୋଦିୟା ପରିବାରର ଭଭୂତ ସିଂ ଓ ସ୍ତ୍ରୀ ଉମ୍ମେଦ କୁମ୍ବରଙ୍କ ପ୍ରେରଣାରେ ତାଙ୍କ ପୁଅ ରାଜେନ୍ଦ୍ର ସିଂ ଏବଂ ହମେର ସିଂ ସିସୋଦିୟା ଏହି ପ୍ରଶଂସନୀୟ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ କନ୍ୟା ସହ ପରିବେଶ ସୁରକ୍ଷା ମଧ୍ୟ ହାଇପାରିବ। ତିତରଡିର ଅମ୍ବାମାତା ମନ୍ଦିରରେ ଆୟୋଜିତ ଉତ୍ସବରେ ମାତାପିତାଙ୍କ ପ୍ରେରଣାରେ ଏହି ଅଭିଯାନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ରାଜେନ୍ଦ୍ର ସିଂ ସିସୋଦିୟା। ସମାଜରେ ଝିଅମାନଙ୍କ ପ୍ରତି ରହିଥିବା ଅସମାନତା ତଥା ନିର୍ଯାତନା ବିରୋଧରେ ସଚେତନତା ଆଣିବା ଲାଗି ତାଙ୍କ ପରିବାର ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ତିତରଡି ପଞ୍ଚାୟତରେ କନ୍ୟା ସୁରକ୍ଷାକୁ ନେଇ ଆରମ୍ଭ କରାଯାଇଥିବା ସିସୋଦିୟା ପରିବାରର ଏଭଳି ଅଭିଯାନ ରାଜସ୍ଥାନରେ ପ୍ରଥମ। ଏପରି ଅଭିଯାନରେ ରାଜସ୍ଥାନର ଆହୁରି ଅଧିକ ପରିବାର ସାମିଲ ହେବେ ଓ ଉଦୟପୁରରେ ଲିଙ୍ଗ ଅନୁପାତ କମ୍‌ ଥିବାରୁ ତାହାକୁ ଦୂର କରିବାରେ ଏହା ପ୍ରମୁଖ ଭୂମିକା ନେଇପାରିବ ବୋଲି କଟରିୟା ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଈର୍ଷାର ଅସୁର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ ବୋଲି ଯେଉଁମାନେ ବିଚାରନ୍ତି, ସେମାନଙ୍କ ସମ୍ପର୍କରେ ଗୋଟିଏ କଥା କୁହାଯାଇପାରେ ଯେ ସେମାନେ...

ଆଶାରେ ସଞ୍ଜୀବନୀ

ଡ. ଅଜୟ କୁମାର ନନ୍ଦ ବିଜ୍ଞାନ ଯୁଗରେ ଆଜିର ଯନ୍ତ୍ରମାନବ ମଧ୍ୟ ଭୟ ଓ ଆଶଙ୍କାଜନିତ ଦୋଛକି ଗ୍ଲାନିରୁ ବର୍ତ୍ତି ପାରୁନାହାନ୍ତି। କେଉଁ ଗୋଟିକର ଉଚିତ...

କାହିଁ ସେ ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର ପୂର୍ବକାଳରେ ଏକ ଗ୍ରାମରେ ରହୁଥିଲେ ଜଣେ କର୍ମକାଣ୍ଡବିତ୍‌ ପଣ୍ଡିତ। କିନ୍ତୁ ବିବାହର କେଇଟା ଦିନ ଭିତରେ ଜଣାପଡିଲା ଯେ ତାଙ୍କର ପତ୍ନୀ...

କେମିତି ଚାଲିଛି ଆଇଏମ୍‌ଏଫ୍‌

ଜୟତି ଘୋଷ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱ ବ୍ୟାଙ୍କ୍‌ ବିରୋଧରେ ଆଲୋଚନା କରିବାର ଅନେକ କାରଣ ରହିଛି। କିନ୍ତୁ ଏବେ ଏହି ଦୁଇଟି ସଂସ୍ଥା...

ଏଇ ଭାରତରେ

ଭାରତରେ ଥିବା ସ୍କୁଲଗୁଡ଼ିକରେ ସ୍ପିଚ୍‌ ଥେରାପୀ, ଓରାଲିଜମ ଏବଂ ଲିପ୍‌-ରିଡିଂ ଦ୍ୱାରା ବଧିରମାନଙ୍କୁ ଶିକ୍ଷା ଦିଆଯାଉଥିଲେ ମଧ୍ୟ ଶିକ୍ଷାକ୍ଷେତ୍ର ଓ ଏମାନଙ୍କ ମଧ୍ୟରେ ଏକ ବଡ଼...

ସହଯୋଗ ହିଁ କରୋନାକୁ ରୋକିପାରିବ

ସନ୍ଦୀପ କୁମାର ପଟ୍ଟନାୟକ କରୋନା ରୋଗ ପାଇଁ ସାରା ପୃଥିବୀରେ ଏକ ଅଭୂତପୂର୍ବ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଏହାର କାରଣଗୁଡିକ ହେଲା...

ବଜାଜଙ୍କ ବାଜିମାତ

ଭାରତରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୪.୫ ପ୍ରତିଶତକୁ ଖସିଆସିଥିବା ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ଏ ଦେଶରେ ସବୁ...

ମେଧା-ସଂରକ୍ଷଣ ଲଢ଼େଇ

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନା ସର୍ବୋଚ୍ଚ ଅଦାଲତର ମହିଳା ଆଇନଜୀବୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ କାର୍ଲ ମାର୍କ୍ସଙ୍କ ଉକ୍ତିକୁ ଉଦ୍ଧାରକରି କହିଛନ୍ତି,...

Advertisement
Archives

Model This Week