ଏଇ ଭାରତରେ

ଯୁବାବସ୍ଥାରେ ପୁତ୍ରର ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ଏହା ସତ୍ତ୍ୱେ ଭାଙ୍ଗି ଯାଇନାହାନ୍ତି ଏକ ଦମ୍ପତି। ନିଜ ମନକୁ ଦୃଢ କରି ବସ୍ତିରେ ଶିକ୍ଷାର ପ୍ରସାର କରିବାରେ ଲାଗିପଡିଛନ୍ତି। ଏଭଳି ଏକ ଘଟଣା ସାମ୍‌ନାକୁ ଆସିଛି ଦିଲ୍ଲୀରେ। ଭାରତୀୟ ବାୟୁ ସେନାରେ ସ୍କାଡ୍ରନ୍‌ ଲିଡର ତଥା ସବିତା ଓ ଶରଦ ତିଓ୍ବାରୀଙ୍କ ପୁଅ ଶିଶିରଙ୍କର ୨୦୧୭ରେ ହିମାଚଳ ପ୍ରଦେଶର ତାଓ୍ବାଙ୍ଗରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶିଶିରଙ୍କ ମୃତ୍ୟୁ ପରଠାରୁ ଗାଜିଆବାଦରେ ରହୁଥିବା ତାଙ୍କ ମା’ ସବିତା ଓ ପିତା ଶରଦ ଏକ ଟ୍ରଷ୍ଟ୍‌ ମାଧ୍ୟମରେ ବସ୍ତି ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି। ସେମାନେ ୨୦୧୮ ଦ୍ୱିତୀୟାର୍ଦ୍ଧରେ ପ୍ରଥମେ ଦିଲ୍ଲୀର ଯମୁନା ଖାଦର ବସ୍ତିରେ ୧୦୦ ପିଲାଙ୍କୁ ପଢାଇବା ପାଇଁ ଏକ ନନ୍‌ଫର୍ମାଲ ସ୍କୁଲ୍‌ ଆରମ୍ଭ କରିଥିଲେ। ଏଥିପାଇଁ ବସ୍ତି କମିଟି ଏକ ଘର ମଧ୍ୟ ଯୋଗାଇଦେବା ପରେ ସେଠାରେ ନିୟମିତ ପାଠପଢା ଆରମ୍ଭ ହୋଇଛି। ସେବା ମନସ୍କ ଏହି ଦମ୍ପତିଙ୍କ କାର୍ଯ୍ୟରେ ତାଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ସହଯୋଗ କରୁଛନ୍ତି। ଏବେ ଏହି ସ୍କୁଲ୍‌ରେ ପ୍ରଥମରୁ ଦ୍ୱାଦଶ ଯାଏ ୩୫୦ ଜଣ ପିଲା ପଢୁଛନ୍ତି। ବସ୍ତିର ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପଢ଼ାଉଛନ୍ତି ଏହି ଦମ୍ପତି। ସ୍କୁଲ ସମୟ ପରେ ରିକ୍ସା ଚାଳକ, ଦିନ ମଜୁରିଆ ଓ ଅନ୍ୟ ଘରେ କାମ କରୁଥିବା ଲୋକଙ୍କ ପିଲାମାନଙ୍କୁ ବି ଏମାନେ ପଢାଉଛନ୍ତି। ୨୫ ଜଣ ସ୍ବେଚ୍ଛାସେବୀ ହୋମ୍‌ଓ୍ବାର୍କ ସହ ସବୁ ବିଷୟ ପଢ଼ାଇବାରେ ପିଲାମାନଙ୍କୁ ସାହାଯ୍ୟ କରୁଛନ୍ତି। ଦୁଇଟି ଶିିଫ୍ଟରେ ସପ୍ତାହକୁ ୫ ଦିନ ପଢାଯାଉଛି ଏଠାରେ। ପଞ୍ଚମ କିମ୍ବା ତଦୂର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ସରକାରୀ ସ୍କୁଲ୍‌ରେ ନାମ ଲେଖାଇବାରେ ମଧ୍ୟ ଏମାନେ ସାହାଯ୍ୟ କରୁଛନ୍ତି। ଯେଉଁ ଝିଅମାନେ ଅନ୍ୟ ସ୍କୁଲ୍‌ରେ ୮ମ କିମ୍ବା ଦଶମ ଯାଏ ପଢି ଘରେ ରହିଛନ୍ତି ସେମାନଙ୍କ୍‌ୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି। ଏହି ଦମ୍ପତି ଦିଲ୍ଲୀର ଅନ୍ୟ ବସ୍ତିରେ ଏପରି ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?