ଏଇ ଭାରତରେ

ପାଞ୍ଚଟି ଗାଁରେ୧୪ ବର୍ଷ ପରେ ସ୍କୁଲ ଖୋଲାଯିବା ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ବିଜାପୁର ଜିଲାରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିବା ପାଞ୍ଚଟି ଗାଁରେ ଏବେ ପିଲା ଦୀର୍ଘ ବର୍ଷ ବ୍ୟବଧାନରେ ପଢିବାର ସୁଯୋଗ ପାଇଛନ୍ତି। ଗ୍ରାମବାସୀମାନେ ନିଜ ଉଦ୍ୟମରେ ଦେବଗୁଡି (ଝୋପଡିନୁମାଙ୍କ ପୂଜାସ୍ଥଳ)କୁ ଜ୍ଞାନଗୁଡି (ସ୍କୁଲ)ରେ ପରିଣତ କରିଛନ୍ତି। ପିଲା ପଢିବା ପାଇଁ ଘର ନ ମିଳିବାରୁ ଦେବଗୁଡିରେ ସ୍କୁଲ ଖୋଲିବା ପାଇଁ ବ୍ଲକ୍‌ ଶିକ୍ଷା ଅଧିକାରୀ ସୁଖରାମ ଚିନ୍ତୁର ପ୍ରସ୍ତାବ ଦେବା ପରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେବଗୁଡିଙ୍କ ପୂଜାସ୍ଥଳ ଥିବା ଗଛ ତଳେ ଏହି ସ୍କୁଲଗୁଡିକ ଚାଲୁଛି। ଫରସନାର, କରକାବାଡା ,ଗୋଡନୁଗୁର, ଦୁଧେପଲ୍ଲୀ ଓ କେରପ୍‌ରେ ଖୋଲାଯାଇଥିବା ସ୍କୁଲ୍‌ଗୁଡିକରେ ପିଲାମାନେ ପଢିବା ସମୟରେ ଗାଁ ଲୋକେ ସେମାନଙ୍କୁ ଜଗୁଛନ୍ତି। ଏହି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ଆଜକୁ ୧୪ ବର୍ଷ ହେବ ସ୍କୁଲ ପୂରା ବନ୍ଦ ରହିଥିଲା। ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିତ୍ବା ୫୬ଟି ଗାଁରେ ୧୩ ହଜାର ଲୋକ ରହୁଛନ୍ତି ଓ ପ୍ରାୟ ଅଢେଇ ହଜାର ପିଲା ଶିକ୍ଷାଠାରୁ ଦୂରରେ ରହୁଥିଲେ ବୋଲି କୁହନ୍ତି ଗାଁ ମୁଖିଆ ହିଡମା ଜୋଗା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗାଲାଣ୍ଡର କୋହିମା ଜିଲା ଅନ୍ତର୍ଗତ ଖୁଜାମାର ଛାତ୍ରମାନେ ମିନି ହାଇଡ୍ରୋ ଜେନେରେଟର ନିର୍ମାଣ କରି ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି ଓ ଏଥିରେ ଗାଁକୁ ଆଲୋକିତ କରିପାରିଛନ୍ତି।...

ଏଇ ଭାରତରେ

ଉତ୍ତରପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗଁାରେ ୨ଟି ଘୋଡ଼ୀ ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ...

ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ବେଙ୍ଗାଲୁରୁର ମହିତା ନାଗରାଜ ବରିଷ୍ଠ ନାଗରିକମାନଙ୍କ ପାଇଁ ସାହାରା ପାଲଟିଛନ୍ତି। କରୋନା ଯୋଗୁ...

ଏଇ ଭାରତରେ

ଦେବତାଙ୍କ ନାଁରେ ଅଭିଯୋଗ ହୋଇଛି। ସେ ଏବେ ନଜରବନ୍ଦୀରେ । ଏମିତି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଦଶହରାରେ। କୁଲୁ ପ୍ରଶାସନ ବିଧିବଦ୍ଧ...

Dillip Cherian

ପଦବୀ ଖାଲି ପଡ଼ିଛି

ପାଖାପାଖି ୨ ମାସ ହେଲା ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ପଦବୀ ଖାଲି ରହିବା ଯୋଗୁ କାତାରରେ ଭାରତର କୂଟନୈତିକ ପ୍ରତିନିଧିତ୍ୱରେ ବଡ଼ ଶୂନ୍ୟସ୍ଥାନ ଦେଖାଯାଇଛି। ପୂର୍ବରୁ...

ମମତାର ଡାକ

ଦ୍ୱିତୀ ଚନ୍ଦ୍ର ସାହୁ ପ୍ରବଳ ଖରାରେ ଗାଁକୁ ଯିବାକୁ ବାହାରିଲେ ମା’। ସ୍ନେହର ପରଶରେ, ମମତାର ମୋହରେ ବନ୍ଧା ସ୍କୁଲପଢୁଆ କିଶୋର ଛାଡ଼ିବାକୁ ବାହାରିଲା ଆପେ...

ମୁଠାଏ ମାଟି

ଦ୍ୱିତୀ ଚନ୍ଦ୍ର ସାହୁ ନୂଆ ଘରସବୁ ସଜଡ଼ାସଜଡ଼ି ପରେ ମନ ବଳିଲା ଏଣିକି ବଗିଚା କରିବା। ସହରରେ ଘର କରିଲାବେଳେ ସ୍ଥାନ ପ୍ରତି ସମସ୍ତେ ସଚେତନ।...

ଏଇ ଭାରତରେ

ବ୍ରେଷ୍ଟଫିଡିଂ ବା ସ୍ତନ୍ୟପାନକୁ ନେଇ ରହିଥିବା ସାମାଜିକ ଓ ଧାର୍ମିକ କଟକଣା ବିରୋଧରେ ଲଢ଼େଇ କରୁଛନ୍ତି କେରଳର ଡ. ଏମ୍‌.ଐଶ୍ୱର୍ଯ୍ୟା। ସେ କୋଏମ୍ବାଟୁର ପାରେଣ୍ଟି ନେଟ୍‌ଓ୍ବର୍କ...

Advertisement
Archives

Model This Week