ଏଇ ଭାରତରେ

ପଟିଆଲାର ଝିଅ ସନ୍ଧ୍ୟା। ପଟିଆଲା ଟ୍ରକ୍‌ ସଂଘ ନିକଟସ୍ଥ ଏକ ବସ୍ତିରେ ଝୁମ୍ପୁଡି ଘରେ ପାଞ୍ଚ ଭଉଣୀ-ଭାଇ ଓ ମାଆବାପାଙ୍କ ସହ ରହନ୍ତି ସେ। ସକାଳ ହେଲେ ତାଙ୍କ ମା’ ଜରି ପ୍ଲାଷ୍ଟିକ ଗୋଟାଇବାକୁ ବାହାରିଯାନ୍ତି। ବାପା ଜଣେ ବୁଲାବିକାଳି। ପାଞ୍ଚ ଭଉଣୀ ଓ ଭାଇଙ୍କ ମଧ୍ୟରେ ସନ୍ଧ୍ୟା ବଡ଼। ଏଣୁ ପରିବାରର ଅଭାବ ଅନଟନ ପୂରଣ କରିବା ପାଇଁ ତାଙ୍କୁ ଭିକ୍ଷା ମାଗିବାକୁ ପଡେ। କିନ୍ତୁ ‘ପଢିବି ଆଗକୁ ବଢିବି’ ଏହି ଇଚ୍ଛା ପୂରଣ କରିବା ଲାଗି ସେ ଭିକ ମାଗିବା ଛାଡି ପଢିଛନ୍ତି। ଦଶମ ପାସ୍‌ କରିଛନ୍ତି। ପଢିବା ଭିତରେ ଅର୍ଥାଭାବ ପୂରଣ କରିବା ପାଇଁ ଦୋକାନୀମାନଙ୍କ ଘରେ କାମ ବି ସେ କରିଛନ୍ତି। ବସ୍ତିରେ ଦିନେ ଶିକ୍ଷାର ନୂଆ ସକାଳ ଆସିବ ବୋଲି କେହି କେବେ ଭାବି ନ ଥିଲେ। କିନ୍ତୁ ଦାରିଦ୍ର୍ୟର ଶିକୁଳି ଛିଣ୍ଡାଇ ଶିକ୍ଷାର ଏହି ସକାଳ ନେଇ ଆସିଛନ୍ତି ସନ୍ଧ୍ୟା। ଦଶମ ପାସ୍‌ କରିବା ପରେ ବେଙ୍ଗାଲୁରୁସ୍ଥିତ ନୂଆ ଗୁରୁକୁଳ ସଂସ୍ଥା ଦ୍ୱାରା ପରିଚାଳିତ ଏକ ବର୍ଷର ସଫ୍ଟଓ୍ବେର ଡେଭ୍‌ଲପ୍‌ମେଣ୍ଟ କୋର୍ସର ପ୍ରବେଶିକା ପରୀକ୍ଷାରେ ସନ୍ଧ୍ୟା ପାସ୍‌ କରିଛନ୍ତି। ସେଠାରେ ବର୍ଷେ ଶିକ୍ଷାଲାଭ କରିବା ପରେ ସଫ୍ଟଓ୍ବେର ବିକାଶ କରିବା ଲାଗି ସକ୍ଷମ ହୋଇପାରିବେ ଓ ତାଙ୍କ ପରିବାରର ଦାରିଦ୍ର୍ୟ ଦୂର ହୋଇଯିବ ବୋଲି ଆଶା ରଖିଛନ୍ତି ସନ୍ଧ୍ୟା। ବସ୍ତିର ଝିଅ ସନ୍ଧ୍ୟା ଏବେ ସଭିଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ବସ୍ତିର ଅନ୍ୟ ପିଲାମାନେ ବି ସନ୍ଧ୍ୟାଙ୍କ ଭଳି ପଢିବା ଆରମ୍ଭ କରିଦେଇଛନ୍ତି। ‘ଏଭ୍ରି ହ୍ୟାଣ୍ଡ୍‌ ପେନ୍‌’ ନାମକ ସଂସ୍ଥା ସନ୍ଧ୍ୟାଙ୍କୁ ପଢିବାରେ ସାହାଯ୍ୟ କରିଛି ।
ଜୀବନରେ ଆଉ ଏମିତି ଅନ୍ଧାର କେବେ ନ ଆସୁ ବୋଲି ସେ କହିଛନ୍ତି। ନିଜେ ରୋଜଗାର କରିବା ପରେ ତାଙ୍କ ଭଳି ଅସହାୟମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ସନ୍ଧ୍ୟା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରଟିଏ ପ୍ରତି ବିଭାଗରେ

କଖାରୁ ଚୋର, କାକୁଡ଼ି ଚୋର, ଖଣି ଚୋର, ପାଣି ଚୋର, ସ୍ବାସ୍ଥ୍ୟକେନ୍ଦ୍ରର ପଥ୍ୟ ଚୋର, ସଚିବାଳୟରୁ ତଥ୍ୟ ଚୋର, ଗୋରୁ ଚୋର, ପିଲାଚୋର, ଦିଲ୍‌ ଚୋର...

ଏଇ ଭାରତରେ

ଦେଶର ଅନେକ ଅଞ୍ଚଳ ବର୍ଷାରେ ତ୍ରାହି ତ୍ରାହି ଡାକୁଛି, ହେଲେ ବିଦର୍ଭରେ ବର୍ଷା ପାଇଁ ଲୋକମାନେ ଆପଣାଉଛନ୍ତି ଅଜବ ପରମ୍ପରା। ମହାରାଷ୍ଟର ଏହି ଅଞ୍ଚଳରେ ଥିବା...

ପରିବେଶକୁ କାଳ ସିନ୍ଥେଟିକ୍‌ କପଡ଼ା

ମାନେକା ଗାନ୍ଧୀ ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ...

ଖବର କ’ଣ

ଅଞ୍ଜନ ଚାନ୍ଦ   ଆଉ ଖବର କ’ଣ? – ଏହା ଏକ ସାଧାରଣ ଏବଂ ବୋଧହୁଏ ପୃଥିବୀରେ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ। ଉତ୍ତରରେ ପ୍ରାୟ...

ଭାରତରୁ ଓଡ଼ିଶାର ଚିତ୍ର

ଡ. ପ୍ରମୋଦ କୁମାର ପଣ୍ଡା ନିଜର ଚେହେରା ବା ଛବି ବା ଫଟୋ ନିଶ୍ଚିତ ରୂପେ ନିଜକୁ ଭଲ ଲାଗେ। ସେଥିପାଇଁ ସମସ୍ତେ ଆତ୍ମସନ୍ତୋଷ ବା...

ନୌକା ସୁରକ୍ଷା

ସୁରେଶ ଚନ୍ଦ୍ର ମିଶ୍ର ଏହି ବର୍ଷ ଫେବୃୟାରୀ ଦୁଇ ତାରିଖ ଦିନ ୨୫ ଜଣ ଯାତ୍ରୀ ନେଇ ଯାଉଥିବା ଗୋଟିଏ କାଠ ଡଙ୍ଗା କାଳିଜାଈ ନିକଟରେ...

ପଳାଇଲେ, ପଳାଇଲେ

ଦେଶର ୫ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଯେଉଁ ବିଷୟରେ ଅଧିକ ଚର୍ଚ୍ଚା ଆରମ୍ଭ ହେଲାଣି ତାହା ହେଉଛି ଲକ୍‌ଡାଉନ୍‌ ବା...

ସାନ କୁହାଙ୍କ ବଡ଼ କଥା

ଦ୍ୱିତୀ ଚନ୍ଦ୍ର ସାହୁ ରାଜା ଥିଲେ ଲୋକପ୍ରିୟ। ସେ ଯାହା ଚାହୁଁଥିଲେ ତାହା କରୁଥିଲେ। ଅବଶ୍ୟ ଲୋକଙ୍କ ହିତରେ। ପୂର୍ବରୁ ରାଜାମାନଙ୍କ ଅତ୍ୟାଚାର, ଆଳସ୍ୟ ଓ...

Advertisement
Archives

Model This Week